ETV Bharat / city

New Corona Variant: ଆଫ୍ରିକୀୟ ଦେଶରୁ ଆସିଲେ 10 ଦିନ ଆଇସୋଲେସନ

author img

By

Published : Nov 26, 2021, 2:06 PM IST

ଦକ୍ଷିଣ ଆଫ୍ରିକାରେ ନୂଆ ଭାରିଆଣ୍ଟ(New Corona Variant) ଚିହ୍ନଟ ପରେ କଟକଣା ଜାରି । ବିଦେଶରୁ ଆସିଲେ 10 ଦିନ ଆଇସୋଲେସନ(Isolation) ।

New Varient Identify: ଆଫ୍ରିକୀୟ ଦେଶରୁ ଆସିଲେ 10 ଦିନ ଆଇସୋଲେସନ

ଭୁବନେଶ୍ବର: ପୁଣି ଚିନ୍ତା ବଢାଇଲା କୋରୋନା(Covid New Case) । ନୂଆ ଭାରିଆଣ୍ଟ(New Corona Variant) ଚିହ୍ନଟ ପରେ କଟକଣା ଜାରି କଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡା ନଜର ରଖିବାକୁ ନିର୍ଦ୍ଦେଶ ।

ଏଣିକି ଆଫ୍ରିକୀୟ ଦେଶରୁ ଆସୁଥିବା ଯାତ୍ରୀ 10 ଦିନ ଆଇସୋଲେସନ ରହିବେ । କୋଭିଡ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଲେ ପ୍ରଜାତି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଦକ୍ଷିଣ ଆଫ୍ରିକାରେ କୋରୋନାର ନୂଆ ପ୍ରଜାତି ଚିହ୍ନଟ ହେବା ପରେ ସତର୍କତା ଜାରି କରିଯାଇଛି । ଏନେଇ WHO ସମସ୍ତ ଦେଶକୁ ପରାମର୍ଶ ଦେଇଛି । ଏବେ ଆନ୍ତର୍ଜାତିକ ଗମନାଗମନ ସ୍ୱାଭାବିକ ହୋଇଥିବାରୁ ବିଦେଶରୁ ଯାତ୍ରୀ ଆସିବାର ସମ୍ଭାବନା ରହିଛି ।

ଗାଇଡଲାଇନ ଅନୁସାରେ ଜଣେ ଯାତ୍ରୀ ଯଦି ଦକ୍ଷିଣ ଆଫ୍ରିକା, ବୋଷ୍ଟୱାନ ଓ ହଂକଂରୁ ଆସୁଛନ୍ତି ତେବେ ପ୍ରଥମେ ଟେଷ୍ଟିଂ ପରେ ଅତି କମରେ 10 ଦିନ ପାଇଁ ଆଇସୋଲେସନ ରହିବାକୁ ହେବ । ଯଦି ପଜିଟିଭ ଆସେ ତାହେଲେ ପ୍ରଜାତି ଯାଞ୍ଚ କରାଯିବ । ତାହେଲେ ଯାଇ ଏହାକୁ ରୋକି ପାରିବା ବୋଲି DMET ରମା ରମଣ ମହାନ୍ତି କହିଛନ୍ତି । ପ୍ରଜାତି ନୂଆ ହୋଇ ଥିବାରୁ ଏହାର ଭୟବହତା ଓ ତୀବ୍ରତା ଜଣାପଡି ନାହିଁ । ବର୍ତ୍ତମାନ ରାଜ୍ୟର ସ୍ଥିତି ଭଲ ଥିବା ସେ କହିଛନ୍ତି । ତେବେ ନୂଆ ପ୍ରଜାତି ହେଉଛି B11.529 ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.