ETV Bharat / city

ମଦ ହୋମ ଡେଲିଭରୀକୁ ସରକାରଙ୍କ ଗ୍ରୀନ ସିଗନାଲ୍ - ମଦ ହୋମ ଡେଲିଭରୀ

ମଦ ହୋମ ଡେଲିଭରୀକୁ ସରକାରଙ୍କ ଗ୍ରୀନ ସିଗନାଲ୍
ମଦ ହୋମ ଡେଲିଭରୀକୁ ସରକାରଙ୍କ ଗ୍ରୀନ ସିଗନାଲ୍
author img

By

Published : May 13, 2021, 7:02 PM IST

Updated : May 13, 2021, 8:52 PM IST

18:57 May 13

ମଦ ହୋମ ଡେଲିଭରୀକୁ ସରକାରଙ୍କ ଗ୍ରୀନ ସିଗନାଲ୍

ଭୁବନେଶ୍ବର: ଏଣିକି ହୋମ ଡେଲିଭରୀ ହେବ ମଦ । ଅନୁମତି ଦେଲେ ରାଜ୍ୟ ସରକାର । ଲକଡାଉନ ସମୟରେ ମଦ ହୋମ ଡେଲିଭରୀ ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । 

ଏନେଇ ଗୁରୁବାର ଅବକାରୀ କମିଶନରଙ୍କୁ ଚିଠି ଲେଖି ଜଣାଇଛନ୍ତି ଅବକାରୀ ସଚିବ ସୁଶୀଲ କୁମାର ଲୋହାନି । ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଏଭଳି ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଅବକାରୀ ସଚିବ ।

ଖାଦ୍ୟ ଯୋଗାଣକାରୀ ସଂସ୍ଥା ମଧ୍ୟ ହୋମ ଡେଲିଭରୀ ଦେଇପାରିବେ ବୋଲି ଅବକାରୀ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି । ମଦ ଯୋଗାଣକୁ ସୁନିଶ୍ଚିତ ଓ ସୁବ୍ୟବସ୍ଥିତ କରିବା ନିମନ୍ତେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ମଦ ନିଗମର ଗୋଦାମଗୁଡ଼ିକ କାର୍ଯ୍ୟ କରିବ ।

କୋଭିଡର ପ୍ରଥମ ଲହରୀରେ ମଧ୍ୟ ମଦର ବ୍ୟାପକ ଚାହିଦାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ମଦର ହୋମ ଡେଲିଭରି ପାଇଁ ଅନୁମତି ଦେଇଥିଲେ । ଖାଦ୍ୟଯୋଗାଣ କରୁଥିବା ସଂସ୍ଥା ଅବା ମଦ ବିକ୍ରି ଲାଇସେନ୍ସ ଥିବା ଦୋକାନୀମାନେ ଅନଲାଇନ୍ ବୁକିଂ ମାଧ୍ୟମରେ ମଦର ହୋମ ଡେଲିଭରି କରିପାରିବେ । ଗତବର୍ଷ କୋଭିଡ ଲକଡାଉନ ବେଳେ ଟେକ୍ନୋଲୋଜି ଉପଯୋଗ କରି ମଦର ହୋମ ଡେଲିଭରୀ କରାଯାଉଥିଲା ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : May 13, 2021, 8:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.