ETV Bharat / city

ବିଦା ହେଲେ ୯ ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀ

author img

By

Published : Jan 29, 2021, 3:37 PM IST

ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ 9 ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର । ଦୁର୍ନୀତି ଓ ଅପାରଗତା କାରଣରୁ ସମସ୍ତଙ୍କୁ ଅବସର ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

୯ ଜଣ ଦୁର୍ନୀତିଗସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଦୁର୍ନୀତି ଓ ଅପାରଗ ଅଧିକାରୀଙ୍କ ବିରୁଦ୍ଧରେ ରାଜ୍ୟ ସରକାରଙ୍କର କଠୋର ଆଭିମୁଖ୍ୟ ଜାରି ରହିଛି । ସାଧାରଣ ଜୀବନରେ ସାଧୁତା ଓ ନୈତିକତା ବଜାୟ ରଖିବା ସହ ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ରାଜ୍ୟ ସରକାର ପାଇଁ ନିରନ୍ତର ପ୍ରଚେଷ୍ଟା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଖଣି ବିଭାଗର ଜଣେ ଉପନିର୍ଦ୍ଦେଶକ ଓ ଶ୍ରମ ବିଭାଗର ଯୁଗ୍ମ କମିଶନରଙ୍କ ସମେତ ଜଙ୍ଗଲ, ଜନସ୍ବାସ୍ଥ୍ୟ, ଶ୍ରମ ବିଭାଗର 9 ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

ବାଧ୍ୟତାମୂଳକ ଅବସରପ୍ରାପ୍ତ ଅଧିକାରୀଙ୍କ ମଧ୍ୟରୁ 7 ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲା ଥିବାବେଳେ ଦୁଇ ଜଣଙ୍କୁ ଅପାରଗତା କାରଣରୁ ଅବସର ଦିଆଯାଇଛି । ଖଣି ବିଭାଗର 2 ଜଣ ଅଧିକାରୀ ତଥା ବଲାଙ୍ଗୀର ମୁରିବାହଲ ଫରେଷ୍ଟ ରେଞ୍ଜ ଅଫିସର ଏବଂ ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବାବେଳେ ଅନ୍ୟ 5 ଜଣଙ୍କୁ କିଛି ଦିନ ତଳେ ଅବସର ଦିଆଯାଇଥିଲା ।

ବାଧ୍ୟତାମୂଳକ ଅବସରପ୍ରାପ୍ତ ଅଧିକାରୀମାନେ ହେଲେ ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ବାଳ । ତାଙ୍କ ବିରୁଦ୍ଧରେ 9ଟି ଭିଜିଲାନ୍ସ କେସ୍ ରହିଛି । ଏହାସହ ମଦନ ମୋହନଙ୍କ କାର୍ଯ୍ୟରେ ଆନ୍ତରିକତାର ଅଭାବ ରହିଥିଲା ଏବଂ ଜଣେ ଅଧିକାରୀ ଭାବେ ସେ ଆବଶ୍ୟକ ସୌଜନ୍ୟ ରକ୍ଷା କରୁନଥିଲେ ।

ସେହିପରି ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ଅଧିକାରୀ ରମେଶ ଚନ୍ଦ୍ର ମହାଲିକଙ୍କୁ ଅବସର ଦିଆଯାଇଛି । ତାଙ୍କ ବିରୁଦ୍ଧରେ 4ଟି ଭିଜିଲାନ୍ସ କେସ୍ ଥିବାବେଳେ ତାଙ୍କର ସାଧୁତା ମଧ୍ୟ ସନ୍ଦେହଜନକ ଥିଲା ।

ବଲାଙ୍ଗୀର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କ ନାମରେ 1 କୋଟି 40 ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ସହିତ ବଲାଙ୍ଗୀର ଜିଲ୍ଲାରେ 10ଟି ପ୍ଲଟ ଓ 2ଟି କୋଠା ମଧ୍ୟ ଠାବ କରାଯାଇଥିଲା । ଏଣୁ ସେ ଭିଜିଲାନ୍ସ ମାମଲାରେ ମଧ୍ୟ ସମ୍ପୃକ୍ତ ରହିଛନ୍ତି ।

ସୁନ୍ଦରଗଡ ଜିଲ୍ଲା ସାଧାରଣ ଜନସ୍ବାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ନାରାୟଣ ପ୍ରଧାନଙ୍କ ବିରୁଦ୍ଧରେ ଭିଜିଲାନ୍ସ ମାମଲା ରହିଛି । ତାଙ୍କର ଆୟ ବହିର୍ଭୂତ ୨ କୋଟି ୨୦ ଲକ୍ଷ ଟଙ୍କାର ସଂପତ୍ତି ସହିତ ଦେଓଗଡ ଜିଲ୍ଲାରେ ୪ଟି କୋଠା, ସମ୍ବଲପୁର, ଦେଓଗଡ, ଅନୁଗୁଳ ଓ ଖୋର୍ଦ୍ଧା ଜିଲ୍ଲାରେ ୩୧ଟି ଜମି ମଧ୍ୟ ରହିଛି ।

ଜଙ୍ଗଲ ବିଭାଗର ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ କୁମାର ପ୍ରଧାନ ବିରୁଦ୍ଧରେ 2ଟି ଭିଜିଲାନ୍ସ କେସ୍ ରହିଛି । ଜଙ୍ଗଲ ବିଭାଗର ରେଞ୍ଜ ଅଫିସର ଭରତ କୁମାର ଘଡେଇଙ୍କ ବିରୁଦ୍ଧରେ 3ଟି, ରାୟଗଡା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇଙ୍କ ବିରୁଦ୍ଧରେ ଗୋଟିଏ ଭିଜିଲାନ୍ସ କେସ୍ ରହିଛି । ଏଣୁ ଏ ସମସ୍ତ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି ।

ସେହିପରି ଭୁବନେଶ୍ବର ଯୁଗ୍ମ ଶ୍ରମ କମିଶନର ଶରତ କୁମାର ଚୌଧୁରୀ ଏବଂ ଗଜପତି ଜିଲ୍ଲାର ଡିଭିଜିନାଲ ଶ୍ରମ କମିଶନର ନମିତା ଦାସଙ୍କୁ ଅପାରଗତା ଯୋଗୁଁ ଅବସର ଦିଆଯାଇଛି । ଉପରୋକ୍ତ 9 ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ 113 ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।

ଭୁବନେଶ୍ବରରୁ ବ୍ୟୁରୋ ଚିଫ୍‌ ରୁଦ୍ର ନାରାୟଣ ଦାସ ଓ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.