ଭୁବନେଶ୍ବର: ଆଜି ସାରା ଦେଶ ପାଳିଛି ଦୁଇ ବିଶିଷ୍ଟ ଜନନାୟକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ଏପରିକି ରାଜ୍ୟରେ ବେଶ୍ ଧୁମଧାମରେ ଗାନ୍ଧୀ ଜୟନ୍ତୀ ପାଳନ କରାଯାଇଛି । କିନ୍ତୁ ଦେଶର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କୌଣସି ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ନଥିବା ଦେଖିବାକୁ ମିଳିଛି ।
ଏନେଇ ରାଜ୍ୟ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତେବେ ଶାସ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନ ପାଇଁ ଏପର୍ଯ୍ୟନ୍ତ କିଛି ସ୍କୋପ ସୃଷ୍ଟି ହୋଇ ନଥିବା ସେ କହିଛନ୍ତି । ସମୟ ଆସିଲେ ପାଳନ ହେବ ବୋଲି ମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ