ETV Bharat / city

କୋରୋନା ମୁକାବିଲା ପାଇଁ ଓଡିଶାର ମାଷ୍ଟର ବ୍ରେନଙ୍କୁ ଦାୟିତ୍ବ

author img

By

Published : Mar 27, 2020, 8:13 PM IST

କୋଭିଡ ୧୯ ରେସପନ୍ସ ଷ୍ଟ୍ରକଚରରଙ୍କୁ ନିୟୋଜିତ କରିଛନ୍ତି ରାଜ୍ୟ ସରକାର । ଯେଉଁମାନେ କୋରୋନାର ସ୍ଥିତି ସହ କରିବେ ମୁକାବିଲା । ଅଧିକ ପଢନ୍ତୁ...

କରୋନା ମୁକାବିଲା ପାଇଁ ଓଡିଶାର ମାଷ୍ଟର ବ୍ରେନଙ୍କୁ ଦାୟିତ୍ବ

ଭୁବନେଶ୍ବର: କୋରୋନା ମହାମାରୀକୁ ରୋକିବାକୁ ରାଜ୍ୟ ସରକାର ସବୁପ୍ରକାର ପଦକ୍ଷେପ ନେଉଛନ୍ତି । ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ ସ୍ବରୂପ ଓଡିଶାର ମାଷ୍ଟର ବ୍ରେନଙ୍କୁ ମିଳିଛି ଦାୟିତ୍ବ । ନିୟୋଜିତ ହୋଇଛନ୍ତି କୋଭିଡ ୧୯ ରେସପନ୍ସ ଷ୍ଟ୍ରକଚର । ଯେଉଁମାନେ କୋରୋନାର ସ୍ଥିତି ସହ କରିବେ ମୁକାବିଲା । ମୁଖ୍ୟ ଦାୟିତ୍ବ ନେଇଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମୁଖ୍ୟମନ୍ତ୍ରୀଙ୍କୁ ସହଯୋଗ କରୁଛନ୍ତି ଆପେକ୍ସ ଟିମ । ଯେଉଁମାନେ ବିଶେଷଜ୍ଞଙ୍କ ପରାମର୍ଶ ସହ ମୁକାବିଲା ପାଇଁ ସାଜିଛନ୍ତି ଷ୍ଟ୍ରାଟେଜି ମେକର । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଅଛି କ୍ୟାବିନେଟ ଟିମ । ଯାହାଙ୍କ ଅଧିନରେ ଅଛନ୍ତି ଏମ୍ପାୟରଡ ଗ୍ରୁପ ଅଫ ମିନିଷ୍ଟର ଅର୍ଥାତ ୫ ଜଣ ମନ୍ତ୍ରୀ । ସେମାନଙ୍କ ଅଧୀନରେ ରହିଛନ୍ତି ୧୯ ଜଣିଆ ସଚିବସ୍ତରୀୟ କମିଟି । ଏହାର ନେତୃତ୍ବ ନେଉଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ତାଙ୍କ ଅଧୀନରେ ପ୍ରଥମେ ଅଛନ୍ତି ସ୍ବାସ୍ଥ୍ୟ ବିଭାଗ ଓ ତାର ଭିତ୍ତିଭୂମି ଯାହା ଜଣେ ଡିସିଙ୍କ ଦ୍ବାରା ପରିଚାଳିତ । ତାଙ୍କ ଅଧୀନରେ ଅଛନ୍ତି ପ୍ରିନିସପାଲ ସେକ୍ରେଟାରୀଙ୍କ ଦ୍ବାରା ଗଠିତ ତିନୋଟି ଟିମ । ପ୍ରଥମ ସ୍ବାସ୍ଥ୍ୟ ସେବା ପାଇଁ ଭିତ୍ତିଭୂମି ଓ ସଂପ୍ରସାରଣ ଏବଂ କରୋନା ପ୍ରସ୍ତୁତ ଟିମ । ଦ୍ବିତୀୟରେ ୧୦୪ କଣ୍ଟ୍ରୋଲ ରୁମ, କରୋନା ସମ୍ପର୍କରେ ତଥ୍ୟ ସଂଗ୍ରହ ଟିମ । ତୃତୀୟରେ ଟ୍ରାକିଂ ଟିମ, ଯାହା କୋରୋନା ରୋଗୀଙ୍କୁ ଚିହ୍ନଟ କରିବେ । ତାଙ୍କୁ ଜନସ୍ବାସ୍ଥ୍ୟ ଡିରେକ୍ଟର ଓ ମେଡିକାଲ ଏଜୁକେସନ ଟ୍ରେନିଂ ଡିରେକ୍ଟର ସହଯୋଗ କରୁଛନ୍ତି ।

ସେହିପରି ମୁଖ୍ୟ ଶାସନ ସଚିବଙ୍କ ଅଧୀନରେ ଦ୍ବିତୀୟରେ ରହିଛନ୍ତି ଆଇସି କମିଟି ଯିଏ ସୂଚନା, ଶିକ୍ଷା, ଯୋଗାଯୋଗ ଉପରେ କାର୍ଯ୍ୟ କରିବେ । ପ୍ରିନ୍ସିପାଲ ସେକ୍ରେଟାରୀ ଡବ୍ଲୁ ଆଣ୍ଡ ସିଡିଙ୍କ ତତ୍ବାବଧାନରେ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ରହିବେ ଯିଏ ଲୋକଙ୍କୁ ସୂଚନା ପ୍ରଦାନ ସହ ସରକାରଙ୍କ ବିଭିନ୍ନ ଯୋଜନାର ତଥ୍ୟ ପରିବେଷଣ କରିବେ । ସେହିପରି ତୃତୀୟରେ ରେଗୁଲେସନ କମିଟି ଯିଏ କୃଷି କମିଟି ପରିଚାଳନା କରିବେ । ଯିଏ କୋରୋନାର ବ୍ରେକିଂ ନ୍ୟୁଜ ତଥ୍ୟ ସରକାରଙ୍କୁ ଯୋଗାଉଛନ୍ତି ।

ଚତୁର୍ଥରେ ଗୃହ ବିଭାଗ ଯାହାର ନେତୃତ୍ବ ପ୍ରିନ୍ସିପାଲ ସେକ୍ରେଟାରୀ ନେଉଛନ୍ତି । ତାଙ୍କ ଅଧୀନରେ ଗୃହ ବିଭାଗ ସହ ସମସ୍ତ ଜିଲ୍ଲାର ପୋଲିସ କଣ୍ଟ୍ରୋଲ ରୁମ ରହିଛି । ପଞ୍ଚମରେ ସଲାମ କମିଟି ଯାହାର ନେତୃତ୍ବ ନେବେ ପ୍ରିନ୍ସିପାଲ ସେକ୍ରେଟାରୀ ଓ ଜଳ ସମ୍ବଳ ଦାୟିତ୍ବ ବୁଝିବେ । ଏହାସହ ସେ ମାଲବାହୀ ଗାଡି ପରିବହନ ସହ ଯୋଗାଣ ପରିବହନର ମନିଟର କରିବେ । ସେହିପରି ଷଷ୍ଠରେ ସ୍ପେଶାଲ ରିଲିଫ କମିସନର ଅଛନ୍ତି ଯିଏ ବିପର୍ଯ୍ୟୟ ମୁକାବିଲା ଦାୟିତ୍ବ ବୁଝୁଛନ୍ତି ।

ଏସବୁ ଶାସନ ବ୍ୟବସ୍ଥା ବା ଶାସନ କଳର ନେତୃତ୍ବକୁ ପ୍ରକୃତରେ ସମସ୍ତ ଜିଲ୍ଲାପାଳ ଓ ସୁପରିଟେଣ୍ଡଣ୍ଟମାନେ ତଦାରଖ ଏବଂ ନିୟନ୍ତ୍ରଣ କରୁଛନ୍ତି । ଏଥିପାଇଁ ୧୯ ଜଣ ସେକ୍ରେଟାରୀ ଦାୟିତ୍ବରେ ଅଛନ୍ତି । ସେହିପରି ବିଭିନ୍ନ ବିଭାଗକୁ ଦାୟିତ୍ବ ବଣ୍ଟନ କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଦାୟିତ୍ବ ୬୭୯୫ଟି ପଞ୍ଚାୟତ ସଂଶ୍ଳିଷ୍ଟ ୫୬୭୨ଟି ସ୍ବାସ୍ଥ କେନ୍ଦ୍ରରେ କର୍ମନିଯୁକ୍ତି କରାଯାଇ କିପରି ସ୍ବାସ୍ଥ୍ୟବସ୍ଥାର ନିୟନ୍ତ୍ରଣ କରାଯିବ । ସାମାଜିକ ଓ ସଶକ୍ତିକରଣ ବିଭାଗର କାମ ଆଗୁଆ ୪ମାସ ଭତ୍ତା ପ୍ରଦାନ କରିବା ସହ ଜରାନିବାସ ଥଇଥାନ କରିବେ । ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଖାଲି କରି ୬ ଲକ୍ଷ ପିଲାଙ୍କୁ ସେମାନଙ୍କ ଘରକୁ ସ୍ଥାନାନ୍ତର କରିବେ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କାମ ମଧ୍ୟାହ୍ନ ଭୋଜନ ବଣ୍ଟନ ଓ ସାମଗ୍ରୀ ପିଲାଙ୍କ ପାଖରେ ପହଞ୍ଚାଇବା ।

ସେହିପରି ଗୃହ ଓ ନଗର ଉନୟନ ବିଭାଗର କାମ ସହରାଞ୍ଚଳରେ ଜଳ ଓ ପରିମଳର ସୁପରିଚାଳନା । ଏହାସହ ବିଭିନ୍ନ ବଣ୍ଟନ କାର୍ଯକ୍ରମର ତଦାରଖ । ପ୍ରାଣୀ, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର କାମ କ୍ଷୀର, ମାଛ, ମାଂସ ର ମହଜୁଦ ଓ ବିକ୍ରୟ ପାଇ ବ୍ୟବସ୍ଥା ଏବଂ ପରିଚାଳନା । ଖାଦ୍ୟ ଓ ଯୋଗାଣ ବିଭାଗର ଦାୟିତ୍ବ ଖାଦ୍ୟଶସ୍ୟ ଯୋଗାଣ ସହ ଗ୍ୟାସ ବିତରଣ ଦାୟିତ୍ବ । କୃଷି ଓ ସଶକ୍ତିକରଣ ବିଭାଗର କାମ କୃଷିଜାତ ଦ୍ରବ୍ୟର ମହଜୁଦ ଓ ଖରିପ ଋତୁ ପାଇଁ ସୁଲଭ ଦରରେ ଚାଷୀଙ୍କୁ ବିହନ ବଣ୍ଟନ ଆଦି କାର୍ଯକ୍ରମ ।

ଶ୍ରମ ବିଭାଗର ଦାୟିତ୍ବ ଅଟକ ଥିବା ଶ୍ରମିକଙ୍କୁ ଚିହ୍ନଟ ଓ ସେମାନଙ୍କ ଥଇଥାନ ସମ୍ପର୍କରେ ପଦକ୍ଷେପ । ଶିଳ୍ପ ବିଭାଗର କାମ ଶିଳ୍ପସଂସ୍ଥାର ବିକାଶ ଓ ସମସ୍ୟାର ସମାଧାନ ପାଇଁ ବିଭିନ୍ନ କାର୍ଯପନ୍ଥା ନିର୍ଦ୍ଧାରଣ । ସୂଚନା ଓ ଲୋକସମ୍ପର୍କ ବିଭାଗର ଦାୟିତ୍ବ ଜନସାଧାରଣଙ୍କ ସହ ଯୋଗାଯୋଗ ଓ ସମ୍ବାଦ ପରିବେଷଣ ମାଧ୍ୟମରେ ଲୋକଙ୍କୁ ସରକାରଙ୍କ ତଥ୍ୟ ସମ୍ପର୍କରେ ଅବଗତ । ମହିଳା ଓ ଶିଶୁ ବିକାଶ ବିଭାଗର କାମ ଗର୍ଭବତୀ ମହିଳାଙ୍କ ସ୍ଥିତି ନିୟନ୍ତ୍ରଣ ଓ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ବିଭିନ୍ନ ଜନସଚେତନତା ଓ ସଶକ୍ତିକରଣ କାର୍ଯପନ୍ଥା ଅବଲମ୍ବନ କରାଇବା ।

ସେହିପରି ଶକ୍ତି ବିଭାଗର କାମ ନିରନ୍ତର ବିଜୁଳି ସେବା ରାଜ୍ୟରେ ଜାରି ରଖିବା । ଅର୍ଥ ବିଭାଗର କାମ ବ୍ୟାଙ୍କ ପରିଚାଳନା ଓ ରଣ ଆଦି ବଣ୍ଟନରେ ସହାୟକ କରିବା । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଅଧୀନରେ ଥିବା ଅଧିକାରୀ ଓ ସଚିବ ହେଉଛନ୍ତି ଓଡିଶା ସରକାରଙ୍କ ଏକ ପ୍ରକାର ମାଷ୍ଟର ବ୍ରେନ । ଯିଏ କି ଏପରି ଘଡିସନ୍ଧି ମୁହୂର୍ତ୍ତରେ ବିପର୍ଯ୍ୟୟ ମୁକାବିଲା ନେଇ ଚଲାଇଛନ୍ତି ପ୍ରୟାସ । ତେବେ କୌଣସି ଭୁଲ ତ୍ରୁଟି ଦେଖୁଥିଲେ ସ୍ଥାନୀୟ କର୍ତୃପକ୍ଷ ଦୃଷ୍ଟିଗୋଚର କରିବା ସହ ସହଯୋଗ କରନ୍ତୁ । ହେଲେ ସୋସିଆଲ ମିଡିଆରେ ଆକ୍ଷେପ କରି ଜନ ଆକ୍ରୋଶ ସୃଷ୍ଟି ନକରନ୍ତୁ ବୋଲି ଲୋକଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାରଙ୍କ କୋରୋନା ମୁକାବିଲା କମିଟିର ମୁଖପାତ୍ର ସୁବ୍ରତ ବାଗଚି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.