ETV Bharat / city

ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବରଗଡରେ 3ଟି ନୂତନ ଆରଆଇ ସର୍କଲ ଗଠନ

ବରଗଡ଼ ଜିଲ୍ଲାରେ ତିନୋଟି ନୂତନ ଆରଆଇ ସର୍କଲ- ତଳପାଲି, ଗୁଡେରପାଲି ଏବଂ ଡଙ୍ଗବାହାଲ ଗଠନ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସୋମବାର ଘୋଷଣା କରାଯାଇଛି ।

author img

By

Published : Jun 10, 2019, 11:46 PM IST

ଫାଇଲ ଫଟୋ

ଭୁବନେଶ୍ବର: ପୁଣି ଥରେ ବିଜେପୁରବାସୀଙ୍କୁ ଖୁସି ଖବର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରଗଡ଼ ଜିଲ୍ଲାରେ ତିନୋଟି ନୂତନ ଆରଆଇ ସର୍କଲ- ତଳପାଲି, ଗୁଡେରପାଲି ଏବଂ ଡଙ୍ଗବାହାଲ ଗଠନ ନେଇ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ସୋମବାର ଘୋଷଣା କରାଯାଇଛି ।

odisha-govt
ଫଟୋ ସୌଜନ୍ୟ: ଟ୍ୱିଟର@CMO_Odisha

ଏହାସହ ନବଗଠିତ ଆରଆଇ ସର୍କଲର ମୁଖ୍ୟାଳୟ ନିଜ ନିଜ ସ୍ଥାନରେ ରହିବ । ପୂର୍ବରୁ ଏଗୁଡିକ ଗାଇସିଲଟ୍‌ ସର୍କଲ ଅଧୀନରେ ରହିଥିଲା । ସେହିଭଳି ଗାଇସିଲଟ ଆରଆଇ ସର୍କଲର ମୁଖ୍ୟାଳୟ ଗାଇସିଲଟରେ ରଖାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଥିଲେ । ଏହି ପ୍ୟାକେଜରେ ଗାଇସିଲଟ ତହସିଲ ଅଧୀନରେ 3ଟି ନୂଆ ଆରଆଇ ସର୍କଲ କରାଯିବ ବୋଲି ଘୋଷଣା କରିଥିଲେ । ଏବେ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ପୁଣି ଥରେ ବିଜେପୁର ଉପନିର୍ବାଚନ ହେବାକୁ ଯାଉଛି । ଏଭଳି ସମୟରେ ଏହି ଘୋଷଣା ନବୀନଙ୍କ ଏକ ନିର୍ବାଚନୀ ଥୋପ ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

କ୍ରିକେଟ ବେଟିଂ ପ୍ରେମରେ ଯୁବପି଼ଢି
ୱାର୍ଲଡକପ ନେଇ ରିସ୍କରେ ଅର୍ଥନିତି
ବିଶ୍ବକପ ମ୍ଯାଚ ନେଇ ଯେତିକି ହେଉଛି ରୋମାଂଚ। କ୍ରିକେଟ ବେଟିଂ ନେଇ ବଢୁଛି ଯୁବପିଢିଙ୍କ ଉତ୍ସାହ।ରିସ୍କରେ ଦେଶର ଅର୍ଥନିତି ।ବେଆଇନ ସତ୍ବେ ଚାଲୁଛି କ୍ରିକେଟ ବେଟିଂ। ୧୦ ଟଙ୍କାରୁ ଆରମ୍ଭ ହେଉଛି କ୍ରିକେଟ ବିଶ୍ବକପ ର ବେଟିଂ ବଜାର।ଛୋଟ ପିଲାଠୁ ଆରମ୍ଭ କରି ବୟସ୍କ। ବିଶେଷ କରି ଯୁବପିଢିଙ୍କ ପସନ୍ଦ ପାଲଟିଛି ବେଟିଂ ରେ ଟଙ୍କା ଲଗାଣ। ଅନଲାଇନରେ ସହଜ ଉପାୟରେ ମିଳୁଛି ବେଟି କରିବାକୁ ଅନଲାଇନ ଲିଙ୍କ। ହ୍ହାଟସପ ଗ୍ରୁପ ଜରିଆରେ ଚାଲୁଛି ବେଟି। ଗ୍ରୁପ ଆଡମିନ ପାଖରେ ଲାଗୁଛି ଟଙ୍କା। ଗ୍ରୁପରେ ଆସୁଛି ମ୍ଯାଚ ପୁର୍ବରୁ ଟସ ଆରମ୍ଭ ଠୁ ଆରମ୍ଭ କରି ମ୍ଯାଚ ଶେଷ ପର୍ଯନ୍ତ । ବେଟି ଜରିଆରେ ୧୦୦ ଟଙ୍କାରୁ ଆରମ୍ଭ କରି ୧୦ ହଜାର ପର୍ଯନ୍ତ ଚାଲୁଛି ବେଟିଂ। ଏଥିପାଇଁ ପୋଲିସ କି ରେଡ ର ଭୟ ନକରି ଯେ କୌଣସି ସ୍ଥାନରେ ଯେକହି ବି ରହି ଅନଲାଇନରେ ଲଗାଉଛନ୍ତି ବେଟିଂ। ତେବେ ୱିକ ଟିମର ୱିନିଂକୁ ନେଇ ପଇସା ଟ୍ରିପଲ ସହ ଟସ କୁ ନେଇ ଡବଲ। ରନ ସ୍କୋର ପ୍ରେଡିକ୍ସନରେ ବି ଲାଗୁଛି ପଇସା ଡବଲର ବେଟି। ଗ୍ରପ ଆଡମିନ ବୋଲି ଲଗାଇଲେ ତୁରନ୍ତ ଇ ୱାଲେଟ ଜରିଆରେ ଅର୍ଥାତ ଫୋନ ପେ ଓ ଜି ପେ,ପେଟିମ ଭଳି ଇ ୱାଲେଟ ଜରିଆରେ ଲାଗୁଛି ଟଙ୍କା।ତେବେ ରିଟର୍ଣ୍ଣ ବି ଆସୁଛି ସମାନ ଇ ୱାଲେଟ ଆକାଉଣ୍ଟ ଜରିଆରେ। ତେବେ ବିଶ୍ବକପର ଦମଦାର ମ୍ଯାଚ ଚାଲୁଥିବା ବେଳେ କୋଟି କୋଟି ଟଙ୍କା ରିସ୍କରେ ଲଗାଉଛନ୍ତି ଯୁବପିଢି। ଅନେକ ସମୟରେ ଗ୍ରୁପ ଡିଲିଟ ହେଇଯାଉଛି ଟଙ୍କା ବି ବୁଡିଯାଉଛି। ଏପରି ସ୍ଥିତିରେ ବିନା ଲାଇସେନସରେ ଅନଲାଇନରେ ଖୁଲମଖୁଲା ବେଟି ଦେଶର ଅର୍ଥନିତି ଏକ ପ୍ରକାର ଦାଓରେ ଲାଗୁଛି। ଯାହାକୁ ନେଇ ଭୁବନେଶ୍ବରରେ ମଧ୍ଯ ଅନେକ ଯୁବପିଢି ବେଟିର ଶିକାର ହୋଇଛନ୍ତି। ତେବେ ଏସବୁ ପରିସ୍ଥିତିରେ ସାଇବର କ୍ରାଇମ ଜରିଆରେ ବେଟି ରୋକିବା ବା ବୁକି ଉପରେ ନଜର ରଖିବା ଓଡିଶା ପୋଲିସ ପାଇଁ ହୋଇଛି ଚ୍ଯାଲେଂଜ।

ବାଇଟ-ମନୋଜ ରାଉତ,ରାଜଧାନି ବାସି।

Image by mail and byte by mojo

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.