ETV Bharat / city

ରାଜ୍ୟରେ ଅଧିକ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ

author img

By

Published : Sep 26, 2020, 4:59 PM IST

ରାଜ୍ୟରେ ଅଧିକ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ । ଆରଟିପିସିଆର ଅପେକ୍ଷା ଏହି ଟେଷ୍ଟକୁ ଅଧିକ କରୁଛନ୍ତି ଲୋକେ । ଏପଟେ ରାଜ୍ୟରେ 30 ଲକ୍ଷରୁ ଅଧିକ ହୋଇଛି କୋରୋନା ଟେଷ୍ଟ । ଅଧିକ ପଢନ୍ତୁ...

ରାଜ୍ୟରେ ଅଧିକ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ
ରାଜ୍ୟରେ ଅଧିକ ହେଉଛି ରାପିଡ୍‌ ଆଣ୍ଟିଜେନ ଟେଷ୍ଟ

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି କୋରୋନା ଟେଷ୍ଟ । ବୃଦ୍ଧି ପାଉଛି ଆକ୍ରାନ୍ତଙ୍କ ସଂଖ୍ୟା । ଆରଟିପିସିଆର ଓ ରାପିଡ୍‌ ଆଣ୍ଟିଜେନ ଟେଷ୍ଟରେ ଧରାପଡୁଛି ଭାଇରସ । ରାଜ୍ୟରେ ମୋଟ 30 ଲକ୍ଷରୁ ଅଧିକ ଟେଷ୍ଟ ହୋଇଥିବାବେଳେ ଆରଟିପିସିଆର ଅପେକ୍ଷା ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ଅଧିକ ହେଉଛି ।

ଦୈନିକ 50 ହଜାରରୁ ଅଧିକ ଟେଷ୍ଟ ମଧ୍ୟରୁ 8 ହଜାରରୁ ଅଧିକ ଆରଟିପିସିଆର ଟେଷ୍ଟ ହେଉଥିବାବେଳେ 44 ହଜାରରୁ ଅଧିକ ରାପିଡ୍‌ ଆଣ୍ଟିଜେନ ଟେଷ୍ଟ ହେଉଛି । ଆରଟିପିସିଆର ପାଇଁ 2ରୁ 3 ଦିନ ସମୟ ଲାଗୁଛି । ସେପଟେ ରାପିଡ ଆଣ୍ଟିଜେନ ଟେଷ୍ଟ ପାଇଁ 30 ମିନିଟ୍‌ ସମୟ ଯାଉଛି। ଆରଟିପିସିଆର ଅପେକ୍ଷା ରାପିଡ୍‌ ଆଣ୍ଟିଜେନ ଟେଷ୍ଟରେ ଶୀଘ୍ର ଫଳାଫଳ ପ୍ରକାଶ ପାଉଥିବାରୁ ଆଣ୍ଟିଜେନ ଅଧିକ ହେଉଥିବା କୁହାଯାଉଛି ।

କେନ୍ଦୁଝରରେ ଦୈନିକ ସର୍ବାଧିକ 5 ହଜାରରୁ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯାଉଛି । ସେହିପରି ଆରଏମଆରସିରେ ଅଧିକ ଆରଟିପିସିଆର ଟେଷ୍ଟ ହେଉଛି । ସେପ୍ଟେମ୍ବର 23 ତାରିଖ ସୁଦ୍ଧା ଆରଏମଆରସିରେ 22 ଲକ୍ଷ 11 ହଜାର 489 ଟି ଟେଷ୍ଟ ହୋଇଥିବା ଜଣାପଡିଛି । ରାଜ୍ୟରେ ମୋଟ 51 ଟି ଲ୍ୟାବରେ କୋଭିଡ ଟେଷ୍ଟ କରାଯାଉଥିବାବେଳେ ସେଥିରେ 43ଟି ସରକାରୀ ଓ 8ଟି ବେସରକାରୀ ଲ୍ୟାବ୍‌ ରହିଛି । ଯେଉଁଥିରେ ଆରଟିପିସିଆର ପାଇଁ 18ଟି ଲ୍ୟାବ ରହିଛି । ସେଥିରେ 13ଟି ସରକାରୀ ଓ 5 ଟି ବେସରକାରୀ ଲ୍ୟାବ ରହିଥିବା ଜଣାପଡିଛି ।

ସରକାରୀ ଲ୍ୟାବ ମଧ୍ୟରେ ରହିଛି ଆଇସିଏମଆର, ଏମ୍ସ, ଏସସିବି ମେଡିକାଲ କଲେଜ, ଏମକେସିଜି ମେଡିକାଲ କଲେଜ, ଇସ୍ପାତ ଜେନେରାଲ ହସ୍ପିଟାଲ, ଭିମସାର, ଆଇଏଲଏସ, ଆଇସିଏଆର ଖୋର୍ଦ୍ଧା, ଆଇଆଇସିଇଆର , ଭୀମ ଭୋଇ ମେଡିକାଲ, ପଣ୍ଡିତ ରଘୁନାଥ ମୁର୍ମୁ, ଫକୀର ମୋହନ ମେଡିକାଲ କଲେଜ, ଏସଏଲଏନ ମେଡିକାଲ କଲେଜ ।

ଅନ୍ୟପଟେ 5 ଟି ଘରୋଇ ଲ୍ୟାବ ମଧ୍ୟରେ ଆପୋଲୋ ହସ୍ପିଟାଲ, ସମ ହସ୍ପିଟାଲ, ଲାଇଫ ସାଇନ୍ସ , ଜିନେକ୍ସ ଡାଇଗ୍ଲୋସିସ ସହିଦ ନଗର, ସେଣ୍ଟ୍ରାଲ ଲ୍ୟାବ ଭୁବନେଶରରେ ଟେଷ୍ଟ କରାଯାଉଛି ।

ତେବେ ପ୍ରାରମ୍ଭିକ ସମୟରେ ଆଣ୍ଟିଜେନ ଟେଷ୍ଟ ଫଳପ୍ରଦ ହେଉଥିବା ସହ ଆରଟିପିସିଆର ଟେଷ୍ଟ ଅପେକ୍ଷା ଆଣ୍ଟିଜେନ ଟେଷ୍ଟ କରିବାର ମୂଲ୍ୟ କମ ଥିବାରୁ ଏହାକୁ ଅଧିକ ଲୋକ କରୁଛନ୍ତି ।

କମ୍‌ ସମୟ, କମ୍‌ ଖର୍ଚ୍ଚ ଓ ଶିଘ୍ର ଫଳ ଆସୁଥିବାରୁ ଆଣ୍ଟିଜେନ ଟେଷ୍ଟ ଉପରେ ଅଧିକ ଫୋକସ ଦିଆଯାଉଛି । ଯାହା କମ ସମୟରେ ଅଧିକ ପଜେଟିଭ୍‌ଙ୍କୁ ଚିହ୍ନଟ କରାଇବାରେ ସହାୟକ ହେଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.