ETV Bharat / city

ସ୍ବତନ୍ତ୍ର ଜିଲ୍ଲାସ୍ତରୀୟ ପ୍ରକଳ୍ପ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ - ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର

ପ୍ରତ୍ୟେକ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରି ଭିତ୍ତିଭୂମି ବିକାଶ ଓ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ସ୍ବତନ୍ତ୍ର ଜିଲ୍ଲାସ୍ତରୀୟ ପ୍ରକଳ୍ପ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

author img

By

Published : Feb 10, 2021, 8:57 PM IST

ଭୁବନେଶ୍ବର: ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରତ୍ୟେକ ଜିଲ୍ଲାସ୍ତରରେ ସ୍ବତନ୍ତ୍ର ପ୍ରକଳ୍ପ ପ୍ରସ୍ତୁତ କରି ଭିତ୍ତିଭୂମି ବିକାଶ ଓ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ପାଇଁ ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରତ୍ୟେକ ଜିଲ୍ଲାର ବର୍ତ୍ତମାନର ବିକାଶ ଏବଂ ଭବିଷ୍ୟତ ଅଭିବୃଦ୍ଧିର ସମୀକ୍ଷା ସମୟରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଲୋକଙ୍କ ଜୀବନଧାରଣର ବିକାଶ ପାଇଁ ନିଜ ଜିଲ୍ଲାର କ୍ଷମତା ମୁତାବକ ଅଭିନବ ପରିଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର କହିଛନ୍ତି । ବିଗତ ଦିନଗୁଡିକରେ ବିଭିନ୍ନ ଯୋଜନା ମାଧ୍ୟମରେ ଖାଦ୍ୟ, ପାନୀୟ, ବାସଗୃହ, ରାସ୍ତାଘାଟ ଓ ବିଦ୍ୟୁତ ଭଳି ଜନସାଧରଣଙ୍କ ମୌଳିକ ଆବଶ୍ୟକତା କ୍ଷେତ୍ରରେ ଉନ୍ନତି ଆସିପାରିଛି । ତେଣୁ ଏହାଠାରୁ ଉଚ୍ଚ ପର୍ଯ୍ୟାୟ ବିକାଶ ଦିଗରେ ଜିଲ୍ଲାଗୁଡିକ କାର୍ଯ୍ୟ କରିବା ଉଚିତ । ଜିଲ୍ଲାସ୍ତରରେ କୃଷି ଅନୁକୂଳ ଜଳବାୟୁ ଜୋନ ଏବଂ ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ଦ୍ବାରା ହିଁ ଏହି ଲକ୍ଷ୍ୟ ସାଧିତ ହୋଇପାରିବ ବୋଲି ମୁଖ୍ୟ ଶାସନ ସଚିବ ପ୍ରକାଶ କରିଛନ୍ତି ।

ଏନେଇ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଭିତ୍ତିଭୂମି ପ୍ରକଳ୍ପର ତ୍ବରାନ୍ବିତ କରୁଥିବାବେଳେ ଜିଲ୍ଲାପାଳମାନେ ଉଭୟ ସରକାରୀ ପ୍ରକଳ୍ପ ଏବଂ ଘରୋଇ କ୍ଷେତ୍ରର ନିବେଶକମାନଙ୍କ ଦ୍ବାରା ପ୍ରୋତ୍ସାହନ ପ୍ରାପ୍ତ ପ୍ରକଳ୍ପଗୁଡିକ ଉପରେ ଦୃଷ୍ଟି ଦେବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.