ETV Bharat / city

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ସୃଷ୍ଟି ହେବ ୫୬୩ ପଦବୀ - ଓଡିଶାରେ ଖୋଲିବ ନୂଆ ପୋଲିସ ଷ୍ଟେସନ

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା । ଏହି ଥାନାଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ରାଜ୍ୟରେ ଖୋଲିବ ୩୬ ନୂଆ ଥାନା, ସୃଷ୍ଟି ହେବ ୫୬୩ ନୂଆ ପଦବୀ

author img

By

Published : Aug 27, 2022, 12:59 PM IST

ଭୁବନେଶ୍ବର: ରାଜ୍ୟରେ ଖୋଲିବ ଆଉ ୩୬ଟି ନୂଆ ଥାନା(36 more police stations in State) । ଏନେଇ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Patnaik) ଅନୁମୋଦନ କରିଛନ୍ତି । ନୂଆ ଥାନା ପରିଚାଳନା ପାଇଁ ୫୬୩ ନୂଆ ପଦବୀ ସୃଷ୍ଟି କରାଯିବ । ଏହି ଥାନାଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୬ଟି ନୂଆ ଥାନା ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନାଗୁଡିକ ହେଲା ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବୌଦ୍ଧର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର,

ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର, ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୂରଭଞ୍ଜର ଭଞ୍ଜପୁର, ନବରଙ୍ଗପୁରର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁର ଥାନା ।

ଏହାମଧ୍ୟ ପଢନ୍ତୁ: ଆଜିଠୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି

ଏ ସମସ୍ତ ନୂଆ ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଅପ୍‌ ଗ୍ରେଡେସନ କରାଯାଇ ସୃଷ୍ଟି କରାଯାଇଛି । ଏହି ନୂତନ ଥାନା ଗୁଡିକ ନିମନ୍ତେ ଇନ୍ସପେକ୍ଟର ଠାରୁ ଆରମ୍ଭ କରି କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ୫୬୩ଟି ନୂଆ ପଦବୀ ସୃଷ୍ଟି କରାଯାଇଛି । ଏହି ନୂଆ ଥାନା ପ୍ରତିଷ୍ଠା ହେବା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.