ETV Bharat / city

ସରକାରୀ ଅର୍ଥ ସୁବିନିଯୋଗ-ଅନିୟମିତତା ଉପରେ ରହିବ ନଜର, 95 ଅଫିସର ନିଯୁକ୍ତି ଦେଲେ ସରକାର

author img

By

Published : Jun 10, 2022, 10:54 AM IST

80 ଲୋକାଲ ଫଣ୍ଡ ଅଡିଟର ଓ 15 ସ୍ମଲସେଭିଂ ଫାଇନାନସିଆଲ ଇନକ୍ଲୁଜନ ଅଫିସରଙ୍କୁ ନିଯୁକ୍ତି । ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ସରକାରୀ ଅର୍ଥ ସୁବିନିଯୋଗ ଓ ଅନିୟମିତତା ଉପରେ ରହିବ ନଜର; 95 ଅଫିସର ନିଯୁକ୍ତି ଦେଲେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର 80 ଜଣ ଲୋକାଲ ଫଣ୍ଡ ଅଡିଟର ଏବଂ 15 ଜଣ ସ୍ମଲସେଭିଂ ଫାଇନାନସିଆଲ ଇନକ୍ଲୁଜନ ଅଫିସରଙ୍କୁ ନିଯୁକ୍ତି ଦେଇଛନ୍ତି । ଏ ନେଇ ଲୋକସେବା ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଯୁକ୍ତ ଅଧିକାରୀମାନେ କଠିନ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହ ନୂଆ ନୂଆ ଟେକନୋଲୋଜିର ବ୍ୟବହାର କରି କାମ କରିବାକୁ ବି ସେ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ସହ ମିଶି ସେମାନେ ସାଧାରଣ ଲୋକଙ୍କର କିପରି ସେବା କରିପାରିବେ । ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଗରିବ ଓ ପଛୁଆ ରାଜ୍ୟରୁ ଓଡ଼ିଶା ଏବେ ଅର୍ଥନୈତିକ ବିକାଶ ସହ ପ୍ରଶାସନ ଓ ଲୋକ ସେବାରେ ଭଲ କାମ କରି ଅନ୍ୟ ରାଜ୍ୟ ପାଇଁ ମଡେଲ ପାଲଟିଛି । 5T ଓ ମୋ ସରକାର ମାଧ୍ୟମରେ ଲୋକଙ୍କୁ ଉନ୍ନତ ସେବା ମିଳିପାରୁଛି । ସ୍ମଲ ସେଭିଂ ଫାଇନାସିଆଲ ଇନକ୍ଲୁଜନ ଅଫିସର ଲୋକଙ୍କୁ ଆର୍ଥିକ ସଚେତନତା କରିବେ ।

ଲୋକଙ୍କ ମଧ୍ୟରେ ସଞ୍ଚୟ କରିବା ମନୋବୃତ୍ତିକୁ ଅଧିକ ଦୃଢ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ଲୋକାଲ ଫଣ୍ଡ ଅଡିଟର ସରକାରୀ ଅର୍ଥ କିପରି ବିନିଯୋଗ ହେଉଛି ନଜର ଦେବେ । ଆର୍ଥିକ ଅନିୟମିତତା ଉପରେ ତୀକ୍ଷ୍ନ ନଜର ରଖିବେ । ସମସ୍ତ ସରକାରୀ କର୍ମଚାରୀ ପ୍ରତିବଦ୍ଧତା, ଉତ୍ସର୍ଗୀକୃତ କାର୍ଯ୍ୟ କରିବା ସହ ସହାନୁଭୂତି ଏବଂ ଆନ୍ତରିକତାର ସହ ରାଜ୍ୟବାସୀଙ୍କ ସେବା କରିବା ଆବଶ୍ୟକ ବୋଲି ସେ କହିଛନ୍ତି ।

ତୁରନ୍ତ ଏବଂ ସମୟାନୁବର୍ତ୍ତୀ କାର୍ଯ୍ୟ ଜନସାଧାରଣଙ୍କ ଟଙ୍କା ନଷ୍ଟକୁ ରୋକିବା ସହ ରାଜ୍ୟର ସ୍ବାର୍ଥ ରକ୍ଷା କରି ହେବ । ସରକାରୀ ଅନୁଷ୍ଠାନକୁ ଆର୍ଥିକ ଅନୁଶାସନ, ଅର୍ଥନୀତି ଏବଂ ଜନସାଧାରଣଙ୍କ ଖର୍ଚ୍ଚରେ ପ୍ରଭାବଶାଳୀତା ଗ୍ରହଣ କରିବାକୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଅର୍ଥନୈତିକ ବ୍ୟବସ୍ଥାରେ ସୁଧାର ଆଣିବାରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ।

ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ରାଜ୍ୟ ଅର୍ଥନୈତିକ କ୍ଷେତ୍ରରେ ଆଗେଇ ଚାଲିଥିବା ନିରଞ୍ଜନ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି କେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ପରିଚଳନା କରିଛନ୍ତି । ନିଯୁକ୍ତି ପ୍ରକ୍ରିୟାକୁ ସରଳୀକରଣ କାରିଥିବାରୁ ନବନିଯୁକ୍ତ 3 ଅଧିକାରୀ ଲୋପମୁଦ୍ରା ପଣ୍ଡା, ପ୍ରଜ୍ଞା ଭାରତୀ ସେଠୀ, ପ୍ରଭାତ ସେନାପତି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.