ETV Bharat / city

ରାଜ୍ୟ ସରକାରଙ୍କ ସହାୟତା ରାଶି ଘୋଷଣା

ଓଡିଶାରେ ସାମୁଦ୍ରିକ ଝଡ 'ଫନି' ବ୍ଯାପକ କ୍ଷୟକ୍ଷତି ଘଟାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ପରବର୍ତ୍ତୀ ବିଶେଷ ପଦକ୍ଷେପ ନିଆଯାଇଛି ।

author img

By

Published : May 6, 2019, 1:23 AM IST

ଫାଇଲ ଫଟୋ

ଭୁବନେଶ୍ବର: ଓଡିଶାରେ ହୋଇଥିବା ସାମୁଦ୍ରିକ ଝଡ 'ଫନି' ବ୍ଯାପକ କ୍ଷୟକ୍ଷତି ଘଟାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ବାତ୍ୟା ପରବର୍ତ୍ତୀ ବିଶେଷ ପଦକ୍ଷେପ ନିଆଯାଇଛି । ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ବନ୍ଦ ରହିଥିବା ରାସ୍ତାଗୁଡିକୁ ସଫା କରାଯିବା ସହ ବିଦ୍ୟୁତ ଯୋଗାଣକୁ ତ୍ବରାନ୍ବିତ କରାଯିବାର ବ୍ୟବସ୍ଥା କରାଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସବୁ ରାସ୍ତାଗୁଡିକ ଉପରେ ପଡିଥିବା ଗଛ ଗୁଡିକୁ ସଂପୂର୍ଣ୍ଣ ସଫା କରାଯାଇଥିବା ବେଳେ ପୁରୀ, କଟକ, ଜଗତସିଂହପୁର, ଗଞ୍ଜାମ, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି ।

ସ୍ବାସ୍ଥ୍ୟ କ୍ଷେତ୍ରରେ 804ଟି ମେଡିକାଲ କ୍ୟାମ୍ପ ଖୋଲାଯାଇଥିଲା ବେଳେ 321ଟି ମୋବାଇଲ ମେଡିକାଲ ଟିମକୁ ନିୟୋଜିତ କରାଯାଇଛି । 1 ହଜାର 945ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରଣ କରାଯାଇଛି ।

ରାଜ୍ୟ ସରକାରଙ୍କ ପକ୍ଷରୁ 'ଫନି'ରେ ଅଧିକ କ୍ଷୟକ୍ଷତି ହୋଇଥିବା ପୁରୀ ଓ ଖୋର୍ଦ୍ଧା ଜିଲ୍ଲାର କେତେକ ସ୍ଥାନରେ ଖାଦ୍ୟ ସୁରକ୍ଷା ଯୋଜନାରେ 50 କିଲୋ ଚାଉଳ ଦିଆଯିବା ସହ ପଲିଥିନ ଓ 2000 ଟଙ୍କା ପ୍ରଦାନ କରାଯିବ । ସେହିପରି ସାମାନ୍ୟ କ୍ଷୟକ୍ଷତି ହୋଇଥିବା ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ଖାଦ୍ୟସୁରକ୍ଷା ଯୋଜନାରେ ଏକ ଅତିରିକ୍ତ ମାସର ଚାଉଳ ପ୍ରଦାନ କରାଯିବା ସହ 1000 ଟଙ୍କା ଓ ପଲିଥିନ ଯୋଗାଇ ଦିଆଯିବ ।

କଟକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ 500 ଟଙ୍କା ସହିତ ଅତିରିକ୍ତ ଗୋଟିଏ ମାସର ଚାଉଳ ଦିଆଯିବାର ବ୍ୟବସ୍ଥା କରାଯାଇଛି । ସେହିପରି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଗୃହ ପାଇଁ 95,100 ଟଙ୍କା ଦିଆଯିବାର ବ୍ଯବସ୍ଥା ରହିଥିବା ବେଳେ ସାମାନ୍ୟ କ୍ଷତିଗ୍ରସ୍ତ ପାଇଁ 5200 ଟଙ୍କା ଓ ଅତି ସାମାନ୍ୟ କ୍ଷତି ପାଇଁ 3200 ଟଙ୍କାର କ୍ଷତିପୂରଣ ଦିଆଯିବା ପାଇଁ ସରକାର ଘୋଷଣା କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.