ETV Bharat / city

ଉଚ୍ଛେଦ ହେବ ଚୁକ୍ତିଭିତ୍ତିକ ନିଯୁକ୍ତି ! ଦଶହରା ପୂର୍ବରୁ ଖୁସି ଖବର, ୧୫ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି

author img

By

Published : Sep 12, 2022, 4:20 PM IST

Updated : Sep 12, 2022, 5:13 PM IST

ପ୍ରବଳ ବର୍ଷାରେ ଲୋୟର ପିଏମିଜରେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ବିରାଟ ଆନ୍ଦୋଳନ ସଫଳ ହୋଇଛି । ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଥିବା ବେଳେ ୧୫ ଦିନ ମଧ୍ୟରେ ଏହି ନିଯୁକ୍ତି ପ୍ରକ୍ରିୟା ଉଚ୍ଛେଦ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏଣୁ ଦଶହରା ପୂର୍ବରୁ କର୍ମଚାରୀଙ୍କ ପାଇଁ ଆସିପାରେ ଖୁସି ଖବର । ଅଧିକ ପଢନ୍ତୁ

ଦଶହରା ପୂର୍ବରୁ ଖୁସି ଖବର, ଉଚ୍ଛେଦ ହେବ ଚୁକ୍ତିଭିତ୍ତିକ ନିଯୁକ୍ତି !

ଭୁବନେଶ୍ବର: ଦୁର୍ଗା ପୂଜା ପୂର୍ବରୁ ଆସିପାରେ ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ (Big relief to Govt. Contractual Employees) ଙ୍କ ପାଇଁ ଖୁସି ଖବର । ବର୍ଷାରେ ଗତକାଲି (ରବିବାର) ଲୋୟର ପିଏମଜିରେ ବିରାଟ ବଡ଼ ଆନ୍ଦୋଳନ କରିଥିଲା ଓଡି଼ଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ । ତେବେ ସଂଘର ରାଜ୍ୟ ସରକାରଙ୍କ ସହ ଆଲୋଚନା ସଫଳ ହୋଇଛି । ସମାଧାନ ପାଇଁ ୧୫ ଦିନ ମହଲତ ମାଗିଛନ୍ତି ସରକାର । ଏଣୁ ଦଶହରା ପୂର୍ବରୁ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ହେବା ନେଇ ଚର୍ଚ୍ଚା ହେଉଛି ।

ଉଚ୍ଛେଦ ହେବ ଚୁକ୍ତିଭିତ୍ତିକ ନିଯୁକ୍ତି ! ଦଶହରା ପୂର୍ବରୁ ଖୁସି ଖବର, ୧୫ ଦିନ ଭିତରେ ସମାଧାନ ପ୍ରତିଶ୍ରୁତି

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପ୍ରସ୍ତାବ ମୁତାବକ ୧୫ ଦିନ ଭିତରେ ସରକାର ଏହାର ସମାଧାନ କରିବେ ବୋଲି କହିଥିବା କହିଛି ମହାସଂଘ । ତେଣୁ ପୂଜା ପୂର୍ବରୁ ସରକାର ତାଙ୍କର ଦାବି ପୂରଣ ହେବ ବୋଲି ଆଶା ରଖିଛି ମହାସଂଘ। ସେହିପରି ଯଦି ସମୟ ସୀମା ଭିତରେ ସରକାର ତାଙ୍କର ପ୍ରତିଶ୍ରୁତି ପୂରଣ ନକରନ୍ତି ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ସଂଘ କହିଛି। ସାରା ରାଜ୍ୟର ସେବା ଯୋଗାଉଥିବା ପାଖାପାଖି ୪୨ ବିଭାଗର ୭୦ ହଜାର ଚୁକ୍ତିଭିତ୍ତିକ କର୍ମଚାରୀ, ମାଧ୍ୟମିକ ଶିକ୍ଷକ ଏବଂ କନିଷ୍ଠ ଶିକ୍ଷକ ମାନେ ସରକାରୀ ଉଦାସୀନତା, ପକ୍ଷପାତିତା ଓ ଶୋଷଣ ବ୍ୟବସ୍ଥାର ଉଚ୍ଛେଦ ବିରୋଧରେ ଲୋୟର ପିଏମଜିରେ ଗତକାଲି ବିକ୍ଷୋଭ ପଦର୍ଶନ କରିଥିଲେ ।

ଏହା ବି ପଢନ୍ତୁ- ବର୍ଷା ସତ୍ତ୍ବେ ଲୋୟର ପିଏମଜିରେ ଗର୍ଜିଲେ ଚୁକ୍ତିଭିତ୍ତିକ କର୍ମଚାରୀ

ତେବେ ଚୁକ୍ତିଭିତ୍ତିକ ପ୍ରଥା ସମ୍ପୂର୍ଣ୍ଣ ବିଲୋପ, ଚୁକ୍ତିଭିତ୍ତିକ ଅବଧି ଶେଷ କରି ସ୍ଥାୟୀ ହୋଇଥିବା କର୍ମଚାରୀ ଏବଂ ପ୍ରାଥମିକ ଶିକ୍ଷକମାନଙ୍କ ୬ ବର୍ଷ ଚାକିରି ଅବଧିକୁ ପଦୋନ୍ନତି ଓ ପେନସନ୍, ଇନକ୍ରିମେଣ୍ଟ ଆଦିରେ ଗଣନା ଭଳି ମୁଖ୍ୟ ଦାବି ଧରି ଆନ୍ଦୋଳନ କରିଥିଲେ ମହାସଂଘ । ଅନ୍ୟପଟେ ମହାସଂଘ ପକ୍ଷରୁ କୁହାଯାଇଛି, "ରାଜ୍ୟର ନିଅଣ୍ଟିଆ ଆର୍ଥିକ ଦୁରାବସ୍ଥା ସମୟରେ ସରକାର ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥା ପ୍ରଚଳନ କରି ରାଜକୋଷକୁ ସମୃଦ୍ଧ କରିଥିଲେ ।

ସେତେବେଳେ ଓଡ଼ିଶାର ଉଚ୍ଚ ଶିକ୍ଷିତ ଯୁବବର୍ଗ ବିଭିନ୍ନ କଷ୍ଟସାଧ୍ୟ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସରକାରୀ ଚାକିରୀ ଖଣ୍ଡେ ପାଇବାର ଆଶା ରଖି ଏହି ଚୁକ୍ତିଭିତ୍ତିକ ବ୍ୟବସ୍ଥାକୁ ବାଧ୍ୟ ବାଧକତାରେ ଗ୍ରହଣ କରିଥିଲେ । ଆଶା କରିଥିଲେ, ନିକଟରେ ଯଦି ରାଜ୍ୟର ଆର୍ଥିକ ପ୍ରଗତି ହେବ, ସରକାର ତାଙ୍କ କର୍ମଚାରୀଙ୍କ ପ୍ରତି ନିଶ୍ଚୟ ସଦୟ ହୋଇ ଏହା ପ୍ରତ୍ୟାହାର କରିନେବେ । ରାଜ୍ୟର ସ୍ଥାୟୀ କର୍ମଚାରୀଙ୍କ ଭଳି ବେତନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ପୁନଃ ପ୍ରଚଳନ କରିବେ । ଆଉ ଏବେ ଆର୍ଥିକ ସ୍ଥିତି ସୁଧୁରୁଥିବା ବେଳେ ଆଶା କରିଛୁ କି ସରକାର ତାଙ୍କ ପ୍ରତିଶୃତି ରଖିବେ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 12, 2022, 5:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.