ETV Bharat / city

ରାଜ୍ୟରେ ପ୍ରଥମ ଡୋଜ କୋରୋନା ଟିକା ନେଇନାହାନ୍ତି 37 ଲକ୍ଷ, ଜାନୁଆରୀ 15 ସୁଦ୍ଧା ସାରିବାକୁ ଲକ୍ଷ୍ୟ - Odisha vaccination till january

ରାଜ୍ୟରେ ଘରକୁ ଘର ଟୀକାକରଣ ଜାରି ରହିଥିବା ବେଳେ ଆଜି 37 ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ଏବେ ବି ନେଇ ନାହାନ୍ତି । ସେହିପରି 31 ଲକ୍ଷ ଦ୍ଵିତୀୟ ଡୋଜ ମଧ୍ୟ ନେଇ ନାହାନ୍ତି । ଅଧିକ ପଢନ୍ତୁ

ରାଜ୍ୟରେ ପ୍ରଥମ ଡୋଜ ନେଇନାହାନ୍ତି 37 ଲକ୍ଷ,  ଜାନୁଆରୀ 15 ସୁଦ୍ଧା ସାରିବାକୁ ଲକ୍ଷ

author img

By

Published : Dec 24, 2021, 12:28 PM IST

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଘରକୁ ଘର ଟୀକାକରଣ (Corona Vaccination ଗଲ Odisha) । ଆଜି ପର୍ଯ୍ୟନ୍ତ ରାଜ୍ୟରେ 4 କୋଟି 82 ଲକ୍ଷ ଟିକା ଦିଆସରିଥିବା ବେଳେ 2 କୋଟି 88 ଲକ୍ଷ ପ୍ରଥମ ଡୋଜ ଦିଆଯାଇଛି ଯାହା ୮୯ ପ୍ରତିଶତ । ସେହିପରି 37 ଲକ୍ଷ ଲୋକ ପ୍ରଥମ ଡୋଜ ଟିକା ଏବେ ବି ନେଇ ନଥିବାବେଳେ 31 ଲକ୍ଷ ଦ୍ଵିତୀୟ ଡୋଜ ମଧ୍ୟ ନେଇନାହାନ୍ତି । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ଯାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ।

ରାଜ୍ୟରେ ପ୍ରଥମ ଡୋଜ କୋରୋନା ଟିକା ନେଇନାହାନ୍ତି 37 ଲକ୍ଷ

ତେବେ ଜାନୁଆରୀ 15 ସୁଦ୍ଧା ପ୍ରଥମ ଡୋଜ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଏବେ ରାଜ୍ୟରେ ଟିକା ମହଜୁଦ ହୋଇ ରହିଛି। ଗାଁ ଗାଁରେ ମୋବାଇଲ ଭ୍ୟାନ ବୁଲିବା ସହ ଟୀକାକରଣ କରାଯାଉଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ନେବା ପାଇଁ ANM ଓ ଆଶା କର୍ମୀମାନେ ସେମାନଙ୍କୁ ଅନୁରୋଧ କରିଛନ୍ତି। ଓମିକ୍ରନକୁ ଦୃଷ୍ଟିରେ ରଖି ସର୍ଭିଲାନସ ଜୋରଦାର କରାଯାଉଛି। ପଜିଟିଭ ଆସିଲେ ଜିନୋମ ଅନୁଶୀଳନ ପାଇଁ ପଠାଯାଉଛି ବୋଲି କହିଛନ୍ତି ବିଜୟ ପାଣୀଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.