ETV Bharat / city

ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି: ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ଅର୍ଥମନ୍ତ୍ରୀ

ଜୁଲାଇ 2 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ବଜେଟ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

ପୂର୍ଣ୍ଣାଙ୍ଗ ବଜେଟ ଲାଗି ପ୍ରସ୍ତୁତି ଆରମ୍ଭ; ହିତାଧିକାରୀଙ୍କ ସହିତ ଆଲୋଚନା କରିବେ ଅର୍ଥମନ୍ତ୍ରୀ

author img

By

Published : Jun 11, 2022, 1:28 PM IST

ଭୁବନେଶ୍ବର: ଜୁଲାଇ 2 ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ । ବିଧାନସଭାର ପ୍ରଥମ ଦିନରେ ଉପସ୍ଥାପିତ ହେବ ପୂର୍ଣ୍ଣାଙ୍ଗ ବଜେଟ । ବଜେଟ ନେଇ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲି(ରବିବାର) ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଡକାଯାଇଛି ବୈଠକ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଭିନ୍ନ ହିତାଧିକାରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଗତ ବିଧାନସଭା ଅଧିବେଶନରେ ଆଗତ ହୋଇଥିଲା କାମଚଳା ବଜେଟ । ପଞ୍ଚାୟତ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ରାଜ୍ୟ ସରକାର କାମଚଳା ବଜେଟ ପେସ କରିଥିଲେ ।

ଆସନ୍ତା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରାଯିବ । ଏନେଇ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ସେଥିପାଇଁ ଆସନ୍ତାକାଲି(ରବିବାର) ବିଭିନ୍ନ ବର୍ଗର ହିତାଧିକାରୀ (ଶିଳ୍ପାନୁଷ୍ଠାନ ଓ ବିଶେଷଜ୍ଞ)ଙ୍କ ସହିତ ଆଲୋଚନା କରିବେ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ଏହାସହ ବଜେଟ ପ୍ରସ୍ତୁତ ନେଇ ବିଭିନ୍ନ ପରାମର୍ଶ ଦେବା ଲାଗି ଆହ୍ବାନ ଜଣାଇଛନ୍ତି ଅର୍ଥମନ୍ତ୍ରୀ । ଗତବର୍ଷ ତୁଳନାରେ ବଜେଟ 15 ରୁ 20 ପ୍ରତିଶତ ବୃଦ୍ଧି ହୋଇ 2 ଲକ୍ଷ କୋଟି ହୋଇଥିଲା । କେବଳ 3 ମାସ ଲାଗି ଅନୁମୋଦିତ ହୋଇଥିଲା । ଯେଉଁ କାମଚଳା ବଜେଟ 3 ମାସ ଲାଗି ଅନୁମୋଦିତ ହୋଇଛି ତାହା ପରିବର୍ଦ୍ଧିତ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.