ଭୁବନେଶ୍ବର: ରାଜ୍ୟରେ ଥିବା ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ପର୍ଯ୍ୟଟନ ଉପଦେଷ୍ଟା ବୈଠକରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ୯ଟି ସର୍କିଟ ସହ ୧୩ ଡେଷ୍ଟିନେସନକୁ ବିକଶିତ କରାଯିବ। ଏହା ସହିତ ରମ୍ଭା, ଚିଲିକା ଆଦି ସ୍ଥାନକୁ ବିକାଶିତ କରାଯିବ। ସହ ପ୍ରାଥମିକ ପର୍ଯ୍ୟାୟରେ ରମ୍ଭା ଠାରେ ଭିତ୍ତିଭୂମିର ବିକାଶ କରାଯିବ ।
ନୂଆ ଡେଷ୍ଟିନେସନରେ ନିର୍ମିତ ହେବ ହୋଟେଲ ଓ ରିସର୍ଟ । ହାଉସ ବୋଟ ପାଇଁ ଚିଲିକା ଓ ଭିତର କନିକାରେ ବିକାଶ କରାଯିବା ନେଇ ଯୋଜନା ରହିଛି । ଏନେଇ ବୋଟ ବି କିଣାଯିବ । ଏହା ସହ ସର୍ଫିଂ ଫେଡେରେସେନ ଅଫ ଇଣ୍ଡିଆ ସହ ମିଳିତ ଭାବେ କାମ କରାଯିବ ।
ଗୋଟିଏ ବୁଦ୍ଧିଷ୍ଟ୍ ସର୍କିଟ୍ ଗ୍ରାଣ୍ଡ ତିଆରି ହେବା ସହ ଡାକ ବଙ୍ଗଳା କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଇକୋ ଟୁରିଜିମ ଉପରେ ମଧ୍ୟ ବୈଠକରେ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ ଚଳିତ ବର୍ଷ ଡିସେମ୍ବର ପୂର୍ବରୁ କିଛି କାର୍ଯ୍ୟ ଶେଷ ହେବ ଓ ଆଉ କିଛି ଆସନ୍ତା ବର୍ଷ ଶେଷ ହେବ । ଆଗକୁ ଡୋମେଷ୍ଟିକ ଟୁରିଜିମକୁ ଡେଭଲପମେଣ୍ଟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।
ଅନ୍ୟପଟେ ବିଭିନ୍ନ ସହରରେ ଡୋମେଷ୍ଟିକ ରୋଡ୍ ଶୋ କରାଯାଇଛି । ୮ଟା ସହରରେ ଡୋମେଷ୍ଟିକ ରୋଡ୍ ଶୋ କରାଯାଇଥିବା ବେଳେ ଆଉ ୬ଟି ସହରରେ ଏହି ଶୋ କରାଯିବାକୁ ନିଷ୍ପତ୍ତି ହୋଇଛି ବୋଲି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ