ETV Bharat / city

‘ସମ୍ଭାବ୍ୟ ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ’ - ରାଜ୍ୟ ସ୍ବାସ୍ଥ୍ୟ ବିଭାଗ

ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ ରହିଥିବା ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ପ୍ରଶିକ୍ଷଣ ନେଇ ପ୍ରସ୍ତୁତ ଅଛନ୍ତି ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତର । ଅଧିକ ପଢନ୍ତୁ...

‘ସାମ୍ଭାବ୍ୟ 3ୟ ଲହର ପାଇଁ  ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ’

author img

By

Published : Aug 31, 2021, 4:36 PM IST

ଭୁବନେଶ୍ବର: ସମ୍ଭାବ୍ୟ 3ୟ ଲହରକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ ପ୍ରସ୍ତୁତ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 3 ହଜାର ବେଡ ପ୍ରସ୍ତୁତ କରାଯାଇ ରଖାଯାଇଛି । ସମସ୍ତ 4500 ଡାକ୍ତର ଓ ନର୍ସଙ୍କ ପ୍ରଶିକ୍ଷଣ ମଧ୍ୟ ଶେଷ ହୋଇଛି। ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର ।

‘ସାମ୍ଭାବ୍ୟ 3ୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ’

ଆହୁରି ମଧ୍ୟ ACS କହିଛନ୍ତି, ଏପର୍ଯ୍ୟନ୍ତ ଛୋଟ ପିଲାଙ୍କ ପାଇଁ ଟିକା ଆସିନାହିଁ । କେନ୍ଦ୍ର ସରକାର ଯେବେ ଟିକା ପଠାଇବେ ରାଜ୍ୟରେ ଆମେ ଟୀକାକରଣ ଆରମ୍ଭ କରିଦେବୁ। ବର୍ତ୍ତମାନ ପ୍ରତିଦିନ ସାଢ଼େ ୩ ଲକ୍ଷ ଲୋକ କେମିତି ଭାକ୍ସିନ ନେବେ ତାହା ହିଁ ସରକାରଙ୍କ ପ୍ରାଥମିକତା । ପ୍ରତି ଜିଲ୍ଲାରେ ଯେତେ ଅଧିକ ଲୋକ ଟିକା ନେଇପାରିବେ, ସେଥିପାଇଁ ସମସ୍ତ ଜିଲାକୁ ନିର୍ଦ୍ଦେଶ ରହିଛି । ଟିକା ମିଳିବାରେ କୌଣସି ଅସୁବିଧା ନାହିଁ ବୋଲି ମଧ୍ୟ କହିଛନ୍ତି ପ୍ରଦୀପ୍ତ ।

ସେହିପରି ରାଜ୍ୟରେ ସେରୋ ସର୍ଭେ ଆରମ୍ଭ ହୋଇଛି । 12 ଜିଲ୍ଲାରେ ସେରୋ ସର୍ଭେ RMRC ମାଧ୍ୟମରେ ଜାରି ରଖିଛନ୍ତି ରାଜ୍ୟ ସରକାର। ଏହି ସର୍ଭେ ସେପ୍ଟେମ୍ବର 15 ସୁଦ୍ଧା ସାରିବା ନେଇ ଲକ୍ଷ ରଖାଯାଇଛି । ଏହି ସର୍ଭେର ତଥ୍ୟ ଆସିବା ପରେ ଲୋକଙ୍କ ଶରୀରରେ କେତେ ଆଣ୍ଟିବଡି ସୃଷ୍ଟି ହୋଇଛି ତାହା ଜଣାପଡିବ ବୋଲି କହିଛନ୍ତିସ ACS ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.