ETV Bharat / city

SC-ST ପ୍ରି-ମାଟ୍ରିକ ଛାତ୍ରବୃତ୍ତି ବୃଦ୍ଧିକଲେ ରାଜ୍ୟ ସରକାର - ଓଡିଶା ସରକାର ପ୍ରି ମାଟ୍ରିକ ଛାତ୍ରବୃତ୍ତିରେ ବୃଦ୍ଧି ଖବର

ଓଡିଶା ସରକାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି-ମାଟ୍ରିକ ଛାତ୍ର ବୃତ୍ତି ବୃଦ୍ଧି କରିଛନ୍ତି । ବାଳକଙ୍କ ପାଇଁ 750 ଟଙ୍କାରୁ 950 ଟଙ୍କା ଏବଂ ବାଳିକାଙ୍କ ପାଇଁ 800 ଟଙ୍କାରୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ

ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ପାଇଁ ପ୍ରି-ମାଟ୍ରିକ ଛାତ୍ରବୃତ୍ତିରେ ବୃଦ୍ଧି

author img

By

Published : Jun 7, 2022, 9:52 AM IST

ଭୁବନେଶ୍ବର: ଓଡିଶା ସରକାର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ପ୍ରି-ମାଟ୍ରିକ ଛାତ୍ର ବୃତ୍ତି ବୃଦ୍ଧି କରିଛନ୍ତି । ବାଳକଙ୍କ ପାଇଁ 750 ଟଙ୍କାରୁ 950 ଟଙ୍କା ଏବଂ ବାଳିକା ମାନଙ୍କ ପାଇଁ 800 ଟଙ୍କାରୁ 1000 ଟଙ୍କାକୁ ବୃଦ୍ଧି କରାଯାଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଓ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ବିଦ୍ୟାଳୟ ଗୁଡିକର ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଅନ୍ତେବାସୀଙ୍କୁ ଛତ୍ରବୃତ୍ତି ପ୍ରଦାନ ରାଜ୍ୟ ସରକାରଙ୍କ ପ୍ରମୁଖ ଯୋଜୋନା ମଧ୍ୟରୁ ଅନ୍ୟତମ ଅଟେ ।

ପ୍ରି-ମାଟ୍ରିକ ଛତ୍ରବୃତ୍ତି ମୁଖ୍ୟତ ହଷ୍ଟେଲର ପରିଚାଳନା ପାଇଁ ଉଦ୍ଧିଷ୍ଟ । ଏହି ଛାତ୍ର ବୃତ୍ତି ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଅନ୍ତେବାସୀଙ୍କର ଶିକ୍ଷାଗତ ଯୋଗ୍ୟତା ତଥା ସାମଗ୍ରିକ ବିକାଶକୁ ଲକ୍ଷ ରଖାଯାଇଥାଏ । ଅନ୍ତେବାସୀଙ୍କର ପୁଷ୍ଟିକର ସୁରକ୍ଷା ପାଇଁ ହଷ୍ଟେଲ ମେନୁରେ ମିଲେଟ(ମାଣ୍ଡିଆ) ଆଧାରିତ ଖାଦ୍ୟ ସାମଗ୍ରୀ ସାମିଲ ହେବ । ଏହି ଯୋଜୋନାରେ 5 ଲକ୍ଷରୁ ଅଧିକ ଅନୁସୂଚିତ ଜନଜାତି ଏବଂ ଅନୁସୂଚିତ ଜାତି ଅନ୍ତେବାସୀ ଉପକୃତ ହେବେ । ପ୍ରତି ବର୍ଷ 490 କୋଟି ଟଙ୍କା ବ୍ୟୟ ଅଟକଳ ଛତ୍ର ବୃତ୍ତି ପାଇଁ ହେବ । ଏହି ଛାତ୍ରବୃତ୍ତି ହାର ପୂର୍ବରୁ 2015 ମସିହାରେ ବୃଦ୍ଧି କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.