ETV Bharat / city

କୋଟିଆ ପ୍ରସଙ୍ଗରେ ଓଡିଶାର ସତ୍ୟପାଠ; ଅଦାଲତର ଅବମାନନା କରୁଛି ଆନ୍ଧ୍ର

author img

By

Published : Mar 21, 2021, 10:20 AM IST

କୋଟିଆ ପ୍ରସଙ୍ଗରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି । ସତ୍ୟପାଠରେ ଆନ୍ଧ୍ର ସରକାର ସ୍ଥିତାବସ୍ଥା ଆଦେଶକୁ ଉଲ୍ଲଙ୍ଘନ କରୁଥିବା ଓଡିଶା କହିଛି । କୋର୍ଟରେ ଦାଖଲ ଅଣ୍ଡରଟେକିଂକୁ ଆନ୍ଧ୍ର ଅବମାନନା କରୁଛି । ଅଧିକ ପଢନ୍ତୁ...

କୋଟିଆ ପ୍ରସଙ୍ଗରେ ଓଡିଶାର ସତ୍ୟପାଠ
କୋଟିଆ ପ୍ରସଙ୍ଗରେ ଓଡିଶାର ସତ୍ୟପାଠ

ଭୁବନେଶ୍ବର: କୋଟିଆ ପ୍ରସଙ୍ଗରେ ଓଡିଶା ସରକାର ସୁପ୍ରିମକୋର୍ଟରେ ଜବାବ ଦାଖଲ କରିଛନ୍ତି। କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦାଲ ଅଖତର ସତ୍ୟପାଠ ଦାଖଲ କରିଛନ୍ତି । ସତ୍ୟପାଠରେ ଆନ୍ଧ୍ର ସରକାର ସ୍ଥିତାବସ୍ଥା ଆଦେଶକୁ ଉଲ୍ଲଙ୍ଘନ କରୁଥିବା ଓଡିଶା କହିଛି । ଅଦାଲତ ଅବମାନନା ଆଇନ 1971 ଅନୁସାରେ, କୋର୍ଟରେ ଦାଖଲ ଅଣ୍ଡରଟେକିଂକୁ ଉଲ୍ଲଙ୍ଘନ କଲେ ଏହା ଅବମାନନା ଭାବେ ଗଣନା କରାଯାଏ । ସ୍ଥିତାବଜାୟୀ ରଖିବାକୁ ଆନ୍ଧ୍ର 2006 ରେ ଏକ ଅଣ୍ଡରଟେକିଂ ଦେଇଥିଲା । ତେବେ ଆନ୍ଧ୍ର ସରକାରଙ୍କ ତରଫରୁ ଦାଖଲ ହୋଇଥିବା ସମସ୍ତ ଦସ୍ତାବିଜକୁ ଭିତ୍ତିହୀନ କହିଛି । ଏନେଇ 500 ପୃଷ୍ଠା ସମ୍ବଳିତ ସତ୍ୟପାଠରେ 31ଟି ଦସ୍ତାବିଜ ଦାଖଲ କରାଯାଇଛି ।

ଆନ୍ଧ୍ର-ଓଡିଶା ସୀମାନ୍ତ କୋଟିଆର 3ଟି ପଞ୍ଚାୟତରେ ବେଆଇନ ଭାବେ ଆନ୍ଧ୍ର ନିର୍ବାଚନ କରିଛି । ଓଡିଶାର ବିରୋଧ ସତ୍ତ୍ବେ କୋଟିଆର ଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରିରେ ଆନ୍ଧ୍ର ନିର୍ବାଚନ ଘୋଷଣା କରିଥିଲେ । ପ୍ରତ୍ୟେକ ଥର ଉଚ୍ଚସ୍ତରୀୟ ହସ୍ତକ୍ଷେପ ପରେ ନିର୍ବାଚନକୁ ବନ୍ଦ କରାଯାଉଛି । ଏହାକୁ ପ୍ରମାଣ ଦେବାକୁ ଯାଇ ଅକ୍ଟୋବର 14, 1966 ନିର୍ବାଚନ ଅଧିକାରୀଙ୍କୁ ଲେଖା ଯାଇଥିବା ଏକ ପତ୍ରକୁ ସତ୍ୟପାଠରେ ଉଲ୍ଲେଖ କରାଯାଇଛି ।

ଏହି ତିନୋଟି ଗାଁ ଓଡିଶାର ଅବିଚ୍ଛେଦ୍ଯ ଅଙ୍ଗ । କୋଟିଆରେ ଓଡିଶାର ପ୍ରଶାସନିକ ନିୟନ୍ତ୍ରଣ ରହିଛି ବୋଲି ସତ୍ୟପାଠରେ କୁହାଯାଇଛି । ଓଡିଶା ପକ୍ଷରୁ ଜନଗଣନା ରିପୋର୍ଟ, ମତଦାନା ତାଲିକା, ଓଡିଶା ସରକାରଙ୍କ ପକ୍ଷରୁ ଏ ଅଞ୍ଚଳରେ କରାଯାଇଥିବା ବିକାଶମୂଳକ କାର୍ଯ୍ୟର ଚିଠିପତ୍ର ନକଲ ଦାଖଲ କରାଯାଇଛି । ଆଇନ ଶୃଙ୍ଖଳାକୁ ନେଇ ଫେବୃୟାରୀ 28, 2009ରେ ରାଜ୍ୟ ସରକାରଙ୍କ ଗୃହ ବିଭାଗ ଦ୍ବାରା କୋଟିଆ ପୋଲିସ ଷ୍ଟେସନ ସ୍ଥାପନା କରାଯାଇଛି ।

ଆନ୍ଧ୍ର-ଓଡିଶା ସୀମା ବିବାଦକୁ ନେଇ ସୁପ୍ରିମକୋର୍ଟରେ ଓଡିଶା ଆବେଦନ କରିଥିଲା । ଏହି ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରି ଆନ୍ଧ୍ର ଠାରୁ ଜବାବ ଦାଖଲ କରିଥିଲେ । ଆନ୍ଧ୍ରର ସତ୍ୟପାଠ ଦାଖଲ ପରେ ଏହା ଉପରେ ଜବାବ ରଖିବାକୁ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର 3ଟି ଗାଁରେ ଆନ୍ଧ୍ର ପଞ୍ଚାୟତ ବେଆଇନ ଭାବେ ନିର୍ବାଚନ କରିଥିଲା । 2006ରେ ସୁପ୍ରିମକୋର୍ଟ ଏନେଇ ସ୍ଥଗିତାଦେଶ ଲଗାଇଥିଲେ ମଧ୍ୟ ଆନ୍ଧ୍ର ଜବରଦୋସ୍ତ ଅନୁପ୍ରବେଶ କରିବା ସହ ଲୋକଙ୍କୁ ଲୋଭ ଦେଖାଇ ନିର୍ବାଚନ କରୁଛି ।

କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ନିଜର 50 ପୃଷ୍ଠା ସମ୍ବଳିତ ଏକ ସତ୍ୟପାଠ ଦାଖଲ କରିଥିଲା । ଯେଉଁଥିରେ ଆନ୍ଧ୍ର କହିଥିଲା ଏହି ଅଞ୍ଚଳ ତାର ଓଡିଶାର ନୁହେଁ । ରାଜ୍ୟ ଗଠନ ହେବା ପର ଠାରୁ ଆନ୍ଧ୍ର ନିର୍ବାଚନ କରାଇ ଆସୁଛି । ଓଡିଶା ସରକାରଙ୍କ ଆବେଦନ ଭିତ୍ତିହୀନ ହୋଇଥିବାରୁ ଏହାକୁ ଖଣ୍ଡନ କରିବାକୁ ଦାବି କରିଥିଲା ଆନ୍ଧ୍ର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.