ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅନ୍ତଭୁକ୍ତ କରିବା ପାଇଁ ଋଣୀ ଓ ଅଣଋଣୀ ଚାଷୀଙ୍କ ତାଲିକା ଦେଇ ପାରୁ ନାହାନ୍ତି ସରକାର । ଅଗଷ୍ଟ ୧୬ ଥିଲା ଶେଷ ତାରିଖ । କିନ୍ତୁ ରାଜ୍ୟ ସରକାର ମାତ୍ର ୨୦ଲକ୍ଷ ଚାଷୀଙ୍କ ତାଲିକା ଦେଇଥିବା ବେଳେ ବାକି ୬ଲକ୍ଷ ଚାଷୀଙ୍କ ତାଲିକା ଏପର୍ଯ୍ୟନ୍ତ ଦେଇନାହାନ୍ତି । ଏପଟେ ଆସନ୍ତା ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଏହାର ସମୟ ସୀମା ଘୁଞ୍ଚାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।
ଚଳିତ ବର୍ଷ ସରକାର ୨୭.୫ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ହେଲେ ଜମି ପଟ୍ଟା ଯାଞ୍ଚ, ଅଧାର କାର୍ଡ ଲିଙ୍କ ଏବଂ ଇଣ୍ଟରନେଟ ଅସୁବିଧା ପାଇଁ ଏହି ତାଲିକା କେନ୍ଦ୍ର ସରକାରଙ୍କୁ ଦେବାରେ ବିଳମ୍ବ ହୋଇଛି । ଏପଟେ ବିରୋଧୀ ଅଭିଯୋଗ କରିଛନ୍ତି ସରକାରୀ ଚାଷୀ ଚିହ୍ନଟ କରିନଥିବାରୁ ପିଏମ କିଷାନ ହେଉ ଅବା କାଳିଆ ଯୋଜନାରେ ଚାଷୀଙ୍କୁ ସାହାର୍ଯ୍ୟ କରୁପାରୁ ନାହାନ୍ତି। କେବଳ ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି ବୋଲି କହିଛନ୍ତି ବିରୋଧୀ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ