ETV Bharat / city

ରେଳ ପାଇଁ ଓଡିଶାକୁ 5528 କୋଟି

author img

By

Published : Feb 4, 2021, 10:20 AM IST

ଚଳିତ ବଜେଟରେ ରେଳ ପାଇଁ ଓଡିଶାକୁ ମିଳିଛି 5528 କୋଟି ଟଙ୍କା । ଏନେଇ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ପୀୟୁଷ ଗୋୟଲ । ଅଧିକ ପଢନ୍ତୁ...

ରେଳ ପାଇଁ ଓଡିଶାକୁ 5528 କୋଟି
ରେଳ ପାଇଁ ଓଡିଶାକୁ 5528 କୋଟି

ଭୁବନେଶ୍ବର: ବଜେଟରେ ରେଳ ପାଇଁ ଚଳିତ ବର୍ଷ ଓଡିଶାକୁ ମିଳିଛି 5528 କୋଟି ଟଙ୍କା । ରାଜ୍ୟ ସରକାର ରେଳ ପ୍ରକଳ୍ପ ଗୁଡିକ ପାଇଁ 7200 କୋଟି ଟଙ୍କା ଦାବି କରିଥିବାବେଳେ କେନ୍ଦ୍ର ସରକାର ଏଥିପାଇଁ 5528 କୋଟି ଟଙ୍କା ଦେଇଥିବା ଜଣାପଡିଛି । ଏନେଇ ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

ରେଳ ପାଇଁ ଓଡିଶାକୁ 5528 କୋଟି
ରେଳ ପାଇଁ ଓଡିଶାକୁ 5528 କୋଟି

ସେହିପରି 2009ରୁ 2014 ମସିହା ମଧ୍ୟରେ ଓଡିଶା ରେଳ ପ୍ରକଳ୍ପ ପାଇଁ ହାରାହାରି 838 କୋଟି ଟଙ୍କା ଆସିଥିବାବେଳେ 2021-22 5528 କୋଟି ମିଳିଛି ଯାହାକି 560 ପ୍ରତିଶତ ଅଧିକ ବୋଲି ସେ ଦାବି କରିଛନ୍ତି ।

ତେବେ ନୂଆରେଳପଥ, ଗେଜ୍‌ ପରିବର୍ତ୍ତନ ଓ ଦୋହରିକରଣ ଭଳି 39ଟି ପ୍ରକଳ୍ପ ପାଇଁ ସରକାର 61,949 କୋଟି ଖର୍ଚ୍ଚ କରିବେ । ଏଥିରେ 4877 କିଲୋମିଟର ରେଳପଥ ବିଛାଯିବ ବୋଲି ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.