ETV Bharat / city

ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ବଢୁଛି ଦରଦାମ: ଯୋଗାଣ ମନ୍ତ୍ରୀ

author img

By

Published : May 19, 2022, 1:43 PM IST

ଦେଶରେ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ଏପରି ହୋଇଥିବା ରଣେନ୍ଦ୍ର ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ବଢୁଛି ଦରଦାମ: ଯୋଗାଣ ମନ୍ତ୍ରୀ
ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ବଢୁଛି ଦରଦାମ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଦେଶରେ ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟ ଖାଉଟି କଲ୍ୟାଣ ମନ୍ତ୍ରୀ । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା ଯୋଗୁଁ ଏପରି ହୋଇଥିବା ରଣେନ୍ଦ୍ର ଅଭିଯୋଗ କରିଛନ୍ତି । ଦରଦାମ ବୃଦ୍ଧି ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ ‘କେବଳ ଋଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ଦରଦାମ ବଢୁନି । ଗତ 13 ମାସରୁ ଅଧିକ ସମୟ ହେଲା ଦର ବଢି ଚାଲିଛି । 13 ମାସ ହେଲା ତ ଯୁଦ୍ଧ ହୋଇନାହିଁ । ପ୍ରାୟ ମାସେ ହେଲା ଯୁଦ୍ଧ ହୋଇଛି’ । ଦରଦାମ ବୃଦ୍ଧିର କାରଣ ହେଉଛି କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଅର୍ଥନୈତିକ ପରିଚାଳନା । ପେଟ୍ରୋଲ ଓ ଡିଜେଲରେ କେନ୍ଦ୍ର ସରକାର ଲୁଟାୟନ କାର୍ଯ୍ୟକ୍ରମ କରିଛନ୍ତି । ଯାହା ଆଗରୁ କେବେ ନ ଥିଲା ।

ଯୁଦ୍ଧ ବଢିଲେ, ସପ୍ଲାଇ ଚେନ ଭାଙ୍ଗିଲେ ଆହୁରି ଦର ବଢ଼ିବ । ହେଲେ ଓଡ଼ିଶାରେ ଜାତୀୟ ହାର ସହ ସମାନ୍ତରଳ ରଖିଛୁ । ଆମେ ନିବେଦନ କରିଛୁ ସେସ ଓ ଟିକସ ଛାଡ଼ କରି କେନ୍ଦ୍ର ସରକାର ସବୁ ରାଜ୍ୟ ସହ ଆଲୋଚନା କରି କାମ କରନ୍ତୁ । ଗ୍ୟାସରେ ମିଳୁଥିବା ସବସିଡିକୁ କେନ୍ଦ୍ର ସରକାର ଗତ ବଜେଟରେ ଶୂନ୍ୟ କରି ଦେଲେ ।

ସେ ଆହୁରି କହିଛନ୍ତି ଯେ, ‘ଗରିବଙ୍କ ଉପରେ ମହଙ୍ଗା ମାଡ଼ ହେଉଛି । ବଡ଼ବଡ଼ିଆ ଖସିଗଲେ । କର୍ପୋରେଟ ଟିକସ କମିଲା । ଭାରତ ବର୍ଷର ଅର୍ଥନୀତିକୁ କେନ୍ଦ୍ର ସରକାର ବିଗାଡି ଦେଇଛନ୍ତି । ସେଥିପାଇଁ ଦରଦାମ ଗତ 13 ମାସରୁ ବଢି ଚାଲିଛି’ ।

ସଠିକ ପଦକ୍ଷେପ ନେବାକୁ ଆମେ କେନ୍ଦ୍ର ସରକାରଙ୍କୁ କହୁଛୁ । ହେଲେ ସେମାନେ କୌଣସି ନୀତିଗତ ନେଉ ନାହାନ୍ତି । କନଜ୍ୟୁମର ପ୍ରାଇସ ଏସଡେକ୍ସ (consumer price index) ଦେଖିଲେ ଜଣାପଡୁଛି ଯେ, ହୋଲେସଲ ପ୍ରାଇସ୍ (wholesale price) କମ ରହିଛି । କନଜ୍ୟୁମର ପ୍ରାଇସ୍ (consumer price) ଅଧିକ ରହିଛି । ଯାହା ଓଲଟା ରହୁଛି ।

ଏହା ଦେଶରେ ବିଚିତ୍ର ସ୍ଥିତି ଦେଖିବାକୁ ମିଳୁଛି । ଏଥିରୁ ଛୋଟ ବ୍ୟବସାୟୀ ମାଡ଼ ଖାଇବେ । ବଡ଼ ବ୍ୟବସାୟୀଙ୍କ ପାଇଁ ଏହି ଖେଳ ଚାଲିଛି । କନଜ୍ୟୁମର ପ୍ରାଇସ ଏସଡେକ୍ସ (Consumer Price Index)ରେ ରିଟେଲ ଇନପ୍ଲାଟେସନ୍ (retail inflation) 7.79 ପ୍ରତିଶତ ରହିଛି । ଯାହା ବାରମ୍ବାର ବଢି ଚାଲିଛି । ସେହିପରି ହୋଲେସଲ ପ୍ରାଇସ୍ ଇନଡେକ୍ସ (Wholesale Price Index) 15.08 ପ୍ରତିଶତ । ଯାହା ସର୍ବାଧିକ । ଗତ 17 ବର୍ଷରୁ ଏହା ବଢି ବଢି ଚାଲିଛି । ଦେଶରେ ଅଭାବନୀୟ ପରିସ୍ଥିତି ହେବାକୁ ଯାଉଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.