ETV Bharat / city

ବିଭିନ୍ନ ଦାବିର ସମାଧାନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀ - କେନ୍ଦ୍ରକୁ ରଣେନ୍ଦ୍ରଙ୍କ ଚିଠି

ପୁଣି ରାଜ୍ୟ ଉଠାଇଲା କେନ୍ଦ୍ର ଅବହେଳା ପ୍ରସଙ୍ଗ । କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ଚିଠି । ବକେୟା ସବ୍‌ସିଡି ଅର୍ଥ ପ୍ରଦାନ ଏବଂ ବଳକା ଚାଉଳ ଉଠାଣ ନେଇ ଚିଠି ଲେଖିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ବିଭିନ୍ନ ଦାବିର ସମାଧାନ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ଯୋଗାଣ ମନ୍ତ୍ରୀଙ୍କ

author img

By

Published : May 12, 2022, 3:59 PM IST

Updated : May 12, 2022, 4:52 PM IST

ଭୁବନେଶ୍ବର: ବକେୟା ସବ୍‌ସିଡି ଅର୍ଥ ପ୍ରଦାନ ଏବଂ ବଳକା ଚାଉଳ ଉଠାଣ ଦାବି ନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖିଲେ ରାଜ୍ୟ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । କେନ୍ଦ୍ର ସରକାର ଧାନସଂଗ୍ରହ ବାବଦରେ ବକେୟା ସବ୍‌ସିଡି ଅର୍ଥ ପ୍ରଦାନ କରୁନଥିବା, ବଳକା ଚାଉଳ ଉଠାଣ, ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ ନେଇ ପଦକ୍ଷେପ ନେଉନଥିବାରୁ କେନ୍ଦ୍ରକୁ ଚିଠି ଲେଖିଛି ରାଜ୍ୟ । ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଶତପ୍ରତିଶତ ଚାଉଳ ଯୋଗାଣ ଆଦି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ।

ମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, 'ଭାରତ ସରକାରଙ୍କ ସହ ସ୍ଵାକ୍ଷରିତ ବୁଝାମଣାପତ୍ର ଅନୁଯାୟୀ ଧାନସଂଗ୍ରହ ବାବଦକୁ ମିଳୁଥିବା ସବ୍‌ସିଡି ଅର୍ଥ ପ୍ରଦାନରେ କେନ୍ଦ୍ର ସରକାରଙ୍କ ବିଳମ୍ବ ଯୋଗୁଁ ପ୍ରମୁଖ ଧାନସଂଗ୍ରହକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ଉପରେ ଆର୍ଥିକ ଚାପ ସୃଷ୍ଟି ହେଉଛି । ଅପ୍ରେଲ ୨୦୨୨ ସୁଦ୍ଧା ଓଡ଼ିଶା ରାଜ୍ୟ ଯୋଗାଣ ନିଗମର ସବ୍‌ସିଡି ବାବଦକୁ ମୋଟ ପ୍ରାୟ ୧୦୩୩୪ କୋଟି ଟଙ୍କା ବକେୟା ପ୍ରାପ୍ୟ ରହିଛି । ପ୍ରଭିଜନାଲ ସବ୍‌ସିଡି ବାବଦକୁ ୭୯୩୧.୯୦ କୋଟି ଏବଂ ଅଗ୍ରୀମ ସବ୍‌ସିଡି ପ୍ରଦାନ ବାବଦକୁ ୨୪୦୨.୧୯ କୋଟି ଏଥିରେ ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାରଙ୍କ ଦ୍ଵାରା ସବ୍‌ସିଡି ଅର୍ଥ ପ୍ରଦାନରେ ବିଳମ୍ବ ଏବଂ ସ୍ଵଳ୍ପ ପରିମାଣରେ ଅର୍ଥ ପ୍ରଦାନ ଯୋଗୁଁ ନିଗମକୁ ୫୪୫୪.୬୭ କୋଟି ଟଙ୍କାର ଅତିରିକ୍ତ ସୁଧ ବହନ କରିବାକୁ ପଡ଼ୁଛି । ଯାହାକୁ କେନ୍ଦ୍ର ସରକାର ପ୍ରଦାନ କରିବା ଆବଶ୍ୟକ ।'

ଏଥି ସହିତ ଖରିଫ ବିପଣନ ଋତୁ ୨୦୨୧-୨୨ରେ ରାଜ୍ୟ ଦ୍ଵାରା ସଂଗୃହୀତ ୫୨ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ମଧ୍ୟରୁ ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟ ଜନକଲ୍ୟାଣ ଯୋଜାନରେ ରାଜ୍ୟର ନିଜସ୍ଵ ଚାହିଦା ୩୯ ଲକ୍ଷ ମେଟ୍ରିକ୍ ଟନ ହେଉ ଥିବାବେଳେ ୧୩ ଲକ୍ଷ ମେଟ୍ରିକ୍ ଟନ ଚାଉଳ ବଳକା ଉପଲବ୍ଧ ହେଉଛି । ରାଜ୍ୟରେ ଧାନସଂଗ୍ରହ ପ୍ରକ୍ରିୟାକୁ ସୁରୁଖୁରୁରେ କରିବା ନିମନ୍ତେ ଏହି ବଳକା ଚାଉଳକୁ ଭାରତୀୟ ଖାଦ୍ୟ ନିଗମ ଦ୍ଵାରା ତୁରନ୍ତ ଉଠାଣର ଆବଶ୍ୟକତା ରହିଥିବା ମନ୍ତ୍ରୀ କହିଛନ୍ତି ।

ଭାରତ ସରକାରଙ୍କ ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ ଦ୍ଵାରା ପ୍ରଦତ୍ତ ଧାର୍ଯ୍ୟ ଲକ୍ଷ୍ୟ ୫ ଲକ୍ଷ ଟନ ଫୋର୍ଟିଫାଏଡ୍ ଉଷୁନା ଚାଉଳ ଏଫ୍‌ସିଆଇକୁ ଯୋଗାଣ ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି । ରାଜ୍ୟ ଅଧିକ ପରିମାଣରେ ଫର୍ଟିଫାଏଡ୍ ଉଷୁନା ଚାଉଳ ଯୋଗାଇଦେବା ପାଇଁ ସକ୍ଷମ ହୋଇଥିବାରୁ ଭାରତ ସରକାରଙ୍କୁ ଅତିରିକ୍ତ ଲକ୍ଷ୍ୟ ପ୍ରଦାନ ନିମନ୍ତେ ଅନୁରୋଧ କରାଯାଇଛି । ଏତଦ୍‌ବ୍ୟତୀତ ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲା ନିମନ୍ତେ କଟକର ଜଗତପୁରସ୍ଥିତ ଭାରତୀୟ ଖାଦ୍ୟ ନିଗମ ଡିପୋକୁ ଗହମ ଯୋଗାଣ କରିବା ପାଇଁ ଅନୁରୋଧ କରାଯାଇଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଆସାମ, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୋଆ ଏବଂ ତେଲେଙ୍ଗାନା ରାଜ୍ୟ ଭଳି ଓଡ଼ିଶାର ହିତାଧ୍ୟାକାରୀଙ୍କୁ ଶତପ୍ରତିଶତ ଚାଉଳ ଯୋଗାଇଦେବା ପାଇଁ ମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : May 12, 2022, 4:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.