ETV Bharat / city

ରାଜନୈତିକ ହିଂସା: ପଶ୍ଚିମବଙ୍ଗ ରାସ୍ତାରେ ଓଡିଶା କହିଲା ବିଜେପି

author img

By

Published : Mar 25, 2022, 6:21 PM IST

ରାଜ୍ୟରେ ରାଜନୈତିକ ହିଂସା ବଢି ଚାଲିଥିବା ବେଳେ ପଶ୍ଚିମବଙ୍ଗ ପଛରେ ଓଡ଼ିଶା ଗୋଡାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି । ଅଧିକ ପଢନ୍ତୁ

ରାଜନୈତିକ ହିଂସା: ଓଡ଼ିଶା ପଶ୍ଚିମବଙ୍ଗର ପଛରେ ଗୋଡାଇଛି କହିଲା ବିଜେପି

ଭୁବନେଶ୍ବର: ରାଜ୍ୟରେ ରାଜନୈତିକ ହିଂସାକୁ ନେଇ ବିଜେପି ସାମ୍ବାଦିକ ସମ୍ମିଳନୀ କରି ବିଜେଡି ଉପରେ ବର୍ଷିଛି । ଶାସକ ଦଳ କ୍ଷମତା ଅନ୍ଧ, ଉଦ୍ଦେଶ୍ୟ ମନ୍ଦ। ଓଡ଼ିଶା ହିଂସାରେ ବେଙ୍ଗଲ ପଛରେ ଗୋଡ଼ାଇଛି । ରାଜ୍ୟରେ ଅସହିଷ୍ଣୁତା ବଢିଛି । ପଞ୍ଚାୟତ ଓ ପୌର ନିର୍ବାଚନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ମୁଷ୍ଟିମେୟ ପୋଲିସ ଅଧିକାରୀ ଶାସକ ଦଳର କର୍ମୀ ପାଲଟି ଯାଇଛନ୍ତି । SEC ବିଜେଡିର ହାତ ବାରିସି ସାଜିଲେ,ଏସବୁ ଗଣତନ୍ତ୍ର ପାଇଁ ବିପଦ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।

ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାର ଚରମ ସୀମାରେ ପହଞ୍ଚିଛି । ପଞ୍ଚାୟତ ଓ ପୌର ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଘଟଣା ପ୍ରଶାସନର ଆଇନଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଥାରେ ଅହିଂସା-କାମରେ ହିଂସା ପଦ୍ଧତି ଦଳ ଆପଣେଇଛି ବୋଲି ଅଭିଯୋଗ ଆଣିଛି ବିଜେପି । ପଶ୍ଚିମବଙ୍ଗର ରାଜନୈତିକ ଅସହିଷ୍ଣୁତାକୁ ଏବେ ବିଜେଡି ଆପଣେଇଛି । ରାଜ୍ୟରେ ଅସହିଷ୍ଣୁତା ବଢିଯାଇଛି, ବ୍ୟାପକ ହିଂସା ଦେଖିବାକୁ ମିଳିଥିବା କହିଛନ୍ତି ସମୀର ।

ରାଜ୍ୟରେ ହିଂସାତ୍ମକ କାର୍ଯ୍ୟ ନେଇ ରାଜ୍ୟର ଗୃହମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ କୌଣସି ପ୍ରତିକ୍ରିୟା ପ୍ରକାଶ କରୁନଥିବାରୁ ଏହାକୁ ନିନ୍ଦା କରିଛି ଦଳ । ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ଗଣହତ୍ୟା ହେଉଛି । ଶର୍ମିଷ୍ଠା ରାଉତଙ୍କୁ ମାନସଙ୍କ ହତ୍ୟା ଘଟଣାରେ ଜେରା କରି ଛାଡ଼ିଦେଇ ଓଡିଶା ବାହାରକୁ ଯିବାପାଇଁ ସୁଯୋଗ ଦିଆଯାଉଛି । ଏଭଳି ରାଜ୍ୟର ଅନେକ ଘଟଣା ଉଠାଇଛି ବିଜେପି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.