ETV Bharat / city

ଆଧୁନିକ ଉତ୍କଳର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କୁ ଶ୍ରଦ୍ଧାଞ୍ଜଳି

author img

By

Published : Nov 21, 2021, 1:04 PM IST

Updated : Nov 21, 2021, 4:33 PM IST

ନବ ଉତ୍କଳର ବିନ୍ଧାଣୀ ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ ୧୨୨ତମ ଜୟନ୍ତୀ । ରାଜନୀତି ଠୁ ଆରମ୍ଭ କରି ସାହିତ୍ୟ ଜଗତ, ସବୁଠି ତାଙ୍କ ଛାପ । ଅଧିକ ପଢନ୍ତୁ

ଆଧୁନିକ ଉତ୍କଳର ବିନ୍ଧାଣୀ ହରେକୃଷ୍ଣ ମହତାବଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ହାଇଦ୍ରାବାଦ: ହରେକୃଷ୍ଣ ମହତାବ, ସ୍ବାଧୀନ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଏବଂ ଆଧୁନିକ ଓଡିଶାର ନିର୍ମାତା । ରାଜନୀତି ଠୁ ଆରମ୍ଭ କରି ସାହିତ୍ୟ ଜଗତ, ସବୁଠି ତାଙ୍କ ଛାପ । ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବା ସହ ଅନ୍ୟ ରାଜ୍ୟରେ ପ୍ରଥମ ଓଡିଆ ରାଜ୍ୟପାଳ ଭାବେ ଆସନ ଅଳଙ୍କୃତ କରିଥିଲେ । ଓଡିଶାରେ ଗଡଜାତର ମିଶ୍ରଣ, ଭୁବନେଶ୍ବରରେ ରାଜଧାନୀ ନିର୍ମାଣ ସବୁକିଛି ହରେକୃଷ୍ଣ ମହତାବଙ୍କ ଶାସନ କାଳ ସମୟରେ ହିଁ ହୋଇଥିଲା ।

ଆଜି ଏହି ମହାନ ଉତ୍କଳୀୟ ନେତାଙ୍କ ୧୨୨ତମ ଜୟନ୍ତୀ । ୧୮୯୯ ମସିହା ଆଜିର ଦିନରେ ଭଦ୍ରକ ଜିଲ୍ଲା ଆଗରପଡାରେ ଜନ୍ମଗ୍ରହଣ କରିଥିଲେ ଉତ୍କଳର ଏହି ସୁପୁତ୍ର । ତାଙ୍କ ପିତାଙ୍କ ନାମ କୃଷ୍ଣ ଚରଣ ମହତାବ ଓ ମାତାଙ୍କ ନାମ ତୋହଫା ଦେବୀ ଥିଲା । ଭଦ୍ରକ ହାଇସ୍କୁଲରେ ମାଟ୍ରିକ ପଢା ସାରି ରେଭେନ୍ସାରେ ନାମ ଲେଖାଇଥିଲେ । କିନ୍ତୁ ସେଠାରୁ ସେ ପାଠ ପଢା ଛାଡି ୧୯୨୯ ରେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ୧୯୨୩-୨୪ ମଧ୍ୟରେ ଓଡିଶା ପ୍ରଜା ଆନ୍ଦୋଳନର ନେତୃତ୍ବ ନେଇ ଜେଲ୍ ଯାଇଥିଲେ । ଏହାପରେ ପୁନର୍ବାର ୧୯୩୦-୩୧ରେ ବାଲେଶ୍ୱରର ଇଞ୍ଚୁଡ଼ି ଠାରେ ଲବଣ ସତ୍ୟାଗ୍ରହ ଓ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ ।

୧୯୩୭ ରେ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସମିତିରେ ଯୋଗଦାନ କରିଥିଲେ । ତା' ପରବର୍ଷ ଜାତୀୟ କଂଗ୍ରେସର କାର୍ଯ୍ୟକାରୀ ସମିତିର ସଭ୍ୟରୂପେ ମନୋନୀତ ହୋଇଥିଲେ । ୧୯୪୬ ରୁ ୧୯୫୦ ଏବଂ ପରେ ୧୯୫୬ ରୁ ୧୯୬୧ ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଥିଲେ । ୧୯୫୦-୫୨ ମଧ୍ୟରେ ସେ କେନ୍ଦ୍ର ଶିଳ୍ପ, ବାଣିଜ୍ୟ ଏବଂ ଯୋଗାଣ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ହେବାର ସୌଭାଗ୍ୟ ଲାଭ କରିଥିଲେ । ୧୯୬୨ ରେ ଅପ୍ରତିଦ୍ବନ୍ଦୀ ଭାବେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ତାଙ୍କ ମୁଖ୍ୟମନ୍ତ୍ରୀ କାଳରେ ଗଡ଼ଜାତ ମିଶ୍ରଣ, ଭୁବନେଶ୍ୱରରେ ନୂଆ ରାଜଧାନୀ ପ୍ରତିଷ୍ଠା, ଓଡ଼ିଶା ଟେକ୍ସଟାଇଲ ମିଲ ପ୍ରତିଷ୍ଠା, କଟକରେ ଆକାଶବାଣୀ କେନ୍ଦ୍ର ପ୍ରତିଷ୍ଠା, ବାରବାଟୀ ଷ୍ଟାଡିୟମ ନିର୍ମାଣ ଓ ହୀରାକୁଦ ବନ୍ଧ ନିର୍ମାଣରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଓଡ଼ିଶା ଅଲମ୍ପିକ ଆସୋସିଏସନର ସେ ଥିଲେ ପ୍ରତିଷ୍ଠାତା ସଭାପତି ।

୧୯୬୬ ରେ ସେ କଂଗ୍ରେସ ଦଳ ଛାଡିଥିଲେ । ରାଜନୀତିଠୁ ଆରମ୍ଭ କରି ସାହିତ୍ୟ, ଗଳ୍ପ, କବିତା, ଉପନ୍ୟାସ ଏପରିକି ସାମ୍ବାଦିକତା କ୍ଷେତ୍ରରେ ମଧ୍ୟ ମହତାବଙ୍କ ଅବଦାନ ଅତୁଳନୀୟ । ସେ 'ପ୍ରଜାତନ୍ତ୍ର' ପତ୍ରିକାର ପ୍ରତିଷ୍ଠାତା ଏବଂ ଝଂକାର ଖବର କାଗଜର ସମ୍ପାଦକ ଥିଲେ । ତାଙ୍କ ରଚିତ ଗଳ୍ପ, କବିତା, ଶିଶୁ ସାହିତ୍ୟ, ଉପନ୍ୟାସ ଆଦି ସାହିତ୍ୟ ଜଗତକୁ ସମୃଦ୍ଧ କରିଛି । ତାଙ୍କର ଚର୍ଚ୍ଚିତ କୃତି ମଧ୍ୟରେ ରହିଛି 'ପ୍ରତିଭା', 'ଅବ୍ୟାପାର', 'ନୂତନ ଧର୍ମ', 'ଟାଉଟର', 'ତୃତୀୟ ପର୍ବ' ଏବଂ 'ସାଧନାର ପଥେ' ହରେକୃଷ୍ଣଙ୍କ ଆତ୍ମଜୀବନୀ ।

ସ୍ବର୍ଗତ ହରେକୃଷ୍ଣ ମହତାବଙ୍କ 'ଗାଁ ମଜଲିସ' ସେତେବେଳେ ପ୍ରଚୁର ଲୋକପ୍ରିୟତା ହାସଲ କରିଥିଲା । ଏହିପରି ଭାବରେ ଓଡିଶାର ସୁପୁତ୍ର ହରେକୃଷ୍ଣ ମହତାବ ଉତ୍କଳକୁ ପ୍ରଗତି ପଥରେ ନେଇଯାଇଥିଲେ । ୧୯୮୭ ଜାନୁଆରୀ ୨ ରେ ସେ ଇହଲୀଳା ତ୍ୟାଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 21, 2021, 4:33 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.