ETV Bharat / city

Odisha Assembly: ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା, ଆର୍ଥିକ ପରିଚାଳନାରେ ରାଜ୍ୟ ହେବ ପ୍ରଥମ - Odisha Assembly Budget session

ମୁଣ୍ଡପିଛା ଋଣ ଭାରରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । 2020-21 ଆର୍ଥିକ ବର୍ଷ ତୁଳନାରେ ଏହା 934 ଟଙ୍କା ହ୍ରାସ ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର 22 ହଜାର 827 ଟଙ୍କା ରହିଛି । ଅଧିକ ପଢନ୍ତୁ

ଅର୍ଥମନ୍ତ୍ରୀ
ଅର୍ଥମନ୍ତ୍ରୀ
author img

By

Published : Mar 28, 2022, 5:19 PM IST

ଭୁବନେଶ୍ବର: ଆର୍ଥିକ ବର୍ଷ 1999-2000 ରେ ରାଜ୍ୟ ସରକାର କେତେ ଋଣ କରିଥିଲେ । କେତେ ସୁଧ ଦେଉଥିଲେ । 2021-22 ରେ ଋଣ ପରିମାଣ କେତେ । ସୁଧ କେତେ ଦେଉଛନ୍ତି । ମୁଣ୍ଡ ପିଛା ଋଣ କେତେ ? ଶୋଡଷ ବିଧାନସଭା ବଜେଟ ଅଧିବେଶନର ଆଜି ତୃତୀୟ ଦିନର ପ୍ରଶ୍ନକାଳରେ ଏହି ପ୍ରଶ୍ନ ପଚାରିଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି ।

ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ଆର୍ଥିକ ପରିଚାଳନାରେ ରାଜ୍ୟ ହେବ ପ୍ରଥମ

ଜବାବ ଦେଇ ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀ କହିଥିଲେ 1999-2000 ଆର୍ଥିକ ବର୍ଷର ତଥ୍ୟ ବର୍ତ୍ତମାନ ଉପଲବ୍ଧ ନାହିଁ । କିନ୍ତୁ ଭଲ ଖବର ହେଉଛି ମୁଣ୍ଡପିଛା ଋଣ ଭାରରୁ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ମିଳିଛି । 2020-21 ଆର୍ଥିକ ବର୍ଷ ତୁଳନାରେ ଏହା 934 ଟଙ୍କା ହ୍ରାସ ପାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଏହାସହ ଅର୍ଥମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ରାଜ୍ୟର ମୁଣ୍ଡ ପିଛା ଋଣ ଭାର 22 ହଜାର 827 ଟଙ୍କା ରହିଛି ।

ସେହିପରି ଅର୍ଥମନ୍ତ୍ରୀ କହିଛନ୍ତି ଅର୍ଥନୀତି ପରିଚାଳନା କ୍ଷେତ୍ରରେ ଓଡିଶା ଦେଶରେ ପ୍ରଥମ । ସରକାର ଋଣ କରି କେବଳ ବିକାଶ ମୂଳକ କାର୍ଯ୍ୟ କରୁଛନ୍ତି । ଋଣ ଟଙ୍କାରେ କର୍ମଚାରୀଙ୍କୁ ଦରମା ଦିଆଯାଉଥିବା ଅଭିଯୋଗ ସମ୍ପୂର୍ଣ୍ଣ ନିରାଧାର ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।

ସେହିଭଳି ଗୃହକୁ ସୂଚନା ଦେଇ ମନ୍ତ୍ରୀ କହିଥନ୍ତି ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ବିଭିନ୍ନ ଉତ୍ସରୁ 1 ଲକ୍ଷ 6 ହଜାର କୋଟି ଟଙ୍କା ଋଣ କରିଛନ୍ତି। Fiscal Responsibility and Budget Management Act ଅନୁଯାୟୀ 25 ପ୍ରତିଶତ ଋଣ କରିବାର ଧାର୍ଯ୍ୟଠୁ ସରକାର କମ ଋଣ କରିଛନ୍ତି ବୋଲି କହିଛନ୍ତି । ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା କମ ଋଣ ନେବାରେ ଓଡିଶା ଆଗାମୀ ଦିନରେ ଏକ ନମ୍ବର ବୋଲି ନିରଞ୍ଜନ ପୂଜାରୀ ଆକଳନ କରିଛନ୍ତି ।

ଅନ୍ୟପଟେ ସରକାରୀ ତଥ୍ୟ ଅନୁସାରେ ଆର୍ଥିକ ବର୍ଷ 2009-10 ରେ ରାଜ୍ୟବାସୀଙ୍କ ଉପରେ ମୁଣ୍ଡପିଛା ଋଣ ଭାର 9 ହଜାର 180 ଟଙ୍କା ଥିବା ବେଳେ ଆର୍ଥିକ ବର୍ଷ 2020-21 ର ଶେଷ ବେଳକୁ 23 ହଜାର 524 ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ଗତ ବର୍ଷ ସେପ୍ଟେମ୍ବର ବେଳକୁ ରାଜ୍ୟବାସୀଙ୍କ ମୁଣ୍ଡପିଛା ଋଣ ଭାର 23 ହଜାର 761.12 ଟଙ୍କାକୁ ବୃଦ୍ଧି ପାଇଥିଲା । ହେଲେ ଏଥିରେ ବର୍ତ୍ତମାନ ମୋଟ 16 ହଜାର କୋଟି ଟଙ୍କା ହ୍ରାସ ପାଇ ମୁଣ୍ଡ ପିଛା ଋଣ ଭାର 22 ହଜାର 827 ଟଙ୍କା ରହିଛି ।

ସୂଚନାଯୋଗ୍ୟ ଯେ ରାଜ୍ୟର ବିକାଶ ଓ ଆବ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ବ୍ରିକ୍ସ ବ୍ୟାଙ୍କ, ବିଶ୍ବ ବ୍ୟାଙ୍କ, ନାବାର୍ଡ, OMBADC, CAMPA, AIIB, ADB, REC, PF ଭଳି ଜାତୀୟ ଅନ୍ତର୍ଜାତୀୟ ଓ ଆଞ୍ଚଳିକ ବ୍ୟାଙ୍କ ଓ ସଂସ୍ଥାରୁ 1 ଲକ୍ଷ 6 ହଜାର କୋଟି ଟଙ୍କା ଋଣ ଉଠାଇଛନ୍ତି । ଏହାବାଦ ଦେଶର ଭିନ୍ନ ଭିନ୍ନ ଅନୁଷ୍ଠାନ ଓ ସଂସ୍ଥାରୁ ମଧ୍ୟ 53 ହଜାର କୋଟିରୁ ଅଧିକ ଟଙ୍କା ଋଣ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.