ETV Bharat / city

ବିଧାନସଭା ଶୀତ ଅଧିବେଶନ, ଗୃହରେ 11,200 କୋଟିର ଅତିରିକ୍ତ ବଜେଟ ଉପସ୍ଥାପିତ

author img

By

Published : Nov 20, 2020, 5:42 PM IST

ବିଧାନସଭାରେ ଆଗତ ହେଲା ଅତିରିକ୍ତ ବଜେଟ । 11,200 କୋଟିର ଅତିରିକ୍ତ ବଜେଟ୍‌ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଅଧିକ ପଢନ୍ତୁ...

ବିଧାନସଭା ଶୀତ ଅଧିବେଶନ
ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ବର: ବିଧାନସଭାର ଶୀତ ଅଧିବେଶନରେ ଆସିଲା ଅତିରିକ୍ତ ବଜେଟ୍‌ । 2020-21 ଆର୍ଥିକ ବର୍ଷ ପାଇଁ ଗୃହରେ ଅତିରିକ୍ତ ବଜେଟ୍‌ ହୋଇଛି ଉପସ୍ଥାପିତ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହାକୁ ଉପସ୍ଥାପନ କରିଛନ୍ତି । ସମୁଦାୟ 11,200କୋଟିର ଅତିରିକ୍ତ ବଜେଟ୍‌ ଗୃହରେ ଉପସ୍ଥାପନ ହୋଇଛି ।

ବିଧାନସଭା ଶୀତ ଅଧିବେଶନ
ବିଧାନସଭା ଶୀତ ଅଧିବେଶନ

ଅତିରିକ୍ତ ବଜେଟରେ ମହାମାରୀକୁ ଆଖି ଆଗରେ ଆବଣ୍ଟନର ପୁନଃ ପ୍ରାଥମିକତା ଉପରେ ଗୁରୁତ୍ବ ଦିଆଯାଇଛି । କୋଭିଡର ଗମ୍ଭୀର ପରିସ୍ଥିତି ରେ ଜୀବନ ଓ ଜୀବିକାକୁ ବେଶ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ କ୍ଷେତ୍ରରେ 1768 କୋଟି 77 ଲକ୍ଷ ବ୍ୟୟବରାଦ ହୋଇଥିବାବେଳେ ପଞ୍ଚାୟତିରାଜ ବିଭାଗକୁ 2046 କୋଟି 11 ଲକ୍ଷ ଅର୍ଥ ବରାଦ କରାଯାଇଛି ।

ବିଧାନସଭା ଶୀତ ଅଧିବେଶନ
ବିଧାନସଭା ଶୀତ ଅଧିବେଶନ

ସେହିପରି ଅର୍ଥ ବିଭାଗକୁ 2363 କୋଟି ବ୍ୟୟ ବରାଦ ରଖାଯାଇଛି । ଖାଦ୍ୟ ସୁରକ୍ଷା ବିଭାଗ ପାଇଁ 1078 କୋଟି 30 ଲକ୍ଷ ଓ ଶକ୍ତି ବିଭାଗକୁ 956 କୋଟି ବ୍ୟୟ ବରାଦ କରାଯାଇଛି । ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନା ପାଇଁ 1484 କୋଟି 22 ଲକ୍ଷ ବରାଦ କରାଯାଇଛି ।

ପ୍ରଶାସନିକ ବ୍ୟୟବରାଦକୁ 2 ହଜାର 2 ଶହ 73 କୋଟି, କାର୍ଯ୍ୟକ୍ରମ ବ୍ୟୟ ବାବଦକୁ 7 ହଜାର 4 ଶହ 38 କୋଟି ଓ ରାଜ୍ୟ ବଜେଟରୁ ସ୍ଥାନୀୟ ସଂସ୍ଥାକୁ ହସ୍ତାନ୍ତର ବାବଦକୁ 5 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହାସହ ଖାଦ୍ୟ ନିରାପତ୍ତା, ଶିକ୍ଷା କ୍ଷେତ୍ର, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ କ୍ଷେତ୍ର, ଏମଏସଏମଇ, ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରକୁ ଗୁରୁତ୍ବ ଦିଆଯାଇଛି ।

କୋଭିଡ ମହାମାରୀ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଥିବା କୁହାଯାଇଛି । ଚଳିତ ଆର୍ଥିକ ବର୍ଷର 6 ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବା ସେଣ୍ଟ୍ରାଲ ଟ୍ରାନ୍ସସଫର କମିଯାଇଥିବାରୁ ରାଜସ୍ବ ପ୍ରାପ୍ତି 6. 5 ପ୍ରତିଶତ କମିଛି । ଏହା ସତ୍ତ୍ବେ ରାଜ୍ୟର ନିଜସ୍ବ ରାଜସ୍ବ 1.7 ପ୍ରତିଶତ ବୃଦ୍ଧି ପାଇଛି । 2020 ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ବ ବଳକା 6790 କୋଟି ଟଙ୍କା ରହିଛି । ସମୁଦାୟ ଋଣ ଭାର 97 ହଜାର 823 କୋଟି ଟଙ୍କା ରହିଛି । ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର 16. 4 ପ୍ରତିଶତ ।

ତେବେ ଗୃହରେ ଅତିରିକ୍ତ ବିଲ ଆଗତ ପରେ ଗୃହକୁ ଆସନ୍ତାକାଲି ଯାଏ ମୁଲତବୀ ଘୋଷଣା କରାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.