ଭୁବନେଶ୍ବର: ପାଗରେ ପୁଣି ପରିବର୍ତ୍ତନ ଦେଖା ଦେଇଛି । ରାତି ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ପାଇଥିବା ବେଳେ ପୁଣି ଶୀତ କମିଛି । ସେପଟେ ପିଛା ଛାଡୁନି ପଶ୍ଚିମା ଝଡ଼ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ୧୮ ତାରିଖରୁ ରାଜ୍ୟର ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି ।
ଆଜି(ମଙ୍ଗଳବାର)ଠୁ ୨ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିଥିବା ବେଳେ ୧୮ ତାରିଖରୁ ବର୍ଷା ହେବ । ଆଭ୍ୟନ୍ତରୀଣ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା ୨୮.୬ ଡିଗ୍ରୀ ସେଲସିୟସ ରହିଥିବା ବେଳେ ସିଲଭର ସିଟି କଟକରେ ତାପମାତ୍ରା ମଧ୍ୟ ୨୮.୬ ଡିଗ୍ରୀ ସେଲସିୟସ ରହିଛି । ବଲାଙ୍ଗୀର ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୩୨ ଡିଗ୍ରୀ ସେଲସିୟସ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ