ETV Bharat / city

ରାଜଧାନୀରେ ଡ୍ରାଇଭର ମହାସଂଘର ବିଶାଳ ସମାବେଶ, ୧୦ ଦଫା ନେଇ ଗର୍ଜିଲେ ଡ୍ରାଇଭର

author img

By

Published : Apr 18, 2022, 8:07 AM IST

Updated : Apr 18, 2022, 10:28 AM IST

୧୦ ଦଫା ଦାବି ନେଇ ବିଧାନସଭା ସାମ୍ନାରେ ଧାରଣା ଦେଲା ଓଡ଼ିଶା ଡ୍ରାଇଭର ମହାସଂଘ । ୩୦ଟି ଜିଲ୍ଲାର ୩ ଲକ୍ଷରୁ ଊର୍ଦ୍ଧ୍ବ ଡ୍ରାଇଭର ସାମିଲ ହୋଇଛନ୍ତି ଏହି ଧାରଣାରେ । ଅଧିକ ପଢନ୍ତୁ

ବିଧାନସଭା ସାମ୍ନାରେ ଗର୍ଜିଲା ଓଡ଼ିଶା ଡ୍ରାଇଭର ମହାସଂଘ

ଭୁବନେଶ୍ବର: 10 ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ । ଦାବି ପୂରଣ ନେଇ ଆଜି ଲକ୍ଷ ଲକ୍ଷ ଡ୍ରାଇଭର ବିଧାନସଭା ସମ୍ମୁଖରେ ଗର୍ଜିଛନ୍ତି । ଏହି ଆନ୍ଦୋଳନରେ ୩୦ଟି ଜିଲ୍ଲାର ୩ ଲକ୍ଷରୁ ଊର୍ଦ୍ଧ୍ବ ଡ୍ରାଇଭର ସାମିଲ ହୋଇଛନ୍ତି । ଡ୍ରାଇଭରଙ୍କ ବିଶାଳ ସମାବେଶରେ ଖାକିମୟ ହୋଇଯାଇଛି ରାଜଧାନୀ ଭୁବନେଶ୍ବର ।

ରାଜଧାନୀରେ ଡ୍ରାଇଭର ମହାସଂଘର ବିଶାଳ ସମାବେଶ

ଡ୍ରାଇଭରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ୫୫ ବର୍ଷରେ ପେନସନ ଲାଗୁ, ରାସ୍ତାରେ ୩୦କିମି ଭିତରେ ଶୌଚାଳୟ, ରାସ୍ତା ଉପରେ ଡ୍ରାଇଭର ମାନଙ୍କୁ ସୁରକ୍ଷା, ଡ୍ରାଇଭରଙ୍କ ମୃତ୍ୟୁ ହେଲେ ୨୦ଲକ୍ଷ ଇନସ୍ୟୁରାନ୍ସ, ଭାରିଯାନ ଚଳାଉଥିବା ଡ୍ରାଇଭରଙ୍କୁ ମାସିକ ପାରିଶ୍ରମିକ ୨୦ ହଜାର ଓ ଛୋଟଯାନ ଚଳାଉଥିବା ଡ୍ରାଇଭରଙ୍କୁ ୧୫ ହଜାର ପ୍ରଦାନ କରିବାକୁ ଦାବି କରିଛି ଓଡିଶା ଡ୍ରାଇଭର ମହାସଂଘ । ଏଥିସହ ଦୁର୍ଘଟଣାରେ ଆହତ ହେଲେ ୫ ଲକ୍ଷ ସହାୟତା ରାଶି, ଡ୍ରାଇଭରଙ୍କ ପିଲାଙ୍କୁ ମାଗଣା ଶିକ୍ଷା ଓ ଡ୍ରାଇଭର ମାନଙ୍କୁ ଇନ୍ଦିରା ଆବାସ ଯୋଜନାରେ ସାମିଲ ନେଇ ଦାବି ରଖିଛି ସଂଘ ।

୧୦ ଦଫା ଦାବିରେ ଡ୍ରାଇଭର ମହାସଂଘ ଆଜି ପଳାଶୁଣିରୁଏକ ବିଶାଳ ପଦଯାତ୍ରା ଆରମ୍ଭ କରି ବିଧାନସଭା ସମ୍ମୁଖରେ ପହଞ୍ଚି ଆନ୍ଦୋଳନ କରିଥିଲେ । ଏହାର ପ୍ରଭାବରେ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଦୃଷ୍ଟିରେ ରଖି ନବୀନ ନିବାସ, ଲୋକସେବା ଭବନ ଓ ବିଧାନସଭା ସମ୍ମୁଖରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନା ଥାଉକି, ପୂର୍ବରୁୁ ଡ୍ରାଇଭର ଆସୋସିଏସନ୍‌ 10 ଦଫା ଦାବି ନେଇ ଭୁବନେଶ୍ୱର ପଦଯାତ୍ରା କରିଥିଲା । ବୁଝାସୁଝା ପରେ ଆନ୍ଦୋଳନକୁ ସ୍ଥଗିତ ରଖିଥଲା ସଂଘ । ପଞ୍ଚାୟତ ନିର୍ବାଚନ ପରେ ସେମାନଙ୍କ ଦାବି ଉପରେ ବିଚାର କରାଯିବ ବୋଲି କୁହାଯାଇଥିଲା । ହେଲେ ନିର୍ବାଚନ ପରେ ସେମାନଙ୍କ ଦାବି ପୂରଣ ଦିଗରେ ସରକାର କୌଣସି ପଦକ୍ଷେପ ନ ନେବାରୁ ପୁଣି ଆନ୍ଦୋଳନକୁ ଓହ୍ଲାଇଛି ସଂଘ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Apr 18, 2022, 10:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.