ETV Bharat / city

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଲା ଓଡ଼ିଶା ଡ୍ରାଇଭର ସଙ୍ଘ

author img

By

Published : Apr 18, 2022, 10:12 PM IST

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଇଛି ଓଡିଶା ଡ୍ରାଇଭର ସଙ୍ଘ । ଆସନ୍ତା କାଲି ଗାଡ଼ି ଚଳାଇବେ ନାହିଁ ଡ୍ରାଇଭର । ଅଧିକ ପଢ଼ନ୍ତୁ

ଷ୍ଟିୟରିଂ ଛାଡ଼ ଆନ୍ଦୋଳନ, ଡାକରା ଦେଲା ଓଡ଼ିଶା ଡ୍ରାଇଭର ସଙ୍ଘ

ଭୁବନେଶ୍ବର: ଦାବି ପୂରଣ ପାଇଁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦେଲା ଓଡିଶା ଡ୍ରାଇଭର ସଙ୍ଘ । ଆସନ୍ତା କାଲି ଗାଡ଼ି ଚଳାଇବେ ନାହିଁ ଡ୍ରାଇଭର । ଏନେଇ ଓଡ଼ିଶା ଡ୍ରାଇଭର ସଙ୍ଘ ଘୋଷଣା କରିଛି । ସଙ୍ଘର‌ ସମ୍ପାଦକ ଚୈତନ ପ୍ରଧାନ ସମସ୍ତ ଡ୍ରାଇଭରଙ୍କୁ ଗାଡ଼ି ନ ଚଳାଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରେ ସାମିଲ ହେବାକୁ ଆହ୍ବାନ କରିଛନ୍ତି । ଡ୍ରାଇଭରମାନେ ସେମାନଙ୍କର‌ ନ୍ୟାର୍ଯ୍ୟ ଦାବି ପାଇଁ ଯିଏ ଯେଉଁଠି ରହିଲେ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ।

ଏହାଦ୍ବାରା ସରକାରଙ୍କ ଉପରେ ପ୍ରଭାବ ପଡ଼ିବ । କାରଣ ଗାଡ଼ି ମଟର ବନ୍ଦ ରହିଲେ ଅର୍ଥନୀତିରେ ପ୍ରଭାବ ପଡ଼ିବ । ଯାତ୍ରିବାହୀ ଯାନଠୁ ଆରମ୍ଭ କରି ମାଲବାହୀ, ଅଟୋ ପର୍ଯ୍ୟନ୍ତ ସମସ୍ତ ଡ୍ରାଇଭର ଷ୍ଟିୟରିଂ ଛାଡ଼ିବାକୁ ଆହ୍ବାନ ଦେଇଛି ଓଡିଶା ଡ୍ରାଇଭର ସଙ୍ଘ । ଆଜିର‌ ଆନ୍ଦୋଳନ‌ ପରେ ମନ୍ତ୍ରୀଙ୍କ ସହ ଆଲୋଚନା ହୋଇଥିଲା ।

ପ୍ରମୁଖ ୧୦ଟି ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିବା ଡ୍ରାଇଭର ମହାସଂଘ କେବଳ ଗୋଟିଏ ଦାବି ପୂରଣ ହୋଇଛି ବୋଲି ସଙ୍ଘର‌ ସଭାପତି ପ୍ରତିକ୍ରିୟା କହିଛନ୍ତି । ଡ୍ରାଇଭରମାନେ ନିଜ ସୁରକ୍ଷା ପାଇଁ ଥାନାରେ ଏତଲା ଦେଲେ ତାହା ଗ୍ରହଣ ହେବ ବୋଲି ସେ କହିଥିଲେ । ମାତ୍ର ପୁଣି ଷ୍ଟିୟରିଂ ଛାଡ଼ ଆହ୍ବାନ ଏବେ ପୁଣି ସରକାରଙ୍କ ଚିନ୍ତା ବଢାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.