ଭୁବନେଶ୍ବର: ଦାନ୍ତ ବିଭାଗ ସ୍ୱାସ୍ଥ୍ୟ ବିଭାଗର ଏକ ଅଭିନ୍ନ ଅଙ୍ଗ ଅଟେ । ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଗକୁ ବଢ଼ାଇବାକୁ ହେଲେ ଅନ୍ୟ ବିଭାଗର ଡାକ୍ତରଙ୍କ ଭଳି ଦାନ୍ତ ଡାକ୍ତରଙ୍କ(Dental Doctor) ଭୂମିକା ମଧ୍ୟ ଗୁରୁତ୍ୱପୁର୍ଣ୍ଣ । ସମଗ୍ର ରାଜ୍ୟରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ(BSKY) ଦାନ୍ତ ବିଭାଗକୁ ଉପଲବ୍ଧ କରିବା ପାଇଁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦାବି କରିଛି ସଂଘ ।
ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦନ୍ତ ଚିକିତ୍ସକଙ୍କ ନିଯୁକ୍ତି ଦାବି । ମୁଖ୍ୟ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ରରେ ଅତ୍ୟନ୍ତ ପଛୁଆ ରହିଆସିଛନ୍ତି ଦନ୍ତ ଡାକ୍ତର ନିଯୁକ୍ତି । ରାଜ୍ୟରେ ଦାନ୍ତ ମାଡ଼ି ପାଟିଜନିତ ସମସ୍ୟା ଦୃତ ଗତିରେ ବୃଦ୍ଧି ପାଉଥିଲେ ମଧ୍ୟ ଏହାର ନିରାକରଣ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇନାହିଁ । ଏନେଇ ରାଜ୍ୟ ଦନ୍ତ ଚିକିତ୍ସକ ଡାକ୍ତର ସଂଘପକ୍ଷରୁ ସରକାରଙ୍କ ନିକଟରେ ଦାବି ଜଣାଇଛନ୍ତି ।
ଗ୍ରାମାଞ୍ଚଳରେ ୯୦ ପ୍ରତିଶତ ଦନ୍ତ ଓ ମୁଖ ରୋଗୀ ଥିବା ସତ୍ତ୍ବେ ମଧ୍ୟ ପ୍ରାଥମିକ ଚିକିତ୍ସା ପାଇଁ ୧୦ ପ୍ରତିଶତ ଦାନ୍ତ ଡାକ୍ତର ରହିଛନ୍ତି । ରାଜ୍ୟରେ ସମୁଦାୟ ୧୩୭୫ରୁ ଉର୍ଦ୍ଧ ପ୍ରାଥମିକ ଚିକିତ୍ସା କେନ୍ଦ୍ର ରହିଥିଲେ ମଧ୍ୟ କେବଳ ୧୨ଟି ପଦବୀରେ ନିଯୁକ୍ତି ଦିଆଯାଇଛି । ତେଣୁ ପ୍ରତ୍ୟେକ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ପାଇଁ ଦାବି କରିଛି ସଂଘ ।
ଦ୍ବିତୀୟ ଦାବି ଅନୁସାରେ, ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡରେ ଲକ୍ଷ ଲକ୍ଷ ଲୋକ ଉପକୃତ ହେଲେ ମଧ୍ୟ ଏଥିରେ ଦାନ୍ତ ବିଭାଗ ଦାନ୍ତ ଉପାଡ଼ିବା ଛଡ଼ା ରୁଟ କେନାଲ, ଦାନ୍ତ ଓ ମାଡ଼ି ସଫା କରିବା, ନୂଆ ଦାନ୍ତ ଲଗାଇବା, ଅସଜଡା ଦାନ୍ତ ଓ ମାଡ଼ିର ଚିକିତ୍ସା ଉପଲବ୍ଧ ନାହିଁ ।
ଅଭିଯୋଗ ଅନୁସାରେ,"ଏ ପର୍ଯ୍ୟନ୍ତ ହାରାହାରି ୩ ହଜାରରୁ ଉର୍ଦ୍ଧ୍ବ ଦାନ୍ତ ଡାକ୍ତର ସରକାରୀ ପଞ୍ଜୀକୃତ ହୋଇସାରିଥିଲେ ମଧ୍ୟ ତାହାର ଏକଦଶାଂଶ ଭାଗ ସ୍ଥାୟୀ ନିଯୁକ୍ତି ପାଇପାରି ନାହାଁନ୍ତି । ପ୍ରତିବର୍ଷ ସରକାରୀ ଓ ବେସରକାରୀ ମହାବଦ୍ୟାଳୟରୁ ୩୫୦ ଦାନ୍ତ ଡାକ୍ତର ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହେଲେ ମଧ୍ୟ ସେମନଙ୍କର ଭବିଷ୍ୟତ ଅନିଶ୍ଚିତତା ଓ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ନିଯୁକ୍ତି ନଥିବାରୁ ବହୁତ ଉଦୀୟମାନ ଡାକ୍ତର ସେବା ଚାହୁଁଥିଲେ ମଧ୍ୟ ସେବା ଯୋଗାଇ ପାରୁନାହାଁନ୍ତି ।
ତୃତୀୟ ଦାବି ଅନୁସାରେ, ପ୍ରତି ବର୍ଷ ନିୟମିତ ଭାବରେ OPSC (Odisha Public Service Commission) ଦ୍ଵାରା ପରିଚାଳିତ ପରୀକ୍ଷା ଦ୍ଵାରା ସମସ୍ତ ପ୍ରାଥମିକ ଚିକିତ୍ସାଳୟରେ ଦାନ୍ତ ଡାକ୍ତରଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଉ ଏବଂ ହୋଇନଥିବା ପରୀକ୍ଷା ଗୁଡିକକୁ ଯଥାଶୀଘ୍ର ପରିଚାଳନା କରାଯାଉ । ତଥ୍ୟ ଅନୁସାରେ, ମୁଖ କର୍କଟରେ ଓଡ଼ିଶା ସମଗ୍ର ଭାବରେ ୫ମ ସ୍ଥାନରେ ରହିଛି ।
ଓଡ଼ିଶାରେ ଧ୍ରୁମ ବିହୀନ ତମାଖୁ ସେବନ କାରୀଙ୍କ ମାତ୍ରା ୪୨.୯% ରହିଥିବାବେଳେ, ଗ୍ରାମରେ ଧ୍ରୂମ ବିହୀନ ସମାଖୁ ସେବନକାରୀଙ୍କ ମାତ୍ରା ୪୯% ରହିଛି । ମୁଖ କର୍କଟ ରୋଗରେ ପୁରୁଷ ୪୯.୬% ଓ ୫୦% ମହିଳା ରୋଗର ତୃତୀୟ ସ୍ତରରେ ଦାନ୍ତ ଡ଼ାକ୍ତରଙ୍କ ପରାମର୍ଶ ଲୋଡ଼ିଥାନ୍ତି ।
ଇଟିଭି ଭାରତ, ଭୁବନେଶ୍ବର