ETV Bharat / city

Odisha vaccination: ୩ କୋଟି ଡୋଜ ପାର୍ କଲା ଟୀକାକରଣ

author img

By

Published : Sep 29, 2021, 9:35 AM IST

Updated : Sep 29, 2021, 12:46 PM IST

କୋଭିଡ ବିରୋଧି ଲଢେଇରେ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କଲା ଓଡିଶା । ଏବେ ସୁଦ୍ଧା ରାଜ୍ୟରେ ୩ କୋଟି ଡୋଜ ନେଇଛନ୍ତି ହିତାଧିକାରୀ । ଅଧିକ ପଢନ୍ତୁ...

Odisha vaccination: ୩ କୋଟି ଡୋଜ ପାର୍ କଲା ଟୀକାକରଣ
Odisha vaccination: ୩ କୋଟି ଡୋଜ ପାର୍ କଲା ଟୀକାକରଣ

ଭୁବନେଶ୍ବର: ଓଡିଶାରେ ରେକର୍ଡ ସଂଖ୍ୟକ ଟୀକାକରଣ । କୋଭିଡ ବିରୋଧି ଲଢେଇରେ ଆଉ ଏକ ମାଇଲଷ୍ଟୋନ ଅତିକ୍ରମ କଲା ରାଜ୍ୟ । ରାଜ୍ୟରେ ୩ କୋଟି ପାର୍ କଲା ଟୀକାକରଣ । ଅର୍ଥାତ୍ ବର୍ତ୍ତମାନ ସୁଦ୍ଧା ଲୋକଙ୍କୁ ୩ କୋଟି ଡୋଜ ଦିଆଯାଇଛି । ଟ୍ବିଟ୍ ଯୋଗେ ସୂଚନା ଦେଇଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଏଭଳି ସଫଳ ପୂର୍ବକ ଟୀକାକରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ସ୍ବାସ୍ଥ୍ୟକର୍ମୀ ଓ ରାଜ୍ୟବାସୀଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କ ଉଦ୍ୟମ ଏବଂ ଏଥିପ୍ରତି ଲୋକଙ୍କ ସମର୍ଥନ ଯୋଗୁଁ ଟୀକାକରଣ କ୍ଷେତ୍ରରେ ଓଡିଶା ନୂଆ ରେକର୍ଡ ବନାଇଥିବା କହିଛି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଏଯାବତ୍ ମୋଟ 3 କୋଟି 3 ହଜାର 531 ଡୋଜ ଟିକା ଦିଆଯାଇଛି । ସେଥିମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି 2 କୋଟି 17 ଲକ୍ଷ 96 ହଜାର 183 ହିତାଧିକାରୀ ଓ ଦ୍ବିତୀୟ ଡୋଜ ନେଇଛନ୍ତି 82 ଲକ୍ଷ 7 ହଜାର 348 ଜଣ । ଏହି ଟୀକାକରଣରେ ପୁରୁଷ 1 କୋଟି 54 ଲକ୍ଷ 12 ହଜାର 86 ଡୋଜ ନେଇଥିବାବେଳେ ମହିଳାମାନଙ୍କୁ 1 କୋଟି 45 ଲକ୍ଷ 84 ହଜାର 860 ଡୋଜ ଦିଆଯାଇଛି ।

ସେହିପରି 2 କୋଟି 62 ଲକ୍ଷ 35 ହଜାର 558 କୋଭିସିଲ୍ଡ ଡୋଜ ଦିଆଯାଇ ଥିବାବେଳେ, 37 ଲକ୍ଷ 62 ହଜାର 220 ଡୋଜ କୋଭାକ୍ସିନ ଏବଂ 5 ହଜାର 753 ଡୋଜ ସ୍ପୁଟନିକ ଭି ଟିକା ନେଇଛନ୍ତି ହିତାଧିକାରୀ । ବୟସ ଦୃଷ୍ଟିରୁ ବିଚାର କଲେ 18 ରୁ 44 ବର୍ଷ ମଧ୍ୟରେ 1 କୋଟି 53 ଲକ୍ଷ 40 ହଜାର 337 ଡୋଜ ନେଇଥିବାବେଳେ 45 ରୁ 60 ବର୍ଷ ବୟସର ଲୋକ ନେଇଛନ୍ତି 88 ଲକ୍ଷ 10 ହଜାର 214 ଡୋଜ । ଏହି କ୍ରମରେ 60 ବର୍ଷରୁ ଅଧିକ ବୟସ୍କ 58 ଲକ୍ଷ 52 ହଜାର 980 ଡୋଜ ଟିକା ନେଇଛନ୍ତି ।

ଅନ୍ୟପଟେ ଗର୍ଭବତୀ ମହିଳାମାନଙ୍କୁ 1 ଲକ୍ଷ 76 ହଜାର 776 ଡୋଜ ଦିଆସରିଛି । ବର୍ତ୍ତମାନ ସୁଦ୍ଧା 12 ଲକ୍ଷ 77 ହଜାର 890 ଡୋଜ କୋଭିସିଲ୍ଡ ଟିକା ଓ 4 ଲକ୍ଷ 27 ହଜାର 845 ଡୋଜ କୋଭାକ୍ସିନ ଟିକା ଗଚ୍ଛିତ ରହିଛି । ତେବେ ଆସନ୍ତାକାଲି 1,684ଟି କେନ୍ଦ୍ରରେ ଟୀକାକରଣ କରାଯିବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 29, 2021, 12:46 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.