ଭୁବନେଶ୍ବର: ରାଜ୍ୟରେ 20 ଲକ୍ଷ ଅତିକ୍ରମ କଲା କୋରୋନା ନମୁନା ପରୀକ୍ଷା। ଆଜି ସୁଦ୍ଧା ସମଗ୍ର ରାଜ୍ୟରେ 20 ଲକ୍ଷରୁ ଅଧିକ କେରୋନା ପରୀକ୍ଷା ସହ ଏକ ମାଇଲଖୁଣ୍ଟ ସୃଷ୍ଟି ହୋଇଛି। ଏ ନେଇ ସୂଚନା ଲୋକ ସମ୍ପର୍କ ବିଭାଗ ଶନିବାର ସୂଚନା ଦେଇଛି ।
ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବାରେ ଲାଗିଛି। ସେହିଭଳି ଭାବରେ ନମୁନା ଟେଷ୍ଟ ମଧ୍ୟ ବଢି ଚାଲିଛି । ଅଗଷ୍ଟ ମାସରେ ଦୈନିକ ଭାବରେ ଅଧିକ ଟେଷ୍ଟ କରାଯାଇଛି। ତେବେ ରାଜ୍ୟରେ ଯେତିକି ମାତ୍ରାରେ ଟେଷ୍ଟ କରାଯାଉଛି, ସେହିଭଳି ଭାବରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ତେବେ ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ 50 ହଜାର 663 ସାମ୍ପୁଲ ଟେଷ୍ଟ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ 20 ଲକ୍ଷ 48 ହଜାର 8ଟି ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ 43 ହଜାର 640 ଆଣ୍ଟିଜେନ ଟେଷ୍ଟ ରହିଥିବାବେଳେ 6 ହଜାର 898 ଟି ଆରଟିପିସିଆର ଟେଷ୍ଟ ରହିଛି ।
ଭୁବେନଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ