ETV Bharat / city

କାୟା ବିସ୍ତାର କରୁଛି କୋରୋନା: ରାଜ୍ୟରେ ପୁଣି 543 ପଜିଟିଭ ଚିହ୍ନଟ

ରାଜ୍ୟରେ ପୁଣି 543 ପଜିଟିଭ ଚିହ୍ନଟ । ରାଜ୍ୟରେ ମୋଟ 14 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା ।

କାୟା ବିସ୍ତାର କରୁଛି କୋରୋନା: ରାଜ୍ୟରେ ପୁଣି 543 ପଜିଟିଭ ଚିହ୍ନଟ
କାୟା ବିସ୍ତାର କରୁଛି କୋରୋନା: ରାଜ୍ୟରେ ପୁଣି 543 ପଜିଟିଭ ଚିହ୍ନଟ
author img

By

Published : Jul 14, 2020, 11:47 AM IST

Updated : Jul 14, 2020, 12:40 PM IST

ଭୁବନେଶ୍ବର: କାୟା ବିସ୍ତାର କରୁଛି କୋରୋନା । ରାଜ୍ୟରେ ପୁଣି 543 ପଜିଟିଭ ଚିହ୍ନଟ । ରାଜ୍ୟରେ ମୋଟ 14 ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସଙ୍ଗରୋଧ କେନ୍ଦ୍ରରୁ 354 ଚିହ୍ନଟ ହୋଇଥିବାବେଳେ 189 ସ୍ଥାନୀୟ ସଂକ୍ରମଣ ଭାବରେ ଚିହ୍ନଟ ହୋଇଛନ୍ତି । ଏଥିସହ ଦିନକରେ 4ଜଣଙ୍କ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ଗଞ୍ଜାମରେ ଆଜି ବି ସର୍ବାଧିକ 188ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରେ 1, ବାଲେଶ୍ବରରେ 8, ବରଗଡରେ 3, ଭଦ୍ରକରେ 1, ବଲାଙ୍ଗୀରରେ 5, ବୌଦ୍ଧରେ 7, କଟକରେ 39, ଢେଙ୍କାନାଳରେ 2, ଗଜପତିରେ 29, ଜଗତସିଂହପୁରରେ 15, ଯାଜପୁରରେ 1, ଝାରସୁଗୁଡାରେ 6, କେନ୍ଦ୍ରାପଡାରେ 10, କେନ୍ଦୁଝରରେ 22, ଖୋର୍ଦ୍ଧାରେ 87, ମାଲକାନଗିରିରେ 11, ମୟୂରଭଞ୍ଜରେ 22, ନୟାଗଡରେ 1, ପୁରୀରେ 7, ରାୟଗଡାରେ 24, ସମ୍ବଲପୁରରେ 2 ଓ ସୁନ୍ଦରଗଡରେ 52ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସର୍ବମୋଟ ରାଜ୍ୟରେ ପଜିଟିଭ 14,280 ଜଣ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି 9255 । ବର୍ତ୍ତମାନ ସକ୍ରିୟ ମାମଲା 4929 ରହିଛି । ସୂଚନାଥାଉକି ରାଜ୍ୟରେ ଏଯାବତ୍‌ 3,47,226ଟି ନମୁନା ଟେଷ୍ଟ ହୋଇଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

Last Updated : Jul 14, 2020, 12:40 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.