ETV Bharat / city

କୋରୋନା ମୁକାବିଲା; ପ୍ରବାସୀ ଓଡିଆଙ୍କ ପାଇଁ ପଦକ୍ଷେପ, ଖବରକାଗଜ ବିତରକଙ୍କୁ କଟକଣା କୋହଳ

author img

By

Published : Mar 26, 2020, 6:45 PM IST

Updated : Mar 26, 2020, 7:53 PM IST

ରାଜ୍ୟ ସରକାର କୋରୋନା ମୁକାବିଲା ପାଇଁ ଗୁରୁବାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । କମ ପଦକ୍ଷେପ ନେଇଛନ୍ତି ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Subrat bagchi
Subrat bagchi

ଭୁବନେଶ୍ବର: ମହାମାରୀ କୋରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ରାଜ୍ଯବାସୀଙ୍କୁ ସୁରକ୍ଷିତ ରଖିବା ପାଇଁ ସମସ୍ତ ପଦକ୍ଷେପ ନେବାସହ ଯାହା ଆବଶ୍ୟକ ତାହା କାର୍ଯ୍ୟକାରୀ କରାଯାଉଛି । ମହାମାରୀ କୋରୋନା ବିରୋଧରେ ଲଢେଇ ପାଇଁ ସାରା ଦେଶ ଲକଡାଉନ ପାଳନ କରୁଛି । ତେଣୁ ରାଜ୍ୟବାସୀ ସରକାରଙ୍କୁ ସହଯୋଗ କରନ୍ତୁ ବୋଲି କହିଛନ୍ତି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ ।

ପ୍ରବାସୀ ଓଡିଆଙ୍କ ପାଇଁ ପଦକ୍ଷେପ, ଖବରକାଗଜ ବିତରକଙ୍କୁ କଟକଣା କୋହଳ

ଲକଡାଉନ ଉପରେ ଆଜି କୋଭିଡ-19 ମୁକାବିଲା କମିଟିର ମୁଖ୍ୟ ତଥା ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଲକଡାଉନ ପାଳନ ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶପଥ କରାଇଥିଲେ । ଶପଥ ସମୟର ଫଟୋ ଭିଡିଓ ପଠାଇବା ପାଇଁ କୁହାଯାଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ଗ୍ରହଣ କରି ଲକ୍ଷଲକ୍ଷ ସଂଖ୍ୟାରେ ଲୋକେ ଶପଥ ଗ୍ରହଣ କରି ଭିଡିଓ ପଠାଇଛନ୍ତି । ଗୁରୁବାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମେ ରାଜ୍ୟ ବାହାରେ ଥିବା ଓଡିଆଙ୍କ ସୁରକ୍ଷା ଓ ଉଦ୍ଧାର ପାଇଁ ବଡ ପଦକ୍ଷେପ ନିଆଯାଇଛି । କାରଣ ଦେଶ ଲକଡାଉନ ହେବାଫଳରେ ଅନେକ ଓଡିଆ ଶ୍ରମିକ, ତୀର୍ଥଯାତ୍ରୀ, ଛାତ୍ରଛାତ୍ରୀ ଏବେ ଦେଶର ବିଭିନ୍ନ ରାଜ୍ୟରେ ଫସି ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି୍ ଓଡିଆ ଲୋକଙ୍କ ରହିବା ଓ ଖାଇବା ବନ୍ଦୋବସ୍ତ କରିବାକୁ ନିବେଦନ କରିଛନ୍ତି । ଏଥିସହ ଓଡିଶାରେ ଯେକୌଣସି ପ୍ରଦେଶର ଲୋକ ଥିଲେ ତାଙ୍କୁ ଜଣାଇବାକୁ କହିଛନ୍ତି ।

ସେମାନଙ୍କର ସମସ୍ତ ସୁବିଧା ସୁଯୋଗ ବିନା ସର୍ତ୍ତରେ ରାଜ୍ୟ ସରକାର କରିବେ ବୋଲି କହିଛନ୍ତି । ପ୍ରବାସୀ ଓଡିଆଙ୍କ ସହାୟତା ପାଇଁ ଏକ ହେଲ୍ପଲାଇନ ନମ୍ବର ମଧ୍ୟ ସରକାର ଜାରି କରିଛନ୍ତି । ଆଉ ଏକ ଗୁରୁତ୍ବପୂର୍ଣ୍ଣ ପଦେକ୍ଷେପ ଗୁରୁବାର ସରକାର ନେଇଛନ୍ତି ତାହା ହେଉଛି କୋରୋନା ମୁକାବିଲା ନେଇ ଗୃହ ବିଭାଗରେ ନିୟନ୍ତ୍ରଣ କକ୍ଷ ଆରମ୍ଭ ହୋଇଛି । ଯାହାର ନମ୍ବର ରହିଛି ୦୬୭୪-୨୩୯୨୧୧୫, ୯୪୩୮୯୯୫୯୮୬ ଯୋଗାଯୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ସୁବ୍ରତ ବାଗଚୀ ଆହୁରି କହିଛନ୍ତି ସମସ୍ତ ଅତ୍ଯାବଶ୍ଯକ ସାମଗ୍ରୀ ଦୋକାନ ଖୋଲା ଅଛି । ଅତ୍ଯାବଶ୍ଯକ ସାମଗ୍ରୀ ପରିବହନ କରୁଥିବା ଗାଡି ଚାଳକ ରାସ୍ତାରେ କୌଣସି ସମସ୍ଯା ସାମ୍ନା କଲେ ୦୬୭୪-୨୬୨୦୨୦୦ କୁ ଫୋନ କରି ସରକାରଙ୍କ ଠାରୁ ସହାୟତା ନେଇପାରିବେ ବୋଲି କହିଛନ୍ତି । ବିଗତ ୪୮ ଘଣ୍ଚା ମଧ୍ଯରେ ନିୟମ ଉଲଙ୍ଘନ କରିଥିବା ଯୋଗୁଁ ୪୦୪ଟି ମାମଲା ରୁଜୁ ହୋଇଛି । ୩୮୦ ଟି ମାମଲା ଲକଡାଉନ ଉଲଙ୍ଘନ କରି ହୋଇଥିବା ବେଳେ କ୍ବାରେଣ୍ଚାଇନକୁ ଉଲଙ୍ଘନ କରି ୧୦ଟି ମାମଲା ରୁଜୁ ହୋଇଛି ।

ଏତତ ବ୍ୟତୀତ ଖବରକାଗଜ ବିତରଣ ସଂସ୍ଥା କଟକଣା ମୁକ୍ତ ରହିବ। ସକାଳ ୪ ଟାରୁ ୭ଟା ମଧ୍ଯରେ ହକର ମାନେ ଓ ଖବରକାଗଜ ଭ୍ଯାନ ଖବରକାଗଜ ପଞ୍ଚାଇବେ। କିନ୍ତୁ ସେମାନେ ହାତ ଧୋଇବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ସେହିଭଳି କ୍ଷୀର, ମାଂସ, ମାଛ ଓ ଅଣ୍ଡା ଦୋକାନ ଉପରେ କୌଣସି କଟକଣା ନାହିଁ ବୋଲି ସୁବ୍ରତ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 26, 2020, 7:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.