ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମିବା ସହ କମୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା। ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି କରିଛି । ଆଜି ରାଜ୍ୟରେ କୋରୋନାରେ ୨ଜଣଙ୍କର ମୃତ୍ୟୁ ହୋଇଛି । ୨ ମୃତକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୩୯୧କୁ ବୃଦ୍ଧି ହୋଇଛି ।
ସେହିପରି ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୩୯କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୭ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୬ ହଜାର ୭୯୮ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ