ETV Bharat / city

୮୫ ଜଣିଆ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠିତ

author img

By

Published : May 5, 2022, 7:49 AM IST

ଉପଭୋକ୍ତାମାନଙ୍କ ସୁରକ୍ଷା ପାଇଁ ଗଠନ ହେଲା ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ । ଏହାର ଅଧ୍ୟକ୍ଷ ହେଲେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଅଧିକ ପଢନ୍ତୁ

୮୫ ଜଣିଆ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠିତ
୮୫ ଜଣିଆ ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠିତ

ଭୁବନେଶ୍ବର: ରାଜ୍ୟର ଉପଭୋକ୍ତାମାନଙ୍କର ସୁରକ୍ଷାକୁ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ପରିପ୍ରେକ୍ଷୀରେ ବୁଧବାର ରାଜ୍ୟ ସରକାର ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦ ଗଠନ କରିଛନ୍ତି । ପରିଷଦର ଅଧ୍ୟକ୍ଷ ହୋଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ । ଏଥିରେ ସର୍ବମୋଟ ୮୫ ଜଣ ସଦସ୍ୟ ଅଛନ୍ତି । ବିଭିନ୍ନ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଭାପତି, ନଗର ନିଗମ ମେୟର, ମ୍ୟୁନିସିପାଲିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ, ପଞ୍ଚାୟତ ସମିତି ଅଧ୍ୟକ୍ଷ, ବିଭିନ୍ନ ସ୍ଵେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା, ବିଭିନ୍ନ ବିଭାଗୀୟ ଶାସନ ସଚିବ, କୃଷକ, ବ୍ୟବସାୟୀ ଓ ଶିଳ୍ପ ସଂଗଠନର ପ୍ରତିନିଧି ଏବଂ ବିଭିନ୍ନ ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତିମାନଙ୍କୁ ନେଇ ପରିଷଦ ଗଠନ କରାଯାଇଛି ।

ପରିଷଦରେ କେନ୍ଦ୍ର ସରକାରଙ୍କ ଦ୍ଵାରା ମନୋନୀତ ୫ ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଅଛି । ଏହା ବ୍ୟତୀତ କୃଷକ, ବ୍ୟବସାୟୀ ଓ ବାଣିଜ୍ୟ, ଶିଳ୍ପ ଓ ଉପଭୋକ୍ତାମାନଙ୍କ ମନୋନୀତ ପ୍ରତିନିଧିମାନେ ମଧ୍ୟ ପରିଷଦର ସଦସ୍ୟ ରହିଛନ୍ତି । ରାଜ୍ୟ ଉପଭୋକ୍ତା ସୁରକ୍ଷା ପରିଷଦର ସଦସ୍ୟ ଭାବରେ ଆସ୍କା ସାଂସଦ ପ୍ରମିଳା ବିଶୋଇ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ୍, ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ ମନୋନୀତ ହୋଇଛନ୍ତି । ସେହିପରି କଟକ ଏବଂ ଯାଜପୁର ଜିଲ୍ଲା ପରିଷଦର ସଭାପତି, ବ୍ରହ୍ମପୁର ମହାନଗର ନିଗମର ମେୟର, ବାରିପଦା, କୋରାପୁଟ ଓ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଏହି ପରିଷଦର ସଦସ୍ୟ ଅଛନ୍ତି ।

ପରିଷଦରେ ଆଠଗଡ଼, ନବରଙ୍ଗପୁର ଓ ପାରଳାଖେମୁଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷଙ୍କ ସମେତ କଣ୍ଟାମାଳ, ବଅଁରପାଳ, ଓଡ଼ଗାଁ, ଫିରିଙ୍ଗିଆ, ଜୁନାଗଡ଼, ବିଷମକଟକ ଓ ବିନିକା ପଞ୍ଚାୟତ ସମିତିର ଅଧ୍ୟକ୍ଷମାନଙ୍କୁ ସଦସ୍ୟ ଭାବରେ ରଖାଯାଇଛି । ଏଥିରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ଅର୍ଥ, କୃଷି ଓ କୃଷକ ସଶକ୍ତିକରଣ, ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ, ବାଣିଜ୍ୟ ଓ ପରିବହନ, ଶକ୍ତି, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଶିଳ୍ପ, ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ବିଭାଗର ଶାସନ ସଚିବଙ୍କୁ ସଦସ୍ୟ ଭାବରେ ଗ୍ରହଣ କରାଯାଇଛି ।

ଏଥିସହିତ ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଚିବ, ନବରଙ୍ଗପୁର, ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାର ଜିଲ୍ଲା ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି, ଅତିରିକ୍ତ ମହାନିର୍ଦ୍ଦେଶକ କ୍ରାଇମ୍ / ଆରକ୍ଷୀ ଅଧୀକ୍ଷକ, ଅର୍ଥନୈତିକ ଅପରାଧ ଶାଖା, ଭୁବନେଶ୍ଵରଙ୍କୁ ସଦସ୍ୟ କରାଯାଇଛି । ଖାଦ୍ୟଯୋଗାଣ ଖାଉଟି କଲ୍ୟାଣ ବିଭାଗର ଖାଉଟି କଲ୍ୟାଣ ନିର୍ଦ୍ଦେଶକ ପରିଷଦର ସଦସ୍ୟ ସଚିବ ଭାବରେ କାର୍ଯ୍ୟ କରିବେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.