ଭୁବନେଶ୍ବର: ରାଜନୀତିରେ ପାଦ ଥାପିବେ ଆଉ ଜଣେ ନେତାଙ୍କ ପୁଅ । ଶନିବାର ଏନେଇ ଖବର ପ୍ରକାଶ ପାଇବା ପରେ ଓଡି଼ଶା ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ସେହି ବ୍ୟକ୍ତି ଜଣକ ହେଉଛନ୍ତି ଓଡିଶା କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟଙ୍କ ସୁପୁତ୍ର କ୍ୟାପ୍ଟେନ ମନ୍ମଥ ରାଉତରାୟ ।
ଦୀର୍ଘ ଦିନ ଧରି ଏୟାର ଇଣ୍ଡିଆରେ କ୍ୟାପଟେନ ଥିବା ଜୁନିଅର ରାଉତରାୟ ବାପାଙ୍କ ରାଜନୈତିକ ଉତ୍ତରାଧୀକାରର ମଙ୍ଗ ସମ୍ଭାଳିବାକୁ ଯାଉଛନ୍ତି । ବାପାଙ୍କ ରାଜନୈତିକ ସମୃଦ୍ଧିକୁ ଆହୁରି ବିସ୍ତାରିତ କରିବା ସହ ତାଙ୍କ କାର୍ଯ୍ୟକୁ ଅନୁସରଣ କରିବା ପାଇଁ ସେ ରାଜନୀତିରେ ଯୋଗ ଦେବେ ବୋଲି କହିଛନ୍ତି। ତେବେ ସେ କଂଗ୍ରେସରୁ ରାଜନୀତି ଆରମ୍ଭ କରିବା ପାଇଁ ଚାହୁଁଥିବା ବେଳେ ଏବେ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି ପ୍ରକାଶ କରିଛନ୍ତି। ବର୍ତ୍ତମାନ ସେ ବାପାଙ୍କ ପାଖରୁ ରାଜନୀତିର ବିଭିନ୍ନ ସ୍ତର ବିଷୟରେ ଜ୍ଞାନ ଆହରଣ କରୁଛନ୍ତି। ସେଥିରେ ସମ୍ପୂର୍ଣ୍ଣ ପାରଙ୍ଗମ ହେଲା ପରେ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗ ଦେବେ ବୋଲି କହିଛନ୍ତି।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ