ETV Bharat / city

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନ ଚିନ୍ତା; କଂଗ୍ରେସ ପ୍ରସ୍ତୁତ କରୁଛି ରଣନୀତି - ବିଧାୟକ ସୁରେଶ ରାଉତରାୟ

ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ନେତା ମାନଙ୍କୁ ନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ରାଜ୍ୟର ନେତାମାନେ ବିଭିନ୍ନ ପ୍ରସଙ୍ଗରେ ଆବଶ୍ୟକ ପ୍ରସ୍ତାବ ଦେଇଥିଲେ । ଯାହାକୁ ଅନୁମୋଦନ କରିଛି ଏଆଇସିସି ।

Odisha congress
Odisha congress
author img

By

Published : Jul 3, 2021, 10:58 PM IST

ଭୁବନେଶ୍ବର: ଆସନ୍ତା ବର୍ଷ ରାଜ୍ୟରେ ହେବ ପଞ୍ଚାୟତ ନିର୍ବାଚନ । ଏହାସହ ପୌର ନିର୍ବାଚନ ମଧ୍ୟ ହେବାର ସମ୍ଭାବନା ରହିଛି । ଉଭୟ ନିର୍ବାଚନକୁ ନଜରରେ ରଖି କୋଭିଡ କଟକଣା ମଧ୍ୟରେ ପ୍ରାରମ୍ଭିକ ପ୍ରସ୍ତୁତି କରି ଦେଲେଣି ଶାସକ ବିଜେଡି ଓ ବିରୋଧୀ ବିଜେପି । ଉଭୟ ଦଳ ଏବେ ପରସ୍ପର ବିରୋଧରେ ଆରାପ ପ୍ରତ୍ୟାରୋପ ଅଭିଯୋଗ ଧରି ସଂଗଠନ ସଜାଡିବାରେ ଲାଗି ପଡିଛନ୍ତି ।

ପଞ୍ଚାୟତ ନିର୍ବାଚନ ପୂର୍ବରୁ ସଂଗଠନ ଚିନ୍ତା; କଂଗ୍ରେସ ପ୍ରସ୍ତୁତ କରୁଛି ରଣନୀତି

ଉଭୟ ଦଳର ପ୍ରସ୍ତୁତି ଦେଖି କଂଗ୍ରେସ ମଧ୍ୟ କମର କଷିବା ଆରମ୍ଭ କରିଛି । ପ୍ରସ୍ତୁତ ହୋଇଛି ରୋଡମ୍ୟାପ । ଏଆଇସିସିର ମିଳିଛି ଅନୁମୋଦନ । ଏବେ ଲଢେଇ ପାଇଁ ଚାଲିଛି ଅନ୍ତିମ ରଣନୀତି । କଂଗ୍ରେସ ଉଭୟ ବିଜେଡି ଓ ବିଜେପି ବିରୋଧରେ ପ୍ରସ୍ତୁତ କରୁଛି ଏଜେଣ୍ଡା । ଯାହାକୁ ନେଇ ଦଳ ପହଞ୍ଚିବ ଲୋକଙ୍କ ପାଖେ ।

ନିକଟରେ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ରାଜ୍ୟର ନେତା ମାନଙ୍କୁ ନେଇ ଏକ ବୈଠକ ବସିଥିଲା । ଯେଉଁଥିରେ ରାଜ୍ୟର ନେତାମାନେ ବିଭିନ୍ନ ପ୍ରସଙ୍ଗରେ ଆବଶ୍ୟକ ପ୍ରସ୍ତାବ ଦେଇଥିଲେ । ଯାହାକୁ ଅନୁମୋଦନ କରିଛି ଏଆଇସିସି । ରଣନୀତି ଅନୁସାରେ କୋଭିଡ ପରିଚାଳନାରେ ବିଫଳ, ଟିକା ଅଭାବ, ପେଟ୍ରୋଲ ଡିଜେଲ ଦର ବୃଦ୍ଧି, ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟବୃଦ୍ଧିକୁ ପ୍ରସଙ୍ଗକୁ ନେଇ ଦଳ ଲୋକଙ୍କ ପାଖକୁ ଯିବ । ଏହାସହ ଦଳ ଉପା ସରକାର ସମୟରେ ବିଭିନ୍ନ ସାମଗ୍ରୀର ଦର ଓ ବର୍ତ୍ତମାନ ସରକାର ବେଳର ଦରର ଏକ ତୁଳନାତ୍ମକ ଚିତ୍ର ନେଇ ଲୋକଙ୍କୁ ବୁଝାଇବ ।

ତେବେ ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସଂଗଠନ ସଜାଡି କେଉଁ ଶାଖାକୁ କେତେ ଗୁରୁତ୍ବ ଦେଉଛନ୍ତି । କାରଣ ଏବେ ଦଳ ର ଅନେକ ଶାଖା ଏକ ପ୍ରକାର ଅଚଳ ହୋଇପଡିଛି । ଏହାବାଦ ଦଳ ଗୋଷ୍ଠୀ କନ୍ଦଳକୁ ପ୍ରଶମିତ କରିବା ପାଇଁ କଣ ପଦକ୍ଷେପ ନେଉଛି ତାହା ଉପରେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.