ETV Bharat / city

ଆଇସିୟୁରେ ଭର୍ତ୍ତି ହେଲେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର

ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଡ.ଏ.ଚେଲ୍ଲାକୁମାର । ଏନେଇ ଟ୍ୱିଟ କରି ଜଣାଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଅଧିକ ପଢନ୍ତୁ...

author img

By

Published : Jul 28, 2021, 9:00 PM IST

Odisha Congress pravari  Dr. Chella kumar admited in ICU
ଆଇସିୟୁରେ ଭର୍ତ୍ତି ହେଲେ କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାର

ଭୁବନେଶ୍ବର: ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଡ.ଏ.ଚେଲ୍ଲାକୁମାର । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ଏନେଇ ଟ୍ୱିଟ କରି ଜଣାଇଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ତେବେ ଚେଲ୍ଲାକୁମାରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ତାରା ଟ୍ୱିଟ କରି ଲେଖିଛନ୍ତି ଯେ, ଛାତିରେ ଯନ୍ତ୍ରଣା ହେତୁ ଚେଲ୍ଲାକୁମାରଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରୁଛି । ଆମେ ଆପଣଙ୍କୁ ପୁଣିଥରେ ଓଡ଼ିଶାବାସୀଙ୍କ ପାଇଁ ଆକ୍ସନ୍ ମୋଡରେ ଦେଖିବାକୁ ଚାହୁଁଛୁ । ଆମେ ନିଶ୍ଚିତ ଭାବରେ ସାଧାରଣ ଲୋକଙ୍କ ଅଧିକାର ପାଇଁ ଲଢ଼ିବୁ । ଶୀଘ୍ର ସୁସ୍ଥ ହୁଅନ୍ତୁ, ସାର୍ !

2020 ସେପ୍ଟେମ୍ବର 12 ରୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ଅଛନ୍ତି ସାଂସଦ ଡ. ଚେଲ୍ଲାକୁମାର । ସେବେଠାରୁ ଓଡ଼ିଶାର ଦାୟିତ୍ୱ ସମ୍ଭାଳି ଆସୁଛନ୍ତି ଚେଲ୍ଲାକୁମାର । ରାଜ୍ୟ ସଂଗଠନରେ ଥିବା ବିବାଦକୁ ସମାଧାନ କରି ଦଳକୁ ଆଗକୁ ନେବା ଲାଗି ଚେଲ୍ଲାକୁମାର ଅନେକ ପଦକ୍ଷେପ ହାତକୁ ନେଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.