ETV Bharat / city

ଆସନ୍ତା ୨୧ରେ ହାଜର ହେବେ ସୋନିଆ, ED ଅଫିସ ଘେରାଉ କରିବ ପ୍ରଦେଶ କଂଗ୍ରେସ - ଇଡି ସମ୍ମୁଖରେ ଧାରଣାରେ ବସିବେ କଂଗ୍ରେସ କର୍ମୀ

ଜୁଲାଇ 21 ତାରିଖରେ ସୋନିଆ ଗାନ୍ଧୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ED ସମନକୁ କଡ଼ା ନିନ୍ଦା କରିଛି କଂଗ୍ରେସ । ED ଅଫିସ ଘେରାଉ କରିବ ପ୍ରଦେଶ କଂଗ୍ରେସ । ଅଧିକ ପଢ଼ନ୍ତୁ

୨୧ରେ ହାଜର ହେବେ ସୋନିଆ, ED ଅଫିସ ଘେରାଉ କରିବ ପ୍ରଦେଶ କଂଗ୍ରେସ

author img

By

Published : Jul 19, 2022, 5:32 PM IST

ଭୁବନେଶ୍ବର: ଜୁଲାଇ ୨୧ରେ ED ଅଫିସ ଘେରାଉ କରିବ ପ୍ରଦେଶ କଂଗ୍ରେସ । AICC ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ED ସମନକୁ କଡ଼ା ନିନ୍ଦା କରିଛି କଂଗ୍ରେସ । ଏହାକୁ ନେଇ ଜୁଲାଇ ୨୧ରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ED ଅଫିସ ଯାଏ ପଦଯାତ୍ରା କରିବା ସହ ଆନ୍ଦୋଳନ କରିବ କଂଗ୍ରେସ ।

୨୧ରେ ହାଜର ହେବେ ସୋନିଆ, ED ଅଫିସ ଘେରାଉ କରିବ ପ୍ରଦେଶ କଂଗ୍ରେସ

ଗୁରୁବାର ED ଅଫିସ ଘେରାଉ କରିବେ କଂଗ୍ରେସ କର୍ମୀ । ଏହାପରେ ଜୁଲାଇ ୨୨ ତାରିଖରେ ରାଜ୍ୟର ଜିଲ୍ଲା କଂଗ୍ରେସ ମୁଖ୍ୟାଳୟରେ ଆନ୍ଦୋଳନ କରିବେ କଂଗ୍ରେସ କର୍ମୀ । ଏହାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି PCC ସଭାପତି । ଏହା ସହିତ ରାଜ୍ୟରେ ବିଜେପି ଏବଂ ବିଜେଡି ଭାଇ ଭାଇ ବୋଲି କହିଛନ୍ତି ଶରତ ପଟ୍ଟନାୟକ । ରାଜ୍ୟରେ GSTକୁ ବିଜେଡି ସମର୍ଥନ କରୁଛି । ମୁଡ଼ି, ଚୁଡ଼ା ଉପରେ GSTକୁ ନେଇ ବିଜେଡି ଚୁପ ରହିଥିବା କଂଗ୍ରେସ ଅଭିଯୋଗ କରିଛି ।

ବହୁଚର୍ଚ୍ଚିତ ନ୍ୟାସନାଲ ହେରାଲ୍ଡ ଘୋଟାଲା ମାମଲାରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପରେ ଜେରା ହେବେ ପାର୍ଟି ହାଇକମାଣ୍ଡ ସୋନିଆ ଗାନ୍ଧୀ । ରାହୁଲଙ୍କ ପରି ସୋନିଆଙ୍କ ପାଇଁ ମଧ୍ୟ ଦେଶବ୍ୟାପୀ ଦଳ ପ୍ରତିବାଦ କରିବେ କଂଗ୍ରେସ କର୍ମୀ । ଏହାକୁ ନେଇ ଜୁଲାଇ ୧୩ ତାରିଖରେ ଜାତୀୟ କଂଗ୍ରେସ ପକ୍ଷରୁ ଏକ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଜୁଲାଇ 21 ତାରିଖରେ ସୋନିଆ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.