ETV Bharat / city

କୋରୋନା ମୁକାବିଲାରେ ଓଡିଶାର ରେକର୍ଡ, ଗୋଟିଏ ଦିନରେ 2027 ନମୁନା ପରୀକ୍ଷା

ମଙ୍ଗଳବାର ରାଜ୍ୟରେ ପରୀକ୍ଷା ହୋଇଛି 2027ଟି ରକ୍ତ ନମୁନା । ଯାହାକି ଏକ ରେକର୍ଡ କରିଛି ।

author img

By

Published : Apr 22, 2020, 4:42 PM IST

odisha-conduct-record-number-of-rtpcr-tests-on-tuesday
କୋରୋନା ମୁକାବିଲାରେ ଓଡିଶାର ରେକର୍ଡ, ଗୋଟିଏ ଦିନରେ 2027 ନମୁନା ପରୀକ୍ଷା

ଭୁବନେଶ୍ବର: କୋରୋନା ମହାମାରୀ ମୁକାବିଲାରେ ଓଡିଶାର ରେକର୍ଡ । ଗୋଟିଏ ଦିନରେ ହେଲା ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା । ମଙ୍ଗଳବାର ରାଜ୍ୟରେ ପରୀକ୍ଷା ହୋଇଛି 2027ଟି ରକ୍ତ ନମୁନା । ଯାହାକି ଏକ ରେକର୍ଡ କରିଛି । ପୂର୍ବରୁ କେବେ ଗୋଟିଏ ଦିନରେ ଏତେ ସଂଖ୍ୟାରେ ନମୂନା ଗୋଟିଏ ଦିନରେ ପରୀକ୍ଷା ହୋଇନଥିଲା ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ବୁଧବାର ଅପରାହ୍ନ ସୁଦ୍ଧା ରାଜ୍ୟରେ ପରୀକ୍ଷା ହୋଇଛି 13775ଟି ନମୁନା । ଯେଉଁଥିରେ ରାପିଡ ଟେଷ୍ଟିଂରେ ରହିଛି 4975ଟି ନମୁନା । ଏଥି ମଧ୍ୟରେ 82ଟି ନମୁନା ପଜିଟିଭ୍‌ ଆସିଛି । ତେବେ ରାଜ୍ୟରେ 30ଜଣ ସୁସ୍ଥ ହୋଇସାରିଥିବା ବେଳେ 51ଟି ସକ୍ରିୟ ମାମଲା ରହିଛି । ରାଜ୍ୟରେ କୋରୋନାରେ ଜଣଙ୍କର ମୃତ୍ୟୁ ହୋଇଛି ।

  • Record number of RTPCR tests were conducted yesterday.

    Total: 2027
    RMRC: 1234
    AIIMS: 77
    SCB: 378
    MKCG: 41
    VIMSAR: 33
    ILS: 192
    IGH: 51
    Apollo: 21
    We appreciate the dedication and hard work of all the microbiologists, technicians and other support staff of these laboratories.

    — H & FW Dept Odisha (@HFWOdisha) April 22, 2020 " class="align-text-top noRightClick twitterSection" data=" ">

ତେବେ ମଙ୍ଗଳବାର ପରୀକ୍ଷା ହୋଇଥିବା 2027ଟି ରକ୍ତ ନମୁନା ମଧ୍ୟରୁ ଆରଏମଆରସିରେ 1234ଟି, ଏମ୍ସରେ 77ଟି , ଏସସିବିରେ 378ଟି, ଏମକେସିଜିରେ 41ଟି, ଭୀମସାରରେ 33ଟି, ଆଇଏଲଏସରେ 192ଟି, ରାଉରକେଲା ଆଇଜିଏଚରେ 51ଟି ଓ ଆପୋଲୋରେ 21ଟି ନମୂନା ପରୀକ୍ଷା ହୋଇଛି । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

ତେବେ ରାଜ୍ୟରେ ଏବେ ସୁଦ୍ଧା 82 ଜଣ କୋରୋନାରେ ଆକ୍ରାନ୍ତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ 46 ଜଣ ଆକ୍ରନ୍ତ ରହିଛନ୍ତି । ସେହିପରି ଭଦ୍ରକ ଓ ବାଲେଶ୍ବରରେ 8ଜଣ ଲେଖାଏଁ ଆକ୍ରାନ୍ତ ଅଛନ୍ତି । ଯାଜପୁରେ 7, ସୁନ୍ଦରଗଡରେ 3, କେନ୍ଦ୍ରାପଡା ଓ କଳାହାଣ୍ଡିରେ 2 ଜଣ ଲେଖାଁଏ, କଟକ, ଢେଙ୍କାନାଳ ଓ ପୁରୀରେ ଜଣେ ଲେଖାଁଏ କୋରୋନା ପଜଟିଭି ଚିହ୍ନଟ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.