ETV Bharat / city

କୋରୋନାକୁ ବର୍ଷେ, ଏଭଳି ଥିଲା ଓଡିଶାର ସଫଳତା ଯାତ୍ରା - ଓଡିଶାର କୋଭିଡ ଯୁଦ୍ଧ

କୋରୋନା ଲଢେଇରେ ଅଦ୍ଭୁଦପୂର୍ବ ସଫଳତା ହାସଲ କରିଛି ଓଡିଶା । ରାଜ୍ୟରେ କୋରୋନା ଲଢେଇ ବିଶ୍ବ ପାଇଁ ପାଲଟିଥିଲା ଆଦର୍ଶ । ଆଉ ଏହାକୁ ପ୍ରଂଶସା ବି କରିଛି ‘ହୁ’ । ଅଧିକ ପଢନ୍ତୁ..

କୋରୋନାକୁ ବର୍ଷେ, ଏଭଳି ଥିଲା ଓଡିଶା ସଫଳତା ଯାତ୍ରା

author img

By

Published : Mar 15, 2021, 10:35 PM IST

ଭୁବନେଶ୍ବର: ଠିକ ବର୍ଷକ ତଳେ । ଆଜିର ଦିନରେ..ମାର୍ଚ୍ଚ 15, 2020 । ଓଡ଼ିଶାରୁ ଚିହ୍ନଟ ହୋଇଥିଲା ପ୍ରଥମ କୋରୋନା ରୋଗୀ । ଅଜଣା, ଅଶୁଣା ଓ ଅଦୃଶ୍ୟ ରୋଗର ଶିକାର ହୋଇଥିଲେ ପ୍ରଥମ ଓଡ଼ିଆ । ଘରଠୁ ବଜାର, ବସ୍ତିରୁ ବିଧାନସଭା ସବୁଠି ଖେଳି ଯାଇଥିଲେ କୋକୁଆଭୟ । ପ୍ରଥମ ଥର ଭୁବନେଶ୍ୱର ବଡଗଡ଼ ଅଞ୍ଚଳର ଦେବାଶିଷ ହରିଚନ୍ଦନ ଓଡ଼ିଶାର ପ୍ରଥମ କୋରନା ସଂକ୍ରମିତ ହୋଇଥିଲେ । ସେ ଇଟାଲିରୁ ଭୁବନେଶ୍ୱର ଫେରିବା ପରେ ପଜିଟିଭ୍ ଚିହ୍ନଟ ହୋଇଥିଲେ । କୋଭିଡ ଲକ୍ଷଣ ଥିବାରୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଦେବାଶିଷ । ଟେଷ୍ଟ ପରେ ସେ କୋରନା ସଂକ୍ରମିତ ବୋଲି ଚିହ୍ନଟ ହୋଇଥିଲା । ଦେବାଶିଷ ହୋଇଥିଲେ ରାଜ୍ୟର ପ୍ରଥମ ସଂକ୍ରମିତ । ଏହା ଥିଲା ରାଜ୍ୟର ପ୍ରଥମ ମାମଲା । ଏହାପରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲେ ଦେବାଶିଷ ।

ଏହାର 4 ଦିନ ପରେ ଅର୍ଥାତ ମାର୍ଚ୍ଚ 19ରେ ରାଜ୍ୟର ଦ୍ଵିତୀୟ ପାଜେଟିଭି ଚିହ୍ନଟ ହୋଇଥିଲେ । ଲଣ୍ଡନ ଫେରନ୍ତା 19 ବର୍ଷୀୟ ଛାତ୍ର ପାଜେଟିଭି ଆସିବା ପରେ ଏମ୍ସରେ ଚିକିତ୍ସିତ ହୋଇଥିଲେ । ଏଭଳି ଭାବେ ଧୀରେ ଧୀରେ ରାଜ୍ୟରେ କାୟା ବିସ୍ତାର କରିବାକୁ ଲାଗିଥିଲା କୋରୋନା । ଏକରୁ ଦୁଇ ଅଙ୍କ । ଦୁଇରୁ ତିନି ଏବଂ ତିନି ଅଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଆକ୍ରାନ୍ତ ଚିହ୍ନଟ ହେବାକୁ ଲାଗିଥିଲେ । ଗତ 24 ଘଣ୍ଟାର ରିପୋର୍ଟ ଯୋଡ଼ିଲେ ରାଜ୍ୟରେ କୋରୋନା ଆକ୍ରାନ୍ତ ସଂଖ୍ୟା ୩,୩୮,୧୯୨ରେ ପହଞ୍ଚିଲା । ଏଥି‌ରୁ ୩,୩୫,୫୬୯ଜଣ ସୁସ୍ଥ ହୋଇଥିବାବେଳେ ଏବେ ଆଉ ୬୫୨ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଚିକିତ୍ସିତ ହେଉଛନ୍ତି ।

ଅଜଣା ରୋଗ ପାଇଁ ଆରମ୍ଭ ହୋଇଥିଲା ଅଜଣା ଭୟ। ଯାହାକୁ ଦେଖି ହେଉନି ତା ସହ କେମିତି ଲଢ଼ିବାକୁ ହେବ ? ଏହାର ନିରାକଣ କଣ ? ଜଣଙ୍କ ଠାରୁ ଆଉ ଜଣଙ୍କୁ ଡ଼େଉଁଥିବା ରୋଗକୁ କେମିତି ଅଟକାଯାଇପାରିବ । ଟିକା ନାହିଁ, ଔଷଧ ନାହିଁ । କୋଭିଡ ଚିକିତ୍ସା କରିବା ରାଜ୍ୟ ସରକାରଙ୍କ ପାଇଁ ଏକ ବଡ଼ ଚାଲେଞ୍ଜ ହୋଇ ଛିଡ଼ା ହୋଇଥିଲା । ବହୁତ ସଂଘର୍ଷ ଭିତରେ ପୁରିଛି ଏକ ବର୍ଷ ।

ଏହି ବର୍ଷକ ଭିତରେ କୋରନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୧୯୧୮ଜଣଙ୍କର ମୃତ୍ୟୁ ହୋଇଛି । ଏହି ଲଢ଼େଇରେ ରାଜ୍ୟ ହରେଇଛି ଅନେକ କୋରନା ଯୋଦ୍ଧା । ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପୌର କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ଜୀବନ ହରେଇଛନ୍ତି ।

ରାଜ୍ୟରେ କୋରୋନା ଉପରରୁ ତଳମୁହାଁ ହୋଇଛି । ହେଲେ ରାଜ୍ୟବାସୀଙ୍କ ମନରେ ଏବେ ମଧ୍ୟ ତାଜା ହୋଇ ରହିଛି କୋରୋନା ଭୟ । ବର୍ଷକ ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହୋଇଛି ସତ । କିନ୍ତୁ କୋରନା ନାଁ ଶୁଣିଲେ ଏବେ ବି ଭୟରେ ଥରୁଛନ୍ତି ଲୋକ । ଜୀବନକୁ ଜୀଇଁବା କେତେଯେ କଷ୍ଟ ତାହା ବର୍ଷକ ମଧ୍ୟରେ ଶିକ୍ଷାଇ ଦେଲା କୋରନା ।

ସଂକ୍ରମଣକୁ ରୋକିବା ଲାଗି ସରକାର ନେଲେ ଚରମ ନିଷ୍ପତ୍ତି । ଜାରି ହେଲେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି କଠୋର ନିଷ୍ପତ୍ତି । ବେହାଲ ହେଲା ଜୀବନ । ବଦଳିଗଲା ଜୀବନଶୈଳୀ । ଦୋହଲି ଗଲା ଆର୍ଥିକ ସ୍ଥିତି । ଠପ ହୋଇଗଲା ଜୀବନ ଯାତ୍ରା । ଅଖ ଚକ ସବୁ ବନ୍ଦ । ସଦା ଗହଳି ଚହଳି ଲାଗୁଥିବା ରାସ୍ତା ଘାଟ, ମଲ, ହୋଟେଲ, ପାର୍କ ଓ ପବରେ ଲାଗିଲା ବ୍ରେକ । ବାଦ ପଡିଲେନି ଭକ୍ତର ଭଗବାନ । ସାଧାରଣ ଲୋକଙ୍କଠୁ ଆରମ୍ଭ କରି ସରକାରଙ୍କ ସମସ୍ତଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିବାକୁ ଲାଗିଲା ।

ରୋଜଗାର ହରାଇଲେ ଅନେକ । ସହର ଛାଡ଼ି ଗାଁ ମୁହାଁ ହେଲା ପ୍ରବାସୀଙ୍କ ପାଦ । କଳା ମଚମଚ ପିଚୁ ରାସ୍ତା ହେଉ ଶକ୍ତ ରେଳ ଟ୍ରାକ ସାକ୍ଷୀ ରହିଲା ଅସହାୟ ପ୍ରବାସୀର ଶକ୍ତ ପାଦଚିହ୍ନର । ପ୍ରବାସୀର ଅଟଳ ନିଷ୍ପତ୍ତିରେ ବ୍ରେକ ମାରି ପାରିଲାନି ପୋଲିସ ଓ ପ୍ରଶାସନର ନାଲି ଆଖି । ଏବେ ବି ସେଇ ବିକଳ ଚିତ୍ର ସାମ୍ନାକୁ ଆସିଲେ ଶୀତେଇ ଉଠେ ଅନେକଙ୍କ ଦେହ ।

ଅନେକ ଫେରିଲେ ଘରକୁ । ଆଉ କାହାର ରାସ୍ତା କଡ଼ରେ ତ କାହାର ରେଳ ଟ୍ରାକରେ ଟଳିପଡ଼ିଲା ଜୀବନ । କେଉଁଠି ସନ୍ତାନର ଜୁଇ ଜଳିଲା ବାପା । ତ ଆଉ କେଉଁଠି ବାପା ପୁଅଙ୍କର ଚିତା ଏକାଠି ଜଳିଲା । ଶେଷ ସମୟରେ ମାଆ ମୁହଁରେ ଚିତା ନିଆଁ ଦୋଇପାରିଲାନି ପୁଅ । କୋରୋନା ଦେଖାଇଲା ଦୁଃଖର ପ୍ରକୃତ ଚିତ୍ର । ଅନୁଭବ କରାଇଲା ଯନ୍ତ୍ରଣାର ପ୍ରକୃତ କଷ୍ଟ । କୋରୋନାର ଭୟାବହତା ଯେ କେତେ ତାହା ଆଜି ବି ବୟାନ କରେ ରାଜ୍ୟର ସବୁ ଶ୍ମଶାନ । ଅନେକଙ୍କ ଭାଗ୍ୟରେ ଶ୍ମଶାନ ନିଆଁ ଥିଲା ସାତ ସପନ । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟ ସବୁ ବନ୍ଦ ହେଲା । ଶିକ୍ଷା,ମନ୍ଦିରରେ ଝୁଲି ତାଲା । ଶିକ୍ଷାବ୍ୟବସ୍ଥା ଚୁଲିକୁ ଗଲା । ଭକ୍ତ-ଭଗବାନଙ୍କ ମିଳନରେ ଲାଗିଲା ବ୍ରେକ ।

ଏହାରି ଭିତରେ ରାଜ୍ୟ ସରକାର ମେ ୫ ରୁ ଆରମ୍ଭ କଲେ କୋରୋନା ମୁକାବିଲା ପ୍ରସ୍ତୁତି । କରୋନାର ଭୟାବହତା ଯେତେ ବଢ଼ୁଥିଲା ସରକାରଙ୍କ ମୁକାବିଲା ବି ସେତିକି ଶାଣିତ ହେଉଥିଲା । ସରପଞ୍ଚଙ୍କୁ ଜିଲ୍ଲାପାଳର କ୍ଷମତା ଦେଇ ହେଉ ଅବା ମେ ୧୩ରେ କୋଭିଡକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରି ସରକାର ଦେଖେଇଥିଲେ ପ୍ରତିଶୃତିବଧତା ।

କୋରୋନା ସହ ଲଢ଼େଇ ପାଇଁ ମାର୍ଚ୍ଚ ୨୧ ରୁ ପ୍ରଥମ ରାଜ୍ୟ ଭାବେ ଓଡିଶା ଘୋଷଣା କରିଥିଲା ସଟଡାଉନ । ସଂକ୍ରମଣର ଭୟାବହତା ଭିତରେ ଅନେକ କ୍ଷେତ୍ରରେ ଆଗୁଆ ପଦକ୍ଷେପ ନେଇଛି ରାଜ୍ୟ । ମହାମାରୀକୁ ଏକପ୍ରକାର ସଫଳତାର ସହ ମୁକାବିଲା କରିଛି ଓଡ଼ିଶା । ବର୍ଷକ ଭିତରେ ଅନେକ କିଛି ବଦଳିଛି । ଅନେକ ବାଧା ବିଘ୍ନ ସହିଛି ରାଜ୍ୟ ଓ ରାଜ୍ୟବାସୀ । ଏବେ ଶହେ ତଳେ ରହୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । କ୍ରମଶଃ ସ୍ୱାଭାବିକ ହେବାକୁ ସ୍ଥିତି । ସ୍କୁଲ କଲେଜ ଖୋଲିଛି । ଦେବାଳୟଠୁ ଆରମ୍ଭ କରି ଦୋକାନ ବଜାର ସହ ସିନେମା ହଲ ଖୋଲିଛି ।

ସରକାରଙ୍କ ସଦ୍ୟ ସୂଚନା ଅନୁସାରେ, ଗତ ଦୁଇ ମାସରେ ସାରା ଦେଶରେ କିଛି ପରିମାଣରେ ସଂକ୍ରମଣ ବଢିଛି । ଗତ ସେପ୍ଟେମ୍ବର ଶେଷ ସପ୍ତାହରେ ସାରା ଭାରତରେ ଦୈନିକ 10 ଲକ୍ଷ ଆକ୍ରାନ୍ତ ବାହାରୁଥିଲେ । ଚଳିତବର୍ଷ ଜାନୁଆରୀ ସୁଦ୍ଧା ଏହା କମି ଅଢେଇ ଲକ୍ଷକୁ ଖସିଥିଲା । ଫେର୍ବୃଆରୀରେ 1 ଲକ୍ଷ 30 ହଜାରକୁ ଖସିଥିଲା । ବର୍ତ୍ତମାନ ତାହା ଦୁଇ ଲକ୍ଷ 10 ହଜାର ହୋଇଛି । ପ୍ରତି 24 ଘଣ୍ଟାରେ 24 ହଜାର ମାମଲା ସାରା ଭାରତରେ ବାହାରୁଛି । ଅନଲକ ଯୋଗୁଁ ଲୋକଙ୍କ ଭିତରେ ଢିଲା ଭାବ ବଢିଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବି ଲୋକଙ୍କୁ କୋଭିଡ ନିୟମ ମାନି ଚଳିବାକୁ ପରାମର୍ଶ ଦେଇଛନ୍ତି । ଯିଏ ବାହାର ରାଜ୍ୟରୁ ଆସୁଛନ୍ତି, ତାଙ୍କର ସର୍ଭିଲାନ୍ସ ବଢ଼େଇଛନ୍ତି ସରକାର । WHO ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଟେଷ୍ଟ ବଢ଼ାଇବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ଜୀବନ ଜୀବିକା ଓ ସଂକ୍ରମଣ ନିୟନ୍ତ୍ରଣକୁ ବଲାନ୍ସ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର ।

ସେହିପରି ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ ଟାର୍ଗେଟ ପାଖାପାଖି ହାସଲ କରିଛନ୍ତି ସରକାର । ରାଜ୍ୟରେ ଦ୍ଵିତୀୟ ଡୋଜ ଟୀକାକରଣ ଚାଲିଛି । ଏବେ ବୟସ୍କ ଲୋକଙ୍କ ଉପରେ ଧ୍ୟାନ ଦେଉଛନ୍ତି ସରକାର । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି 700 ସେଣ୍ଟର ବୃଦ୍ଧି କରାଯାଇଛି । ଆଗକୁ ଏହାର ସଂଖ୍ୟା ବଢେବାକୁ ନିଷ୍ପତ୍ତି ନେଇଛି ବିଭାଗ । ପ୍ରତିଦିନ 1 ଲକ୍ଷ ବୟସ୍କ ଲୋକଙ୍କୁ ଟୀକାକରଣ ଟାର୍ଗେଟ ରଖିଛି ବିଭାଗ । ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟୀକାକରଣ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.