ETV Bharat / city

ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର: ମୋହନ - ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଟାର୍ଗେଟ

ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ । ଉଲ୍ଲେଖନୀୟ ନେତୃତ୍ବ ପାଇଁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ଯାହାକୁ ନେଇ କଟାକ୍ଷ କରିଛନ୍ତି ବିଜେପି ବିଧାୟକ ମୋହନ ମାଝୀ (Odisha CM winning sponsored prizes) । ଅଧିକ ପଢ଼ନ୍ତୁ

ପ୍ରାୟୋଜିତ ପୁରସ୍କାର ହାତାଉଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର: ମୋହନ

author img

By

Published : Aug 31, 2022, 7:08 AM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିବ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ । ଉଲ୍ଲେଖନୀୟ ନେତୃତ୍ବ ପାଇଁ ନବୀନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ସେପଟେ ଏହାକୁ ନେଇ କଟାକ୍ଷ କରିଛନ୍ତି ବିରୋଧୀ । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ବୋଲି ବିଜେପି ବିଧାୟକ ମୋହନ ମାଝୀ କଟାକ୍ଷ କରିଛନ୍ତି(Odisha CM winning sponsored prizes) ।

ପ୍ରାୟୋଜିତ ପୁରସ୍କାର ହାତାଉଛନ୍ତି ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର: ମୋହନ

ମୋହନ କହିଛନ୍ତି, "ପୁରସ୍କାର ହାତେଇବାରେ କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ । ବିଜ୍ଞାପନ ଦେଲେ ନମ୍ବର 1 ପୁରସ୍କାର ମିଳୁଛି । ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ସରକାର ନମ୍ବର 1 ହେବା ପାଇଁ ସେହିପରି କରୁଛନ୍ତି । ରାଜ୍ୟର ବାସ୍ତବ ଚିତ୍ର ଗୋଟେ, ଦେଖାଯାଉଛି ଗୋଟେ । ମୁଖ୍ୟମନ୍ତ୍ରୀ 1 ନମ୍ବର ହୁଅନ୍ତୁ, ଓଡ଼ିଶା କେତେ ନମ୍ବର ତାହା କୁହନ୍ତୁ । ମୁଖ୍ୟମନ୍ତ୍ରୀ ଆଗ ଆଡୁ ନମ୍ବର 1 । ଓଡ଼ିଶା ଶେଷ ଆଡୁ ନମ୍ବର 1 । ଏହା ଅର୍ଥ କିଛି ନାହିଁ ।"

ପ୍ରକୃତ ମୂଲ୍ୟାୟନ ହେଲେ ଗରିବୀ, ଆଇନ ଶୃଙ୍ଖଳା, ପ୍ରାକୃତିକ ବିପର୍ଯ୍ୟୟ ପରିଚଳନାରେ ସମ୍ପୂର୍ଣ୍ଣ ଫେଲ ହୋଇଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ପ୍ରାୟୋଜିତ ପୁରସ୍କାର ହାତଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ମୋହନ । ନମ୍ବର 1 ହେବା ପାଇଁ ରାଜ୍ୟ ସରକାର ସେଟିଂ କରୁଛନ୍ତି । ବାସ୍ତବତାକୁ ଦେଖାଯାଉ ନାହିଁ । ଓଡ଼ିଶା ସଠିକ ଆକଳନ ହେଲେ, ସବୁ କଥା ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ସେ କହିଛନ୍ତି ।

ସେହିପରି ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ କହିଛନ୍ତି, "ଆମେ ସମସ୍ତେ ଖୁସି ହେବା କଥା । ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସେ । ତାଙ୍କୁ ପୁରସ୍କାର ମିଳୁଛି ଆମେ ତାଙ୍କୁ ଧନ୍ୟବାଦ ଦେବା କଥା । ଏଇଟା ବହୁତ ଭଲ କଥା । ଏହା ରାଜ୍ୟବାସୀଙ୍କ ପାଇଁ ସମ୍ମାନ ଆଣି ଦେବ ।"

ସେପଟେ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, "ନିରବଚ୍ଛିନ୍ନ ସେବା ଯୋଗାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଏହିପରି ସମ୍ମାନ ମିଳୁଛି । ସେଥିପାଇଁ ସମସ୍ତେ ଗୌରବାନ୍ବିତ ହେବା କଥା । ସବୁ କଥାକୁ ବିରୋଧୀ ପ୍ରାୟୋଜିତ କହୁଛନ୍ତି । ବନ୍ୟା, ବାତ୍ୟା ଯାହା ପାଇଁ ପ୍ରାୟୋଜିତ, ସେ ଏହାକୁ ସେମିତି ଗ୍ରହଣ କରିବେ । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା । ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କାର, ତାଙ୍କ କର୍ମର ଫଳ । 5 ଥର ସରକାରରେ ରହିବା ପରେ ବି ଲୋକଙ୍କର ବିଶ୍ବାସ ରହିବା ବଡ଼ କଥା । ଏହା କହିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.