ଭୁବନେଶ୍ବର: ନିଟ ଟପ୍ପର ସୋଏବ ଅଫତାବଙ୍କ ସହିତ ଟେଲିଫୋନ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଫଳତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏଥିସହିତ ତାଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଛନ୍ତି । ସୋଏବ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ ପାଇ ବହୁତ ଖୁସି ବୋଲି କହିଛନ୍ତି ।
ତେବେ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (NEET)ରେ ଇତିହାସ ରଚିଛନ୍ତି ଓଡିଶା ରାଉରକେଲାର ସୋଏବ ଅଫତାବ । 720 ରୁ 720 ରଖି ସେ ସର୍ବଭାରତୀୟ ଟପ୍ପର ହୋଇଛନ୍ତି ।
ରାଉରକେଲାର ଆଜାଦ ବସ୍ତିରେ ସୋଏବ ଅଫତାବଙ୍କ ଘର । ସେ ରାଜସ୍ଥାନର କୋଟାରେ ରହି ମେଡିକାଲ କୋଚିଂ ନେଉଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ