ETV Bharat / city

ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ: ସର୍ଭେ - ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ନବୀନ

ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ସର୍ଭେର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ପୁଣି ନମ୍ବର ୱାନ ମୁଖ୍ୟମନ୍ତ୍ରୀ ହେଲେ ନବୀନ: ସର୍ଭେ

author img

By

Published : Jan 21, 2022, 11:54 AM IST

ଭୁବନେଶ୍ବର: ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ଗୌରବ ଅର୍ଜନ କରିଛନ୍ତି ନବୀନ (Odisha CM Naveen Patnaik is No 1 CM) । ସମସ୍ତଙ୍କୁ ପଛରେ ପକାଇ ଲୋକପ୍ରିୟତାରେ ପୁଣି ଆଗରେ ରହିଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ । ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ନବୀନ ପଟ୍ଟନାୟକ ଶୀର୍ଷ ସ୍ଥାନରେ ରହିଛନ୍ତି । ଇଣ୍ଡିଆ ଟୁଡେ ସର୍ଭେ ରିପୋର୍ଟରେ ଏହା କୁହାଯାଇଛି ।

ସର୍ଭେ ରିପୋର୍ଟ ଅନୁସାରେ, ରାଜ୍ୟର 71.1 ପ୍ରତିଶତ ଲୋକଙ୍କ ପସନ୍ଦ ହେଉଛନ୍ତି ନବୀନ ପଟ୍ଟନାୟକ । ନବୀନଙ୍କ ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ 69.9 ପ୍ରତିଶତ, ଏମ କେ ଷ୍ଟାଲିନ 67.5 ପ୍ରତିଶତ, ଉଦ୍ଧବ ଠାକରେ 61.8 ପ୍ରତିଶଥ, ପିନାରୀ ବିଜୟନ 61.1 ପ୍ରତିଶତ ଲୋକଙ୍କ ପସନ୍ଦ । କୋଭିଡ ପରିଚାଳନାରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ମହାମାରୀ ମୁକାବିଲାରେ ବି ଓଡ଼ିଶା ଏକ ନମ୍ବର ହୋଇଛି । ଜନକଲ୍ୟାଣ ଓ ଲୋକାଭିମୁଖୀ ଯୋଜନାରେ ଅନ୍ୟମାନଙ୍କ ପାଇଁ ରୋଲ୍‌ ମଡେଲ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.