ETV Bharat / city

‘ମୁକ୍ତା’ କୁ ଗ୍ରୀନ ସିଗନାଲ, ସହରୀ ଶ୍ରମିକଙ୍କୁ ମିଳିବ କର୍ମନିଯୁକ୍ତି

କୋରୋନା ଯୋଗୁଁ ସହରାଞ୍ଚଳରେ ବସବାସ କରୁଥିବା ଗରିବ ଏବଂ ପ୍ରବାସୀ ଶ୍ରମିକ ଜୀବିକା ପ୍ରଭାବିତ ହୋଇଛି । ଏଣୁ ସେମାନଙ୍କୁ ‘ମୁକ୍ତା’ ଜରିଆରେ ନିଯୁକ୍ତି ଯୋଗାଇ ଦିଆଯିବ । ଅଧିକ ପଢନ୍ତୁ..

author img

By

Published : Apr 27, 2021, 8:35 PM IST

‘ମୁକ୍ତା’ କୁ ଗ୍ରୀନ ସିଗନାଲ,  ସହରୀ ଶ୍ରମିକଙ୍କୁ ମିଳିବ କର୍ମନିଯୁକ୍ତି
‘ମୁକ୍ତା’ କୁ ଗ୍ରୀନ ସିଗନାଲ, ସହରୀ ଶ୍ରମିକଙ୍କୁ ମିଳିବ କର୍ମନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ମୁକ୍ତା’ ଯୋଜନା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦେଇଛି ଗ୍ରୀନ ସିଗନାଲ । ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଯୋଜନାର ବୈଷୟିକ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଞ୍ଚିଥିବାବେଳେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ (ମୁକ୍ତା) ଯୋଜନାକୁ ମିଳିଛି କାର୍ଯ୍ୟକାରୀ ପାଇଁ ଅନୁମୋଦନ । ଏ ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆରମ୍ଭ ହେଉଥିବା ଯୋଜନାର ରୂପରେଖ ଓ ବୈଷୟିକ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି । ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁକ୍ତା’କୁ ଲୋକାର୍ପଣ କରିବେ । ଯୋଜନା ନେଇ ବିଜ୍ଞପ୍ତି ଆସନ୍ତା କିଛି ଦିନ ମଧ୍ୟରେ ପ୍ରକାଶ ପାଇବ ।

ରାଜ୍ୟର 114 ସହରାଞ୍ଚଳରେ ରହୁଥିବା ଗରିବ ଲୋକଙ୍କୁ ନିଯୁକ୍ତି ସୁଯୋଗ ଯୋଗାଇ ଦେବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ମୁକ୍ତା ଯୋଜନା ସହରାଞ୍ଚଳ ମଜୁରୀ ନିଯୁକ୍ତି (UWEI) ଅନୁଯାୟୀ ଡିଜାଇନ୍ ହୋଇଛି । ଯାହା ରାଜ୍ୟ ସରକାରଙ୍କ ଦ୍ୱାରା 2020 ଏପ୍ରିଲରୁ ସେପ୍ଟେମ୍ବର ମଧ୍ୟରେ ପ୍ରଥମ ଲହର ସମୟରେ ପ୍ରଭାବିତ ହୋଇଥିବା ଗରିବ ଲୋକଙ୍କୁ ନିଯୁକ୍ତି ଯୋଗାଇବା ଲାଗି ଆରମ୍ଭ ହୋଇଥିଲା । କୋରୋନା ଯୋଗୁଁ ସହରାଞ୍ଚଳରେ ବସବାସ କରୁଥିବା ଗରିବ ଏବଂ ପ୍ରବାସୀ ଶ୍ରମିକ ଯାହାଙ୍କ ଜୀବିକା ପ୍ରଭାବିତ ହୋଇଛି, ସେମାନଙ୍କୁ ‘ମୁକ୍ତା’ ଜରିଆରେ ନିଯୁକ୍ତି ଯୋଗାଇ ଦିଆଯିବ ।

ମୁକ୍ତା ଯୋଜନା ଲାଗି 2021-22 ବାର୍ଷିକ ବଜେଟରେ ରାଜ୍ୟ ସରକାରଙ୍କ 200 କୋଟି ଟଙ୍କା ବ୍ୟବସ୍ଥା କରିଛନ୍ତି । ମୌସୁମୀ ପୂର୍ବରୁ ଡ୍ରେନଗୁଡିକର ରକ୍ଷଣାବେକ୍ଷଣ, ବର୍ଷା ଜଳର ଅମଳ ସରଞ୍ଚନା ନିର୍ମାଣ, ନୂତନ ଜଳାଶୟ ବିକାଶ, ପାର୍କ ନିର୍ମାଣ, ବୃକ୍ଷରୋପଣ, କମ୍ୟୁନିଟି ସେଣ୍ଟର, ସର୍ବସାଧାରଣ ଶୌଚାଳୟ ନିର୍ମାଣ କାର୍ଯ୍ୟ ମୁକ୍ତା ଯୋଜନା ଅଧିନକୁ ନିଆଯିବ । ଏଥିରେ ନିଯୁକ୍ତି ପ୍ରଦାନ କରାଯିବ ।

ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ (DBT) ମୋଡରେ ପ୍ରଦାନ କରାଯିବ । ଜଣେ ଅଣକୁଶଳୀ ଶ୍ରମିକ ମୁକ୍ତା ଯୋଜନା ଅଧୀନରେ ପ୍ରତିଦିନ ସର୍ବନିମ୍ନ ମଜୁରୀ 286 ଟଙ୍କା ପାଇବେ । ଗତଥର ଏହି କାର୍ଯ୍ୟକ୍ରମରେ ଛଅ ମାସ ପାଇଁ 100 କୋଟି ଟଙ୍କାର ରୋଜଗାର ପ୍ରଦାନ କରାଯାଇଥିଲା । ସହରାଞ୍ଚଳରେ 8,000 ରୁ ଅଧିକ ଶ୍ରମ ଉତ୍ପାଦନ ପ୍ରକଳ୍ପରେ ପ୍ରାୟ 140 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ପ୍ରକଳ୍ପରୁ 4.5 ଲକ୍ଷରୁ ଅଧିକ ସହରୀ ଗରିବ ଲୋକ ଉପକୃତ ହୋଇଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.