ଭୁବନେଶ୍ବର: ଶ୍ରୀ ଭେଙ୍କେଟେଶ୍ବର ସ୍ବାମୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଉତ୍ସବରେ ସାମିଲ ହୋଇଛନ୍ତି । ଗତ ସାତ ଦିନ ଧରି ଚାଲିଥିବା ଏହି ଉତ୍ସବର ଆଜି ଉଦଯାପନୀ ଉତ୍ସବ । ଏହି ଅବସରରେ ଆନ୍ଧ୍ର ରାଜ୍ୟପାଳ ପ୍ରତିକ୍ରିୟା ରଖିଛନ୍ତି । "ମହାପ୍ରଭୁ ତିରୁପତିଙ୍କ ମନ୍ଦିର ପ୍ରତିଷ୍ଠା ହେଲା ଆଜି ଏକ ବଡ଼ ଆନନ୍ଦର ଦିବସ ।
ଓଡ଼ିଶାରୁ ଅନେକ ଲୋକ ତିରୁପତି ଦର୍ଶନ କରିବାକୁ ଯାଇଥାନ୍ତି । ପ୍ରଭୁ ଜଗନ୍ନାଥ ଅଛନ୍ତି ଏବଂ ଏବେ ବିଶ୍ଵର ଅନ୍ୟତମ କର୍ତ୍ତା ପ୍ରଭୁ ତିରୁପତିଙ୍କ ମନ୍ଦିର ପ୍ରତିଷ୍ଠା ହୋଇଛି । ଯିଏ ତିରୁପତି ଯାଇପାରିବେନି ଅନ୍ତତଃ ଏଇଠି ଦର୍ଶନ କରିପାରିବେ ।" ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମର ବିପରିତ ପାର୍ଶ୍ଵରେ ଏହି ମନ୍ଦିର ପ୍ରତିଷ୍ଠା ହୋଇଛି । ତେବେ ଏ ଉତ୍ସବରେ ମଧ୍ୟ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ