ETV Bharat / city

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଫଶିଥିବା ଓଡ଼ିଆଙ୍କ କଥା ବୁଝିବାକୁ ଅପିଲ୍ - କୋରୋନାକୁ ନେଇ ଅଣ୍ଟା ଭିଡିଛି

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଫଶିଥିବା ଓଡ଼ିଆଙ୍କ କଥା ବୁଝିବା ପାଇଁ ଅପିଲ୍

author img

By

Published : Mar 26, 2020, 3:55 PM IST

Updated : Mar 26, 2020, 4:44 PM IST

15:41 March 26

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଫଶିଥିବା ଓଡ଼ିଆଙ୍କ କଥା ବୁଝିବାକୁ ଅପିଲ୍

ଭୁବନେଶ୍ବର: ସାରା ଦେଶ ଏବେ କୋରୋନାକୁ ନେଇ ଅଣ୍ଟା ଭିଡିଛି । ଆଉ ଏଭଳି ସମୟରେ ବିଭିନ୍ନ ରାଜ୍ୟରେ ଓଡ଼ିଆ ଲୋକ ଫଶି ରହିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। 

ସମସ୍ତ ଓଡ଼ିଆଙ୍କୁ ସୁରକ୍ଷା, ରହିବା ସୁବିଧା, ଖାଦ୍ୟ ଯୋଗାଇ ଦେବାକୁ ସେ ଅପିଲ୍ କରିଛନ୍ତି । ତେବେ ଅନେକ ସ୍ଥାନରେ ଓଡିଶାର ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଶ୍ରମିକ ଆଦି ଫସି ରହିଛନ୍ତି । ସେମାନଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ଯଦି ଅନ୍ୟ ରାଜ୍ୟରେ କେହି ଓଡ଼ିଶା ଲୋକେ ଫସି ରହିଛନ୍ତି ତେବେ ସେନେଇ ସିଧା ନବୀନଙ୍କୁ ଜଣାଇବାକୁ ସେ ଏହି ଚିଠିରେ ଉଲ୍ଲେଖ କରିଛନ୍ତି । 

ଏଠାରେ ସୂଚନାଯୋଗ୍ୟ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ଅନେକ ଲୋକ ବାହାର ରାଜ୍ୟରେ ଫସିଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Mar 26, 2020, 4:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.