ETV Bharat / city

ସିଗ୍ନେଚର ବ୍ରିଜ ନିର୍ମାଣ ପାଇଁ ଦାବି କଲା ଓଡ଼ିଶା ନାଗରିକ ସମାଜ - ସିଗ୍ନେଚର ବ୍ରିଜ ନିର୍ମାଣ ଦାବି

ଓଡ଼ିଶାରେ ନିର୍ମାଣ ସିଗ୍ନେଚର୍ ବ୍ରିଜ୍ ନିର୍ମାଣ କରିବାକୁ ଉଠୁଛି ଦାବି । ଗୋପାଳପୁର ଓ ସାତପଡା ମଧ୍ୟରେ ପ୍ରସ୍ତାବିତ ସିଗ୍ନେଚର୍ ବ୍ରିଜକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ରଜ୍ୟ ସରକାରଙ୍କ ନିକଟରେ ଦାବି କଲା ଓଡ଼ିଶା ନାଗରିକ ସମାଜ । ଅଧିକ ପଢ଼ନ୍ତୁ...

ସିଗ୍ନେଚର ବ୍ରିଜ ନିର୍ମାଣ ପାଇଁ ଦାବି କଲା ଓଡ଼ିଶା ନାଗରିକ ସମାଜ

author img

By

Published : Aug 12, 2021, 10:52 PM IST

ଭୁବନେଶ୍ବର: ଓଡ଼ିଶାରେ ନିର୍ମାଣ ସିଗ୍ନେଚର୍ ବ୍ରିଜ୍ ନିର୍ମାଣ କରିବାକୁ ଉଠୁଛି ଦାବି । ଗୋପାଳପୁର ଓ ସାତପଡା ମଧ୍ୟରେ ପ୍ରସ୍ତାବିତ ସିଗ୍ନେଚର୍ ବ୍ରିଜକୁ ଯଥାଶୀଘ୍ର କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କଲା ଓଡ଼ିଶା ନାଗରିକ ସମାଜ । ଏହାଦ୍ବାରା ସାତପଡା କୃଷ୍ଣପ୍ରସାଦବାସୀ ଅନେକ ଲାଭବାନ ହୋଇପାରିବେ ବୋଲି କହିଛି ଓଡ଼ିଶା ନାଗରିକ ସମାଜ । ସେମାନଙ୍କର ଦୈନନ୍ଦିନ ଜୀବନ, ଅର୍ଥନୈତିକ, ସାମାଜିକ, ପର୍ଯ୍ୟଟନ, ଶିଳ୍ପ ସମେତ ଅନେକ ସାମଗ୍ରିକ ବିକାଶ ସିଗ୍ନେଚର ବ୍ରିଜ ଉପରେ ନିର୍ଭରଶୀଳ ।

ସିଗ୍ନେଚର ବ୍ରିଜ ନିର୍ମାଣ ପାଇଁ ଦାବି କଲା ଓଡ଼ିଶା ନାଗରିକ ସମାଜ

ସିଗ୍ନେଚର ବ୍ରିଜ ତିଆରି ହେଲେ ରାଜ୍ୟର ପର୍ଯ୍ୟଟନ ଓ ଅର୍ଥନୈତିକ ବିକାଶରେ ବୈପବ୍ଲିକ ପରିବର୍ତ୍ତନ ଆସିପାରିବ । ଏହି ବ୍ରିଜ୍ ନିର୍ମାଣ ହେଲେ ପରିବେଶ ଉପରେ କୌଣସି ପ୍ରତିକୂଳ ପଡ଼ିବ ନାହିଁ । ଭାରତର ଅନ୍ୟ ଦୁଇ ସ୍ଥାନରେ ଏପରି ବ୍ରିଜ୍ ନିର୍ମାଣ ହୋଇଛି । ହେଲେ କୌଣସି ସ୍ଥାନରେ ବି ଏହା ପ୍ରାକୃତିକ ପରିବେଶ ନଷ୍ଟ କରିନି । ଏହାସହ କୋଷ୍ଟାଲ ହାଇୱେ ବି ନିର୍ମାଣ ହେବା ଆବଶ୍ୟକ ବୋଲି ଦାବି କରିଛି ଓଡ଼ିଶା ନାଗରିକ ସମାଜ । ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଉଭୟ ରାଜି ଅଛନ୍ତି । କିନ୍ତୁ ସ୍ଥାନୀୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ପାଇଁ ଏହି ପ୍ରକଳ୍ପ ଅଟକି ରହିିଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.