ETV Bharat / city

ଜଳସେଚନ ପ୍ରକଳ୍ପକୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ

author img

By

Published : Jul 30, 2021, 10:44 PM IST

ପାନୀୟଜଳ ଏବଂ ଜଳସେଚନ ପାଇଁ ମେଗା ଲିଫ୍ଟ୍ ପ୍ରକଳ୍ପଗୁଡିକୁ ଅବିରତ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ବିଦ୍ୟୁତ ଯୋଗଣ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର OPTCL ଏବଂ ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ...

ଜଳସେଚନ ପ୍ରକଳ୍ପକୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ
ଜଳସେଚନ ପ୍ରକଳ୍ପକୁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ବର: ପାନୀୟଜଳ ଏବଂ ଜଳସେଚନ ପାଇଁ ମେଗା ଲିଫ୍ଟ୍ ପ୍ରକଳ୍ପଗୁଡିକୁ ଅବିରତ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ବିଦ୍ୟୁତ ଯୋଗଣ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର OPTCL ଏବଂ ବିଦ୍ୟୁତ ବିତରକ କଂପାନୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ପ୍ରକଳ୍ପଗୁଡିକର ଅଗ୍ରଗତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ପାନୀୟ ଜଳ ଏବଂ ଚାଷ ପାଇଁ ଜମିକୁ ଜଳ ଯୋଗାଣ ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । ତେଣୁ ଏସବୁ ପ୍ରକଳ୍ପକୁ ସଠିକ୍‌ ଭାବେ ଗୁଣାତ୍ମକ ବିଦ୍ୟୁତ ଯୋଗାଣରେ ଅବହେଳା ଗ୍ରହଣୀୟ ନୁହେଁ । ପାଣି ଉତ୍ତୋଳନ ପମ୍ପ ଦକ୍ଷତା ଅନୁସାରେ ଆବଶ୍ୟକୀୟ ଭୋଲ୍‌ଟେଜ୍ ବିଦ୍ୟୁତ ଯୋଗାଇବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଦରକାର ହେଲେ ନୂଆ ସବଷ୍ଟେସନ୍ ସହ ବିଦ୍ୟୁତ ଯୋଗାଣ ଭିତ୍ତିଭୂମିର ବିକାଶ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ନିଜ ଅଞ୍ଚଳରେ ସ୍ଥାପିତ ସବୁ ପ୍ରକଳ୍ପରେ ଲାଗିଥିବା ପମ୍ପ ପାଇଁ ଆବଶ୍ୟକୀୟ ଭୋଲଟେଜ୍ ଏବଂ ବର୍ତ୍ତମାନ ସ୍ଥିତିର ଏକ ବିସ୍ତୃତ ତାଲିକା ପ୍ରସ୍ତୁତ କରିବାକୁ ସମସ୍ତ ବିତରକ କଂପାନୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ବିଦ୍ୟୁତ ଫିଡର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପାନୀୟ ଜଳ ଏବଂ ମେଗା ଲିଫ୍ଟ୍ ଜଳସେଚନ ପ୍ରକଳ୍ପ ପାଇଁ ଉଦ୍ଧିଷ୍ଟ ସ୍ବତନ୍ତ୍ର ଫିଡର ଲାଇନ୍‌ରୁ ଅନ୍ୟ କୌଣସି ଉପଭୋକ୍ତାଙ୍କୁ ବିଦ୍ୟୁତ ନଦେବା ପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ନିର୍ଦ୍ଦେଶ ଦେଇଛନ୍ତି । ମେଗା ଲିଫ୍ଟ୍ ମାନଙ୍କରୁ ଖରିଫ୍ ଋତୁରେ ଫସଲ ଜୀବନରକ୍ଷାକାରୀ ଜଳସେଚନ ଉପରେ ଉନ୍ନୟନ କମିଶନର ଗୁରୁତ୍ବ ଆରୋପ କରିଛନ୍ତି ।

ନିର୍ମାଣାଧନ ପାନୀୟଜଳ ଏବଂ ମେଗା ଲିଫ୍ଟ୍ ଜଳସେଚନ ପ୍ରକଳ୍ପ ସହ ଏକ ସମୟରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।ଯେପରିକି ପ୍ରକଳ୍ପ ନିର୍ମାଣ ସଂଗେ ସଂଗେ ସେଗୁଡିକୁ କାର୍ଯ୍ୟକ୍ଷମ କରାଯାଇପାରିବ । ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଅନୁଗର୍ଗ କହିଛନ୍ତି ଯେ, ଚଳିତ ଖରିଫ୍ ଋତୁ ପୂର୍ବରୁ ୧୦୯ ଟି ମେଗା ଲିଫ୍ଟ୍ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯାଇଛି । ଅଧିକ ୨୦ ଟି ପ୍ରକଳ୍ପକୁ ଚଳିତ ଋତୁରେ କାର୍ଯ୍ୟକ୍ଷମ କରାଯିବ । ଏହି ୧୨୯ ଟି ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୧.୫୦ ଲକ୍ଷ ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହେବ । ଏହା ଛଡା ନୂଆ ୭୯ ଟି ପ୍ରକଳ୍ପ ବର୍ତ୍ତମାନ ନିର୍ମାଣାଧିନ ଅଛି । ଡ଼ିସେମ୍ବର ମାସ ଶେଷସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଚଳିତ ବର୍ଷ ପୂର୍ଣ୍ଣାଙ୍ଗ ହୋଇଥିବା ୧୦୪୩ ଟି ପ୍ରକଳ୍ପ ସହ ବର୍ତ୍ତମାନ ସୁଦ୍ଧା ୧୩୦୮୨ ଟି ଏକକ ଏବଂ ଛୋଟ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ କରାଯାଇଛି । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୧୬ , ୮୮୯ ଟି ଗ୍ରାମର ପ୍ରାୟ ୧.୫୩ କୋଟି ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଉଛି । ଏହା ଛଡା ୬,୭୭୩ଟି ଗ୍ରାମର ପ୍ରାୟ ୨୩ ଲକ୍ଷ ଲୋକଙ୍କ ପାଇଁ ୫,୬୨୪ ଟି ଛୋଟ ପ୍ରକଳ୍ପର ନିର୍ମାଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ୨୩,୭୫୦ଟି ଗ୍ରାମର ପ୍ରାୟ ୧.୮୯ କୋଟି ଲୋକଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ନୂଆ ୨୧୫ ଟି ମେଗା ପ୍ରକଳ୍ପ ଆରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭ ଟି ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇଛି । ଏବଂ ଆଉ ୮୩ ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତ୍ବରାନିତ୍ବ ଗତିରେ ଚାଲିଛି । ଅବଶିଷ୍ଟ ପ୍ରକଳ୍ପଗୁଡିକ ନିମନ୍ତେ ପ୍ରାକ୍‌ ପ୍ରସ୍ତୁତି ଏବଂ ଟେଣ୍ଡର ପ୍ରକ୍ରିୟା ଚାଲୁ ରହିଛି । ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ପ୍ରମୁଖ ଶାସନ ସଚିବ ଦେଓ ରଂଜନ କୁମାର ସିଂ ଏହାକୁ ନେଇ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.